Posted inଖେଳ

ବାମଣ୍ଡା କପ୍‌ କ୍ରିକେଟ: ରାଞ୍ଚି ସେଲ୍‌ ଚାମ୍ପିୟନ

ଦେବଗଡ଼,୨୯।୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ୩୩ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଞ୍ଚି ସେଲ୍‌ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ଜିମଖାନା ରାଉରକେଲା ଓ ରାଞ୍ଚି ସେଲ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜିମ୍‌ଖାନା ରାଉରକେଲାକୁ ୩ ଉଇକେଟରେ ପରାସ୍ତ କରି ରାଞ୍ଚତ୍ ସେଲ ଚାମ୍ପିୟନ ବିବେଚିତ ହୋଇଛି। ରାଉରକେଲା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର୍‌ରେ ୬ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଦେବରାଜ ମଲ୍ଲିକ ୩୪, ଆଶିଷ ପରିଜା ଅପରାଜିତ ୩୩ , ସତିଶ କଂଶାରି ୩୨ ଓ ବଣ୍ଟି ନାଏକ ୨୬ ରନ ସଂଗ୍ରହ କରିଥିବାବେଳେ ରାଞ୍ଚି ଦଳର ବିକାଶ ୟାଦବ ଓ ଶ୍ୟାମ ଶର୍ମା ୨ଟି ଉଇକେଟ ନେଇଥିଲେ।

ଜବାବରେ ରାଞ୍ଚି ଦଳ ବ୍ୟାଟିଂ କରି ୧୭.୫ ଓଭର୍‌ରେ ୭ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ ଇସୁ ଆର୍ୟନ ୬୪ ଓ କରନ କୁମାର୍‌ ୨୬ ରନ ସଂଗ୍ରହ କରିଥିଲାବେଳେ ରାଉରକେଲା ଦଳର ଅଙ୍କିତ ମହାନ୍ତି ୨ ଉଇକେଟ ନେଇଥିଲେ। ମ୍ୟାଚକୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିଲେ। ସ୍କୋରର ଭାବେ ରୋମି ନାୟକ ଓ ରିତିକ ଦେହୁରୀ ଥିଲେ। ବେଣୁଧର ଗଡନାଏକ, ମେରିଅ ପ୍ରାଂଶିସ, ସଂକୀର୍ତ୍ତନ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ ପାଇଁ ରାଞ୍ଚତ୍ ଦଳର ଇଶୁ ଆର୍ୟନଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ, ଟୁର୍ନାମେଣ୍ଟରେ ଶ୍ୟାମ ଶର୍ମାଙ୍କୁ ଶ୍ରେଷ୍ଠ ଖେଳାଳି, ବେଷ୍ଟ ବୋଲୋର୍‌, ଈଶୁ ଆର୍ୟନଙ୍କୁ ଶ୍ରେଷ୍ଟ ବ୍ୟାଟର ଓ ସୁରଜ ସୟାଙ୍କୁ ବେଷ୍ଟ ଫିଲ୍ଡର ଭାବେ ପୁରସ୍କୃତ କରାଯାଇଥିଲା। କ୍ଲବର ସଭାପତି ସୁବାସ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଜିଲାପାଳ ସୋମେଶ କୁମାର୍‌ ଉପାଧ୍ୟାୟ, ଡିଏଫଓ ମଗର ଧାନଜି ରାଓସୋ, ଓସିଏ ସହ ସମ୍ପାଦକ ପ୍ରଭାତ କୁମାର୍‌ ଭୋଳ, ଓଡ଼ିଶା ଅଲମ୍ପିକ ସଂଘର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ଓଡ଼ିଶାର ପୂର୍ବତନ ଖେଳାଳି ରାକେଶ ମହାନ୍ତି ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସମ୍ପାଦକ ଇଂ. ସୁଜିତ କୁମାର ପ୍ରଧାନ ସ୍ବାଗତ ଭାଷଣ ଓ ସତ୍ୟ ନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାରେ ୧୦ ଲକ୍ଷ ଭାରତୀୟଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଜଙ୍ଗଲରେ ତମ୍ବୁ ଲଗାଇ ରହୁଛନ୍ତି ପ୍ରବାସୀ

ଓଟାଓ୍ବା,୩।୧: କାନାଡାରେ ଅବୈଧ ପ୍ରବାସୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହାଙ୍କ ମଧ୍ୟରୁ ପ୍ରାୟ ଅଧା ଭାରତୀୟ ହେବେ। କାନାଡାରେ ଲକ୍ଷ...

ଏକା ସାଙ୍ଗେ ଆଖିବୁଜିଦେଲେ ଦୁଇ ଭାଇ: ବାହୁନି ବାହୁନି କାନ୍ଦୁଛି …

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଲମ ଗାଁରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗାଁ ମଣ୍ଡି...

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨,...

ବିନା ନଟ୍‌ ବୋଲ୍ଟରେ ତିଆରି ହୋଇଛି ଏହି ବିଶ୍ୱପ୍ରସିଦ୍ଧ ବ୍ରିଜ୍‌

ଭାରତରେ ଏମିତି ଏକ ବ୍ରିଜ୍‌ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍‌ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍‌ ଲୋକ...

ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ ଅସୁସ୍ଥ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଘୋଷଣା ପୂର୍ବରୁ, ଭାରତୀୟ ଅଧିନାୟକ ଅସୁସ୍ଥ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

EPFO: ଏହି ଜରୁରୀ କାମ କରିନଥିଲେ ଫସିଯିବ ଆପଣଙ୍କ ଟଙ୍କା, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ,୩।୧: ଯଦି ଆପଣ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଆକାଉଣ୍ଟଧାରୀ ଏବଂ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ KYC ଯାଞ୍ଚ ସମାପ୍ତ କରିନାହାଁନ୍ତି, ତେବେ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri