ବଲାଙ୍ଗୀର,୧୭।୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମହିଳା ବିଜୁ ଜନତା ଦଳ ବୁଧବାର ମହିଳା ମାନଙ୍କ ସୁରକ୍ଷା ନେଇ ଏସ୍ପି ଅଫିସ ଘେରାଉ କରିଛି। ଏଥିସହ ଏସ୍ପିଙ୍କ ଜରିଆରେ ପୋଲିସ ମହନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ହିଂସା ଓ ଅତ୍ୟାଚାର ବିରୁଦ୍ଧରେ, ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ୭ ଦଫାର ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜିଲାର ଶତାଧିକ ମହିଳା ବିଜୁ ଜନତା ଦଳର କର୍ମୀମାନେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରୁ ଏକ ଶୋଭଯାତ୍ରାରେ ବାହାରି ବଲାଙ୍ଗିର ଏସ ପି ଅଫିସକୁ ଆସିଥିଲେ। ରାଜ୍ୟରେ ମହିଳା ସୁରକ୍ଷା ଏବଂ ନ୍ୟାୟ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାକୁ ଦାବି ଜଣାଇଛନ୍ତି l ବିଜୁ ମହିଳା ଜନତା ଦଳର ଜିଲା ପରିଷଦ ସଭାପତି ଦେବକୀ ସାହୁ, ପୌରଧ୍ୟକ୍ଷl ଲିକା ସାହୁ, ସଦର ବ୍ଲକ ଚେୟାରମ୍ୟାନ ସରିତା ବାଗ, ପୁର୍ବତନ ପୌରଧ୍ୟକ୍ଷl ଦମୟନ୍ତୀ ବାଗ, ପାଟଣାଗଡ ଏନ୍ଏସି ଚେୟାରମ୍ୟାନ, ଜିଲାପରିଷଦ ସଦସ୍ୟା ଓ ମହିଳା ୱାର୍ଡ କାଉନସିଲର ଓ ବିଜେଡିର ବହୁ ନେତ୍ରୀ ଓ ମହିଳା କର୍ମୀମାନେ ଶୋଭାଯାତ୍ରାରେ ସାମିଲ ହୋଇ ଏସପି ଅଫିସକୁ ଯାଇ ଓଡ଼ିଶା ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ଘଟୁ ଥିବା ଅପରାଧ, ଅସମ୍ମାନ, ଅପମାନ ଜନକ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଓ ବିହିତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଏସପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଏସପିଙ୍କୁ ଦାବିପତ୍ର ଦେଇ ଅନୁରୋଧ କରିଥିଲେ।

