ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ସାଧବପୁଅ ସଂସ୍କୃତି ଓ ଐତିହ୍ୟର ଜୟଗାନ, ଅନ୍ୟପଟେ ବିନ୍ଦାସ୍‌ ମଜା, ମଜଲିସ୍‌, ବୁଲାବୁଲି, ଖିଆପିଆ, ମନୋରଞ୍ଜନର ଐକ୍ୟତାନ। ଏ ଦୁଇଟିଯାକ ସମାନ୍ତର ଟ୍ରାକ୍‌ ଉପରେ ଗତି କରୁଥିବା ଯାତ୍ରା ବା ମହୋତ୍ସବର ନଁା ହେଉଛି ବାଲିଯାତ୍ରା। ବାଲିଯାତ୍ରାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଲା ଏହାର ବିଶାଳ ଆକାର ଓ ବିପୁଳ ସମ୍ଭାର। କଟକ ବାଲିଯାତ୍ରା ନିଜ ସାଜସଜ୍ଜା, ଗହଳ, ରଙ୍ଗଢ଼ଙ୍ଗ ଆଉ ଆକାର ପ୍ରକାର ସବୁ ଯାତ୍ରାଠାରୁ ଭିନ୍ନ। ମନୋରଞ୍ଜନ ଓ ମହୋତ୍ସବର ମହଲ ହେଉଛି କଟକ ବାଲିଯାତ୍ରା। ଦିନରେ ବାଲିଯାତ୍ରାରେ ପହଡ଼, ରାତିକି ଭିଡ଼ ।
ଏହା ନ ଦେଖିଲେ ମନ ବୁଝେନା। ଥରେ ବୁଲିଆସିଲେ ଆଉ ଯିବାକୁ ବି ଇଚ୍ଛା ହୁଏନାହିଁ। ନୂଆ ଲୋକଟି ଗଳିର ସହର କଟକରେ ବାଟବଣା ହୁଏ ଅଥଚ ବାଲିଯାତ୍ରା ଠିକଣା ହଜାଏନାହିଁ। ଆଖୁ କିଆରିରେ ପଶିବା ଭଳି ଲାଗେ। ବହୁତ କିଣିବାକୁ ଇଚ୍ଛାକରି କିଛି କିଣିପାରେନା।
ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ଚାଇନା ଓ ଉତ୍କଳ ରାଜାଙ୍କ ମଧ୍ୟରେ ଉପଢ଼ୌକନ ବିନିମୟ ହେଉଥିବା ଲଳିତ ବିସ୍ତର ଓ ସିୟୁକି ପ୍ରଭୃତି ବୌଦ୍ଧ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି। ରୋମ୍‌ ସାମ୍ରାଜ୍ୟ ସହିତ ମଧ୍ୟ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା। କଳିଙ୍ଗର ସୂକ୍ଷ୍ମବସ୍ତ୍ର ବ୍ୟତୀତ ସମ୍ବଲପୁର ହୀରା ସେଠାରେ ବିଶେଷ ଆଦରଲାଭ କରିଥିଲା। ସମ୍ରାଟ୍‌ ଖାରବେଳଙ୍କ ରାଜତ୍ୱକାଳରେ ପାରସ୍ୟ ଉପକୂଳରେ କଳିଙ୍ଗର ବାଣିଜ୍ୟ କାରବାର ଚାଲୁଥିବା କଥା ଜୟସ୍ବାଲ ପ୍ରମାଣ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷରୁ କଳିଙ୍ଗର ସାଧବପୁଅ ପାଲଟଣା ବୋଇତ ମାନଙ୍କରେ ସ୍ବଦେଶୀ ରେଶମୀ ପାଟ, ସୂକ୍ଷ୍ମବସ୍ତ୍ର, ବିଭିନ୍ନ ସୁଗନ୍ଧ ଦ୍ରବ୍ୟ, କାରିଗର ଶିଳ୍ପସାମଗ୍ରୀ ଓ ସମ୍ବଲପୁର ଅଞ୍ଚଳର ବିଖ୍ୟାତ ହୀରା ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ବାଲିଦ୍ୱୀପ ପ୍ରଭୃତିକୁ ଯାତ୍ରା କରୁଥିଲେ। ଏ ପ୍ରାଚୀନକାଳରେ କଳିଙ୍ଗ ବାଣିଜ୍ୟ, ବ୍ୟବସାୟ, ସ୍ଥାପତ୍ୟ, ଶିଳ୍ପକଳା, ସଭ୍ୟତା ଓ ସଂସ୍କୃତି କ୍ଷେତ୍ରରେ ଚରମସୀମାରେ ଉପନୀତ ହୋଇଥିଲା। ସେହି ଗୌରବକୁ ସ୍ମରଣ କରିବା ସକାଶେ ଏବେ ପାରାଦୀପ ଓ ଚାନ୍ଦବାଲି ଠାରେ ବୋଇତବନ୍ଦାଣ ଉତ୍ସବ ପାଳିତ ହେଉଛି। ସେଦିନର ସତ୍ୟ ଆଜିର ସ୍ମୃତିରେ ପରିଣତ ହୋଇ କେବଳ ବାଲିଯାତ୍ରା ଓ ବୋଇତବନ୍ଦାଣ ମାଧ୍ୟମରେ ଆମମାନଙ୍କୁ ସାମାନ୍ୟ ଆନନ୍ଦ ଦେଉଛି।
ବାଲିଯାତ୍ରାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଓର୍‌ମାସ ଷ୍ଟଲ୍‌। ଚଳିତବର୍ଷ କୋଣାର୍କ ମନ୍ଦିର ଶୈଳୀରେ ଏହାର ପ୍ରବେଶ ପଥଟି ହୋଇଛି। ଚଳିତ ବର୍ଷର କୋଣାର୍କ ମନ୍ଦିରର ମୁଖଶାଳା ସମଗ୍ର ବିଶ୍ୱରେ ଓଡ଼ିଶାର ସ୍ଥପତି ଓ ଭାସ୍କର୍ଯ୍ୟର ମହାନ୍‌ ଗାଥାକୁ ଆହୁରି ଉଚ୍ଚ ସୋପାନକୁ ନେଇଯିବ। ଏହାବ୍ୟତୀତ ଚଳିତବର୍ଷ ସମଗ୍ର ଭାରତର ୨୨ଟି ରାଜ୍ୟ ଓ ଓଡ଼ିଶାର ସମସ୍ତ ୩୦ଟି ଜିଲାରୁ ବିଭିନ୍ନ ଷ୍ଟଲ୍‌ ସାମିଲ ହେବେ। ସେମାନଙ୍କ ସହ ମିଶନ ଶକ୍ତି, ନାବାର୍ଡ, ଟେକ୍ସଟାଇଲ ଓ ବିଭିନ୍ନ ଶିଳ୍ପକେନ୍ଦ୍ରର ଷ୍ଟଲ୍‌ ବଡ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। କେବଳ ଓଡ଼ିଶା ଖାଦ୍ୟ ନୁହେଁ, ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ପଶ୍ଚିମବଙ୍ଗର ଖାଦ୍ୟସବୁ ମଧ୍ୟ ଏହି ଷ୍ଟଲ୍‌ରେ ଉପଲବ୍ଧର ବ୍ୟବସ୍ଥା ରହିଛି। ଓଡ଼ିଶାରେ ଚଳିତବର୍ଷ ବିଶ୍ୱ ମିଲେଟ୍‌ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିବାରୁ ଏବଂ ଲୋକମାନଙ୍କ ଭିତରେ ମିଲେଟ୍‌ ପ୍ରତି ଦୁର୍ବଳତା ଦିନକୁଦିନ ବଢ଼ୁଥିବାରୁ ଚାରୋଟି ଷ୍ଟଲ୍‌ରେ କେବଳ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମିଳିବା ସହ ଅନ୍ୟ ୨୫ ପ୍ରକାର ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମଧ୍ୟ ମିଳିବ।
ହଜାର ବର୍ଷର ପରିଚୟରେ ସମୃଦ୍ଧ କଟକ ସହରର ବାଲିଯାତ୍ରା ସମୟରେ ସହର ଓ ସହର ଆଖପାଖ ଅଞ୍ଚଳର ଝିଅ ଝିଆଣୀମାନେ ବାପ ଘରକୁ ଆସିଥାନ୍ତି କେବଳ ବାଲିଯାତ୍ରା ପାଇଁ। ବନ୍ଧୁଘର ସଜ ହେଉ ବା ଝିଅ ବାହାଣୀ ପାଇଁ ଘର ଯୋଗାଡ଼ ଜିନିଷ, ମାଛଜାଲ ହେଉ ବା ହରେକ୍‌ ରକମର କାଠସାମଗ୍ରୀ, ଲୁଗାପଟାଠାରୁ ସବୁକିଛି ଏଇଠି ପାଇବେ। ଓଡ଼ିଶା ସରକାର ବାଲିଯାତ୍ରାର ବିଶ୍ୱସ୍ତରୀୟ ପ୍ରଚାର ପ୍ରସାର କରିବା ସହ ଏହାର ପୃଷ୍ଠପୋଷକତା ମଧ୍ୟ କରୁଛନ୍ତି। ରଙ୍ଗବେରଙ୍ଗ ଆଲୋକର ମେଖଳା ଭିତରେ ଦୂର ଅତୀତର ଗୌରବମୟ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତିବିଜଡ଼ିତ ପଦଚିହ୍ନ ବେଶ୍‌ ଭାବଗର୍ଭକ।

ବିପିନ ବିହାରୀ ରାଉତ
ତୁଳସୀପୁର, କଟକ
ମୋ:୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri