ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ ପାଇଁ ରଘୁନାଥ ପ୍ରଧାନ, ମନୋଜ କୁମାର ନାୟକ ଏବଂ ନାରାୟଣ ଚନ୍ଦ୍ର ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉପସଭାପତି ପଦବୀରେ ସୂର୍ଯ୍ୟକାନ୍ତ କର ଓ ରଣଜିତ୍ ପଣ୍ଡା, ସମ୍ପାଦକ ପଦବୀ ପାଇଁ ଦୀପକ କୁମାର ଦାଶ ଓ ସମ୍ବିତ କୁମାର ନନ୍ଦୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦୁଇଟି ସହସମ୍ପାଦକ ପଦବୀ ପାଇଁ ସୌରୀ ଶଙ୍କର ପରି ଜିତେନ୍ଦ୍ର କୁମାର ଉପାଧ୍ୟାୟ, ସେକ୍ ମହମ୍ମଦ ଗୋଲାମ ହମିଦ ଓ ଅଜୟ କୁମାର ବାରିକ, କୋଷାଧ୍ୟକ୍ଷ ପାଇଁ ଶିବଶଙ୍କର ପଣ୍ଡା ଓ ବିଜୟ କୁମାର ପରି ପ୍ରାର୍ଥୀ ଭାବେ ଲଢୁଛନ୍ତି।
ସେହିପରି ୧୨ଜଣ ଏକ୍ଜିକ୍ୟୁଟିଭ୍ ମେମ୍ବର ପଦବୀ ନିମନ୍ତେ ୨୨ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଅପରପକ୍ଷରେ ସହ-କୋଷାଧ୍ୟକ୍ଷ ଭାବେ ବାସନ୍ତୀ ସାହୁ ନିଦ୍ୱର୍ନ୍ଦରେ ର୍ନିବାଚିତ ହୋଇଥିଲେ। ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇଛି l ଅପରାହ୍ନ ୩ଟାରେ ଶେଷ ହେବ। ଭୋଟିଂ ପରେ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶିତ ହେବ। ନିର୍ବାଚନ ଅଧିକାରୀଙ୍କ ସମେତ ୧୮ଜଣ ସହ ନିର୍ବାଚନ ଅଧିକାରୀ ନିର୍ବାଚନ ପରିଚାଳନା କରିବେ ବୋଲି ନିର୍ବାଚନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସିଂ କହିଛନ୍ତି।

