ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ

ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ପଞ୍ଚାୟତ ପଡିଆଭଙ୍ଗା ଗ୍ରାମରେ। ଏହି ଗ୍ରାମରେ ୮୪ ବର୍ଷ ବୟସ୍କା ବାଳବତୀ ବିଶ୍ୱାଳ ରହୁଛନ୍ତି, ଯାହାକୁ ଦେଖିଲେ ସମସ୍ତେ ଧୈର୍ଯ୍ୟହରା ହୋଇଯିବେ। ଜୀବନର ଶେଷ ସମୟରେ ସାହା ଭରସା ସାଜିଛି ନବନିର୍ମିତ ଗୋଷ୍ଠୀକେନ୍ଦ୍ରର କାନ୍ଥ, ଯେଉଁ ଗୋଷ୍ଠୀକେନ୍ଦ୍ର ନିର୍ମାଣର ବିଲ୍‌ ଆଜିଯାଏଁ ଠିକାଦାର ପାଇନାହାନ୍ତି। ସେହି ଗୋଷ୍ଠୀକେନ୍ଦ୍ରର କାନ୍ଥରେ କାଠଡେରି ବରଡ଼ା ଥାପି ୨ ବର୍ଷ ହେଲା ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି ବାଳବତୀ। ବୟସ ୮୪ ହୋଇଯାଇଥିଲେ ବି ସରକାର ଦେଉଥିବା ଭତ୍ତା ୩ ହଜାର ଟଙ୍କାରୁ ପାଉଛନ୍ତି ମାତ୍ର ୧ ହଜାର ଟଙ୍କା। ଆବାସ ଯୋଜନାରେ ନାମ ଥାଇ ଦିଆଯାଉନାହିଁ କାହିଁକି ଘର ଟିଏ, ତାହା ବି ଆଜି ପ୍ରଶ୍ନବାଚୀ ହୋଇରହିଛି। କିଛିଦିନ ତଳେ ଘଟିଯାଇଥିବା ବାତ୍ୟା ‘ଦାନା’ରେ ବି ଦାନା ମୁଠାଏ ବାଳବତୀକୁ ଦେଇପାରିଲାନି ପ୍ରଶାସନ। ତେବେ ବୁଦ୍ଧିଜୀବୀଙ୍କ ଗୋଟିଏ ପ୍ରଶ୍ନ ମୈଳିକ ସୁବିଧାରୁ ବଞ୍ଚିତ ବାଳବତୀର ଏ ଅବସ୍ଥା ପାଇଁ ଦାୟୀ କିଏ? ୨୪ ବର୍ଷ ଶାସନ କରିଯାଇଥିବା ବିଜେଡି ସରକାର ନା ଓଡ଼ିଶାରେ ବର୍ତ୍ତମାନ ଶାସନ ଥିବା ଭାଜପା ସରକାର? ଏ ବିଷୟରେ ବିଡ଼ିଓ ସଞ୍ଜୟ କୁମାର ପଣ୍ଡା କହିଛନ୍ତି, ୩୦୦୦ ଟଙ୍କା ଭତ୍ତା ପାଇଁ ନିର୍ଦ୍ଦେଶ ଆସିନାହିଁ, ତେବେ ପିଇଓଙ୍କୁ କହିବି ଭୋଟର ଲିଷ୍ଟ ଦେଲେ ସେଥିରେ ୮୦ ବର୍ଷରୁ ଉର୍ଦ୍ଧ ହୋଇଥିଲେ ୧୨୦୦ ଟଙ୍କା ଦିଆଯିବ। ତା’ ସହିତ ଘର ଟାର୍ଗେଟ ଆସିଲେ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Video: ଦର୍ଶକଙ୍କ ମନ ଚୋରି କଲେ ନୋରା, ବାନ୍ଧି ରଖିଲେ ବାଦଶାହା

ନୂଆଦିଲ୍ଲୀ,୮।୨: ଟି-୨୦ ବିଶ୍ୱକପ ୨୦୨୬ ଶନିବାର, ଫେବୃଆରୀ ୭ରେ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ଏବଂ ଆମେରିକା…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ…

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri