ବାଲିକୁଦା-ଏରସମା, ପାରାଦୀପ ଅଙ୍କ ଛିଣ୍ଡୁନି

ଜଗତ୍‌ସିଂହପୁର, ୪ା୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏଥିମଧ୍ୟରେ ବିଜେଡି ୨ଟି ଅର୍ଥାତ୍‌ ଜଗତ୍‌ସିଂହପୁର ଏବଂ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଭାଜପା ତିର୍ତ୍ତୋଲ ଓ ପାରାଦୀପ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ବାଲିକୁଦା-ଏରସମା ଓ ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚୟନରେ ବିଳମ୍ବ କରୁଥିବାରୁ ନାନା କଥା ଚର୍ଚ୍ଚା ଚାଲିଛି। ବଡ଼ କଥା ହେଲା କେଉଁ ନେତାଙ୍କୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ ସେ ଅଙ୍କ ଛିଡି ପାରୁ ନ ଥିବାରୁ ଦଳ ଅଡୁଆରେ ପଡିଛି। ଅନ୍ୟପକ୍ଷେ ବିଜେଡି ଓ ଭାଜପା ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ଜାରି ରହିଛି। ଏଥିମଧ୍ୟରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଏକାଧିକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଧାୟକ ରଘୁନନ୍ଦନ ଦାସ ସର୍ବାଗ୍ରେ ରହିବେ। ତାଙ୍କୁ ପ୍ରାର୍ଥୀ କରା ନ ଗଲେ ତାଙ୍କ ପୁଅକୁ ବିଜେଡି ଟିକେଟ ଦିଆଯାଉ ବୋଲି ସେ ଦାବି କରୁଥିବା କୁହାଯାଉଛି। କିନ୍ତୁ ତାଙ୍କ ବିରୋଧରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କୁଟନୀତି କରି ଆଶାୟୀ ସଂଖ୍ୟା ବଢାଇଥିବା ଦୀର୍ଘଦିନ ହେବ ଆଲୋଚନା ହୋଇ ଆସୁଛି । ଏପରି କି ରଘୁନନ୍ଦନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି। ଯାହାର ପ୍ରତିଫଳନ ସ୍ବରୂପ ନିକଟରେ ୨ ଜଣ ଯୁବ ନେତା ସମର୍ଥକମାନଙ୍କ ସହ ପୃଥକ୍‌ ଭାବେ ନବୀନ ନିବାସ ଯାଇ ବିଜେଡି ଟିକେଟ ପାଇଁ ଲବି କରିଛନ୍ତି। ବଡ଼ କଥା ହେଲା ସେମାନଙ୍କ ମଧ୍ୟରୁ ସଞ୍ଜୀବ ବିଶ୍ୱାଳଙ୍କ ସମର୍ଥକମାନେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିବା ଆଲୋଚନାକୁ ଖୋରାକ ଯୋଗାଉଛି। ପ୍ରଚ୍ଛଦ ପଟରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ଥିବା ଚର୍ଚ୍ଚା ଚାଲିଛି। କିନ୍ତୁ ମୁଦୁଲି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କୁହାଯାଉଛି ପ୍ରଶାନ୍ତ ଏହି ଆସନରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ଥିବାରୁ ନିର୍ବାଚନମଣ୍ଡଳୀରେ ଗୋଳିଆ କରିବାକୁ ଚେଷ୍ଟା କରିଥିଲେ। ଏବେ ସେ ଜଗତ୍‌ସିଂହପୁର ଆସନରୁ ପୁଣି ପ୍ରାର୍ଥୀ ହେବାକୁ ଯାଉଥିବାରୁ ସମ୍ଭବତଃ ପରିସ୍ଥିତିରେ ସୁଧାର ଆସିବା ଆଶା କରାଯାଉଥିବା କୁହାଯାଉଛି। ଯେହେତୁ ସଞ୍ଜୀବଙ୍କୁ ସେ ଆଶାୟୀ ଦୌଡରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ ତେଣୁ ଏବେ କ’ଣ ହେଉଛି ତାହା ଦେଖିବା ବାକି ରହିଲା। ଏହି ପରିସ୍ଥିତିରେ ଅନ୍ୟତମ ଦାବିଦାର ସାରଦା ଜେନା କିନ୍ତୁ ନୀରପେକ୍ଷ ରହିଛନ୍ତି। ସେ ଉଭୟ ଗୋଷ୍ଠୀଙ୍କ ସହ ସମନ୍ବୟ ବଜାୟ ରଖିଥିବାରୁ ଦଳ ତାଙ୍କ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରୁଥିବା ଆଲୋଚନା ଚାଲିଛି। ଏସବୁ ଭିତରେ ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିଲେ ସୁଦ୍ଧା ଭାଜପା ତୀକ୍ଷ୍ଣ ନଜର ରଖିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ଭାଜପା ଅସନ୍ତୁଷ୍ଟଙ୍କୁ ଆମଦାନୀ କରିବ ବୋଲି ଯୋଜନାରେ ଥିବା କୁହାଯାଉଛି। ଭାଜପାରେ ମଧ୍ୟ ଏକାଧିକ ଆଶାୟୀ ଥିବାରୁ ଏହି ଦଳ ଅଡୁଆରେ ପଡୁଛି। ତେଣୁ ଅନ୍ୟ ଦଳର ନେତାଙ୍କୁ ଆମଦାନୀ କରି ଟିକେଟ ଦେଇ ଦେଲେ ଭାଜପା ଗୋଷ୍ଠୀ ବିବାଦ ପ୍ରଶମିତ ହୋଇଯିବ ବୋଲି ଦଳ ନେତୃତ୍ୱ ଚିନ୍ତା କରୁଥିବା କୁହାଯାଉଛି। ଅନ୍ୟପଟେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକାଧିକ ଆଶାୟୀ ଅଛନ୍ତି।
କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି)ଙ୍କ ପତ୍ନୀ ମୋନିଦୀପା ବିଜେଡିରେ ମିଶିଛନ୍ତି। ସେ ଏଥର ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଆଶାୟୀ। ଯେହେତୁ ବିଜେଡି ମହିଳାଙ୍କ ପାଇଁ ୩୩% ସ୍ଥାନ ଦେବାକୁ ଚେଷ୍ଟା କରୁଛି ତେଣୁ ଜଗତ୍‌ସିଂହପୁର ଜିଲାର ୪ଟି ଆସନରୁ ଗୋଟିଏ ଅର୍ଥାତ୍‌ ପାରାଦୀପ ଏହି ବର୍ଗଙ୍କ ପାଇଁ ସଂରକ୍ଷିତ ହେବା ଆଶା କରାଯାଉଛି। ସେ ଦୃଷ୍ଟିରୁ ଏହି ଆସନରୁ ସ୍ବର୍ଗତ ଦାମୋଦର ରାଉତଙ୍କ ଝିଅ କିମ୍ବା ବୋହୂ ପ୍ରାର୍ଥୀ ହେବାକୁ ଲବି କରୁଛନ୍ତି। ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମଧ୍ୟ ଦୌଡ଼ର ଆଗରେ ରହିଛନ୍ତି। ସେ କିମ୍ବା ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯାଉ ବୋଲି ସେ ଦାବି କରୁଛନ୍ତି। ଏ ପରିସ୍ଥିତିରେ ଦଳ ଅଡୁଆରେ ପଡିଛି।
ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି ରମାକାନ୍ତ ଭୋଇଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଦଳ ବିଧାୟକ ବିଜୟଶଙ୍କର ଦାସଙ୍କ ପରିବର୍ତ୍ତେ ଭୋଇଙ୍କୁ ଭରସା କରି ଟିକେଟ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ଦେହାନ୍ତ ପରେ ତାଙ୍କ ପୁଅ ବିଜୟଶଙ୍କରଙ୍କୁ ଉପନିର୍ବାଚନରେ ଦଳ ପ୍ରାର୍ଥୀ କରିଥିଲା। ବିଜୟଶଙ୍କର ମଧ୍ୟ ବିଜୟୀ ହୋଇଥିଲେ। କିନ୍ତୁ ସୋମାଲିକା ଦାଶ ନାମ୍ନୀ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ମାମଲାରେ ଛନ୍ଦି ହୋଇ ପଡିବାରୁ ତାଙ୍କ ପାଇଁ ଅଡୁଆ ବଢିଥିଲା। ଯେଉଁ କାରଣରୁ ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ସାତ୍ତ୍ୱିକ ସତ୍ୟକାମଙ୍କ କୃତିତ୍ୱ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri