Posted inଜାତୀୟ

ବାଲାସାହେବଙ୍କୁ କରାଯାଇଛି ଅପମାନିତ: ଫଡନାଭିସ…

ମୁମ୍ବାଇ,୨୪।୬ : ଭାରତୀୟ ଜନତା ପାର୍ଟି (ଭାଜପା)ଉଦ୍ଧବ ଠାକରେଙ୍କ ବିରୋଧରେ ସେ ବାଲାସାହେବ ଠାକରେଙ୍କୁ ଅପମାନିତ କରିଥିବା ଅଭିଯୋଗ କରାଯାଇଛି। ଭାଜପାକୁ ପରାସ୍ତ କରିବାକୁ ଉଦ୍ଧବ ଠାକରେ କେଉଁମାନଙ୍କ ପାଖରେ ବସିଛନ୍ତି ତାହା ଭୁଲି ଯାଇଛନ୍ତି ବୋଲି ଭାଜପା ଅକ୍ଷେପ କରିଛି। ଭାଜପା ନେତା ତଥା ମହାରାଷ୍ଟ୍ରର ଊପମୁଖ୍ୟମନ୍ତ୍ରୀ
ଦେବେନ୍ଦ୍ର ଫଡନାଭିସ ଏହାକୁ ନେଇ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ପାଟନାରେ ଭାଜପା ବିରୋଧରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ବିରୋଧୀ ଦଳର ସମସ୍ତ ବଡ ନେତା ସାମିଲ ହୋଇଥିଲେ। ଏହାକୁ ନେଇ ଭାଜପା ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ କଡ଼ା ସମାଲୋଚନା କରାଯାଇଛି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ଶେୟାର କରଯାଇଥିଲା। ଏଥିରେ ବାଳାସାହେବ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ଏହାଦ୍ୱାରା ବାଲାସାହେବଙ୍କୁ ଅପମାନିତ କରାଯାଇଥିବା ଭାଜପା ଅଭିଯୋଗ କରିଛି।

ନିଜ ପରିବାର ତଥା ବଂଶବାଦକୁ ବଞ୍ଚାଇବା ପାଇଁ ବିରୋଧୀ ଦଳ ମେଣ୍ଟ କରିଛନ୍ତି। ୨୦୧୯ରେ ମଧ୍ୟ ସମାନ ପ୍ରୟାସ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ମେହବୁବା ମୁଫତିଙ୍କୁ ନେଇ ଆମକୁ ଥଟ୍ଟା କରୁଥିବା ଉଦ୍ଧବ ଠାକରେ ଆଜି ତାଙ୍କ ସହ ବସିଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି।

ଲାଲୁ ପ୍ରସାଦର ଏକ ପୁରୁଣା ଭିଡିଓ ଶେୟାର କରାଯାଇ ଠାକରେ ପରିବାରର ମୂଳବଂଶ ବିହାରରୁ ଆସିଥିବା ଦାବି କରାଯାଇଥିଲା। ଏନେଇ ଭାଜପା ନେତା ଚିତ୍ରା କିଶୋର ୱାଘ କହିଛନ୍ତି ଉଦ୍ଧବ ଠାକରେଙ୍କୁ ତାଙ୍କ ପିତାଙ୍କୁ ଅପମାନିତ କରିଥିବା ପୁଅ ଭାବରେ ଇତିହାସରେ ସ୍ମରଣ କରାଯିବ। ଲାଲୁ ପ୍ରସାଦ ଥରେ ଦାବି କରିଥିଲେ ଠାକରେ ପରିବାର ବିହାରର ଏବଂ ବାଲାସାହେବ ଠାକରେ ମହାରାଷ୍ଟ୍ରର ଜଣେ ଅନୁପ୍ରବେଶକାରୀ। ଆଜି ଉଦ୍ଧବ ଠାକରେ ଯେଉଁମାନେ ବାଲାସାହେବ ଠାକରେଙ୍କ ମରାଠୀ ପରିଚୟ ଉପରେ ପ୍ରଶ୍ନ କରିଥିଲେ ସେମାନଙ୍କ ସହ ଅଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri