ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ

ବାଲିଗୁଡ଼ା,୧୨ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧୀନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ଼ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀମାନେ ଅଭିଯୋଗ କରି ଚିନ୍ତାରେ ରହିଛନ୍ତି। ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ୧୨ଟି ଘାଇ। କିନ୍ତୁ ଘାଇଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁଡୁବାଲି ଓ ବାଲିଗୁଡ଼ା ସହରରେ ଥିବା ଜାପିମାସ୍କା ଘାଇ ଭଗ୍ନ ଅବସ୍ଥାରେ ରହିଛି। କେନାଲ ସାହାଯ୍ୟରେ ଜଳସେଚନ ହୋଇପାରୁନି।
ସେହିଭଳି ଚାଙ୍ଗୁରବାଲି ଘାଇରେ ମଧ୍ୟ କେନାଲ ଭାଙ୍ଗି ରାସ୍ତା ଉପରେ ପାଣି ଯାଉଛି। ତୁମୁଡିବନ୍ଧ ବ୍ଲକ ଲାଲିଆଚଞ୍ଚୁଡ଼ ଘାଇଟିର କାମ ଅଧାପନ୍ତରିଆ ଅବସ୍ଥା ରହିଥିବା ବେଳେ କୋଟଗଡ଼ ବ୍ଲକରେ ମଧ୍ୟ ଗୋଟିଏ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। କ.ନୂଆଗାଁ ବ୍ଲକରେ ବିଲାବାଡି, ଗୁଇବନ୍ଧା, ଫୁଜିବାଡି, କଟାରୀ, ସାରଙ୍ଗଡ ଓ ସିର୍ତ୍ତିିଗୁଡା ଗ୍ରାମର ୭ଟି ଘାଇ ରହିଛି। ସମସ୍ତ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାରୁ ବିଲକୁ କେନାଲ ସାହାଯ୍ୟରେ ପାଣି ଯାଇପାରୁନାହିଁ। ଫଳରେ ଚାଷକାର୍ଯ୍ୟରେ ବାଧା ଉପୁଜୁଛି। ନିୟମିତ ପାଣି ମିଳୁ ନ ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳର ଚାଷୀମାନେ ବାଧ୍ୟ ହୋଇ କେବଳ ବର୍ଷା ଦିନିଆ ଚାଷ କରୁଛନ୍ତି। ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ ଉପବିଭାଜନ, ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସର ଲଟାବୁଦା ହୋଇ ଭୁତକୋଠି ପାଲଟି ଯାଇଛି। ଏକାଧିକ କର୍ମଚାରୀମାନଙ୍କର ବାସଭବନ ଭଗ୍ନ ଅବସ୍ଥାରେ ରହିଛି।
ଏହି ଦାୟିତ୍ୱରେ ଥିବା ବଲାଙ୍ଗୀର ସହକାରୀ ଯନ୍ତ୍ରୀ ମହେନ୍ଦ୍ର ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଘାଇର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ଆକଳନ କରି ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଇଛୁ। ତାହା ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ। ଅନ୍ୟପଟେ ଘାଇଗୁଡ଼ିକର ଶୀଘ୍ର ପୁନରୁଦ୍ଧାର କରି କେନାଲ ସାହାଯ୍ୟରେ ଜମିକୁ ଜଳଯୋଗାଣ କରିବାକୁ ଚାଷୀ ମହଲରୁ ଦୃଢ଼ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri