ବାଲିକୁଦା-ଏରସମା, ପାରାଦୀପ ଅଙ୍କ ଛିଣ୍ଡୁନି

ଜଗତ୍‌ସିଂହପୁର, ୪ା୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏଥିମଧ୍ୟରେ ବିଜେଡି ୨ଟି ଅର୍ଥାତ୍‌ ଜଗତ୍‌ସିଂହପୁର ଏବଂ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଭାଜପା ତିର୍ତ୍ତୋଲ ଓ ପାରାଦୀପ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ବାଲିକୁଦା-ଏରସମା ଓ ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚୟନରେ ବିଳମ୍ବ କରୁଥିବାରୁ ନାନା କଥା ଚର୍ଚ୍ଚା ଚାଲିଛି। ବଡ଼ କଥା ହେଲା କେଉଁ ନେତାଙ୍କୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ ସେ ଅଙ୍କ ଛିଡି ପାରୁ ନ ଥିବାରୁ ଦଳ ଅଡୁଆରେ ପଡିଛି। ଅନ୍ୟପକ୍ଷେ ବିଜେଡି ଓ ଭାଜପା ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ଜାରି ରହିଛି। ଏଥିମଧ୍ୟରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଏକାଧିକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଧାୟକ ରଘୁନନ୍ଦନ ଦାସ ସର୍ବାଗ୍ରେ ରହିବେ। ତାଙ୍କୁ ପ୍ରାର୍ଥୀ କରା ନ ଗଲେ ତାଙ୍କ ପୁଅକୁ ବିଜେଡି ଟିକେଟ ଦିଆଯାଉ ବୋଲି ସେ ଦାବି କରୁଥିବା କୁହାଯାଉଛି। କିନ୍ତୁ ତାଙ୍କ ବିରୋଧରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କୁଟନୀତି କରି ଆଶାୟୀ ସଂଖ୍ୟା ବଢାଇଥିବା ଦୀର୍ଘଦିନ ହେବ ଆଲୋଚନା ହୋଇ ଆସୁଛି । ଏପରି କି ରଘୁନନ୍ଦନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି। ଯାହାର ପ୍ରତିଫଳନ ସ୍ବରୂପ ନିକଟରେ ୨ ଜଣ ଯୁବ ନେତା ସମର୍ଥକମାନଙ୍କ ସହ ପୃଥକ୍‌ ଭାବେ ନବୀନ ନିବାସ ଯାଇ ବିଜେଡି ଟିକେଟ ପାଇଁ ଲବି କରିଛନ୍ତି। ବଡ଼ କଥା ହେଲା ସେମାନଙ୍କ ମଧ୍ୟରୁ ସଞ୍ଜୀବ ବିଶ୍ୱାଳଙ୍କ ସମର୍ଥକମାନେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିବା ଆଲୋଚନାକୁ ଖୋରାକ ଯୋଗାଉଛି। ପ୍ରଚ୍ଛଦ ପଟରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ଥିବା ଚର୍ଚ୍ଚା ଚାଲିଛି। କିନ୍ତୁ ମୁଦୁଲି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କୁହାଯାଉଛି ପ୍ରଶାନ୍ତ ଏହି ଆସନରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ଥିବାରୁ ନିର୍ବାଚନମଣ୍ଡଳୀରେ ଗୋଳିଆ କରିବାକୁ ଚେଷ୍ଟା କରିଥିଲେ। ଏବେ ସେ ଜଗତ୍‌ସିଂହପୁର ଆସନରୁ ପୁଣି ପ୍ରାର୍ଥୀ ହେବାକୁ ଯାଉଥିବାରୁ ସମ୍ଭବତଃ ପରିସ୍ଥିତିରେ ସୁଧାର ଆସିବା ଆଶା କରାଯାଉଥିବା କୁହାଯାଉଛି। ଯେହେତୁ ସଞ୍ଜୀବଙ୍କୁ ସେ ଆଶାୟୀ ଦୌଡରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ ତେଣୁ ଏବେ କ’ଣ ହେଉଛି ତାହା ଦେଖିବା ବାକି ରହିଲା। ଏହି ପରିସ୍ଥିତିରେ ଅନ୍ୟତମ ଦାବିଦାର ସାରଦା ଜେନା କିନ୍ତୁ ନୀରପେକ୍ଷ ରହିଛନ୍ତି। ସେ ଉଭୟ ଗୋଷ୍ଠୀଙ୍କ ସହ ସମନ୍ବୟ ବଜାୟ ରଖିଥିବାରୁ ଦଳ ତାଙ୍କ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରୁଥିବା ଆଲୋଚନା ଚାଲିଛି। ଏସବୁ ଭିତରେ ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିଲେ ସୁଦ୍ଧା ଭାଜପା ତୀକ୍ଷ୍ଣ ନଜର ରଖିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ଭାଜପା ଅସନ୍ତୁଷ୍ଟଙ୍କୁ ଆମଦାନୀ କରିବ ବୋଲି ଯୋଜନାରେ ଥିବା କୁହାଯାଉଛି। ଭାଜପାରେ ମଧ୍ୟ ଏକାଧିକ ଆଶାୟୀ ଥିବାରୁ ଏହି ଦଳ ଅଡୁଆରେ ପଡୁଛି। ତେଣୁ ଅନ୍ୟ ଦଳର ନେତାଙ୍କୁ ଆମଦାନୀ କରି ଟିକେଟ ଦେଇ ଦେଲେ ଭାଜପା ଗୋଷ୍ଠୀ ବିବାଦ ପ୍ରଶମିତ ହୋଇଯିବ ବୋଲି ଦଳ ନେତୃତ୍ୱ ଚିନ୍ତା କରୁଥିବା କୁହାଯାଉଛି। ଅନ୍ୟପଟେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକାଧିକ ଆଶାୟୀ ଅଛନ୍ତି।
କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି)ଙ୍କ ପତ୍ନୀ ମୋନିଦୀପା ବିଜେଡିରେ ମିଶିଛନ୍ତି। ସେ ଏଥର ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଆଶାୟୀ। ଯେହେତୁ ବିଜେଡି ମହିଳାଙ୍କ ପାଇଁ ୩୩% ସ୍ଥାନ ଦେବାକୁ ଚେଷ୍ଟା କରୁଛି ତେଣୁ ଜଗତ୍‌ସିଂହପୁର ଜିଲାର ୪ଟି ଆସନରୁ ଗୋଟିଏ ଅର୍ଥାତ୍‌ ପାରାଦୀପ ଏହି ବର୍ଗଙ୍କ ପାଇଁ ସଂରକ୍ଷିତ ହେବା ଆଶା କରାଯାଉଛି। ସେ ଦୃଷ୍ଟିରୁ ଏହି ଆସନରୁ ସ୍ବର୍ଗତ ଦାମୋଦର ରାଉତଙ୍କ ଝିଅ କିମ୍ବା ବୋହୂ ପ୍ରାର୍ଥୀ ହେବାକୁ ଲବି କରୁଛନ୍ତି। ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମଧ୍ୟ ଦୌଡ଼ର ଆଗରେ ରହିଛନ୍ତି। ସେ କିମ୍ବା ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯାଉ ବୋଲି ସେ ଦାବି କରୁଛନ୍ତି। ଏ ପରିସ୍ଥିତିରେ ଦଳ ଅଡୁଆରେ ପଡିଛି।
ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି ରମାକାନ୍ତ ଭୋଇଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଦଳ ବିଧାୟକ ବିଜୟଶଙ୍କର ଦାସଙ୍କ ପରିବର୍ତ୍ତେ ଭୋଇଙ୍କୁ ଭରସା କରି ଟିକେଟ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ଦେହାନ୍ତ ପରେ ତାଙ୍କ ପୁଅ ବିଜୟଶଙ୍କରଙ୍କୁ ଉପନିର୍ବାଚନରେ ଦଳ ପ୍ରାର୍ଥୀ କରିଥିଲା। ବିଜୟଶଙ୍କର ମଧ୍ୟ ବିଜୟୀ ହୋଇଥିଲେ। କିନ୍ତୁ ସୋମାଲିକା ଦାଶ ନାମ୍ନୀ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ମାମଲାରେ ଛନ୍ଦି ହୋଇ ପଡିବାରୁ ତାଙ୍କ ପାଇଁ ଅଡୁଆ ବଢିଥିଲା। ଯେଉଁ କାରଣରୁ ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri