‘ବାଲେଶ୍ୱର ପୌରପାଳିକା କର୍ପୋରେଶନ ମାନ୍ୟତାରୁ ବଞ୍ଚିତ’

ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜନସାଧାରଣଙ୍କ ବହୁଦିନର ଦାବି ବାଲେଶ୍ୱର ପୌରପାଳିକାକୁ କର୍ପୋରେଶନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାଖାପାଖି ସାଢ଼େ ୩ବର୍ଷ ରାଜ୍ୟ ସରକାର ସହରାଞ୍ଚଳବାସୀଙ୍କୁ ନିର୍ବାଚିତ ଲୋକପ୍ରତିନିଧି ନ ଦେଇ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପୌରାଞ୍ଚଳ ଶାସନଭାର ଦେବା ନଗରବାସୀଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର ସହର ଏକ ସଂସ୍କୃତିସମ୍ପନ୍ନ ସହର ଭାବେ ପରିଚିତ। ଚାନ୍ଦିପୁର ପରି ସୁବର୍ଣ୍ଣ ବେଳାଭୂମି ସହ ଆଇଟିଆର୍‌, ପିଏକ୍ସଇ ଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ ସଂସ୍ଥା ମାନ ରହିଛି। ବିଧାୟକ ଥିଲା ବେଳେ ବାରମ୍ବାର ବାଲେଶ୍ୱରକୁ କର୍ପୋରେଶନରେ ପରିଣତ କରିବା ପାଇଁ ବିଧାନସଭାରେ ଦାବି କରିଥିଲେ। ଏ ଦିଗରେ ମଧ୍ୟ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା ଏବଂ ପୌରପାଳିକା ଚତୁଃପାଶର୍‌ବରେ ଥିବା ଗ୍ରାମାଞ୍ଚଳକୁ କର୍ପୋରେଶନ ପରିସରଭୁକ୍ତ କରିବା ପାଇଁ ସର୍ଭେ କାର୍ଯ୍ୟ କରିବା ସହ ସରପଞ୍ଚଙ୍କଠାରୁ ଏନ୍‌ଓସି ମଧ୍ୟ ନିଆଯାଇଥିଲା। ଏହାସତ୍ତ୍ୱେ ପୌର ନିର୍ବାଚନ ପୂର୍ବରୁ ବାଲେଶ୍ୱରକୁ କର୍ପୋରେଶନର ମାନ୍ୟତା ନ ଦେବା କେବଳ ପ୍ରଶାସନିକ ଅବହେଳା ନୁହେଁ ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ପୂର୍ବତନ ବିଧାୟକ ତଥା ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ଭାଜପା ତରଫରୁ ବାଲେଶ୍ୱର ଓ ଭଦ୍ରକ ଜିଲା ଦାୟିତ୍ୱରେ ଥିବା ପ୍ରଭାରୀ ଦାଶ ପ୍ରକାଶ କରିଛନ୍ତି।
ଦୀର୍ଘଦିନ ନିର୍ବାଚନ ନ କରି ବାଲେଶ୍ୱର ଓ ଭଦ୍ରକ ଦୁଇଟି ଜିଲାରେ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରି ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି। ସହରାଞ୍ଚଳ ପରିମଳ ଯୋଜନାରେ ପ୍ରକୃତ କାର୍ଯ୍ୟ କରା ନ ଯାଇ ଅର୍ଥ ହରିଲୁଟ୍‌ କରାଯାଇଛି। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟାରେ ସହରବାସୀ ଉବୁଟୁବୁ ହେଉଛନ୍ତି। ଏତେ ବିଳମ୍ବରେ ନିର୍ବାଚନ କରି ମଧ୍ୟ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟାରେ ଶାସକଦଳର ପତିଆରାକୁ ବଜାୟ ରଖିବା ପାଇଁ ପାତରଅନ୍ତର ନୀତି ଅବଲମ୍ବନ କରାଗଲା ଓ ଭୋଟରଲିଷ୍ଟରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ଆଗାମୀ ପୌରନିର୍ବାଚନରେ ଜନସାଧାରଣ ଏପରି ଅସାମ୍ବିଧାନିକ କାର୍ଯ୍ୟର ଠିକ୍‌ ଜବାବ ଦେବେ। ବାଲେଶ୍ୱରର ୫ଟି ଓ ଭଦ୍ରକରେ ୪ଟି ସହରାଞ୍ଚଳରେ ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବା ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୌର ନିର୍ବାଚନ ଜିଲା ସଂଯୋଜକ ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ଉପସଭାପତି କମଲଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଓ ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri