ଖରାଠୁ ବଳିଗଲା ଗୁଳୁଗୁଳି

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ସୋମବାର ସାରା ରାଜ୍ୟରେ ଅସହ୍ୟ ଖରାତାତି ସହ ପ୍ରବଳ ଗୁଳୁଗୁଳି (ହିଟ୍‌ ଓ୍ବେଭ୍‌) ଅନୁଭୂତ ହୋଇଥିଲା। ସକାଳ ୯ଟାରୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ସବୁଠୁ ବିଗିଡି ଯାଇଥିଲା। ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅପେକ୍ଷାକୃତ ତାପମାତ୍ରା କମ୍‌ ଥିଲେ ମଧ୍ୟ ସାନ୍ଧ୍ରତା ବେଶି କାରଣରୁ ଅଧିକ ଗୁଳୁଗୁଳି ହୋଇଥିଲା। ଦିନ ବଢ଼ିବା ସହ ଗୁଳୁଗୁଳି ତାତିଠୁ ବଳିଯାଇଥିଲା। ଲୋକେ ରାତି ପର୍ଯ୍ୟନ୍ତ ଘର ଭିତରେ ମଧ୍ୟ ସ୍ବାଭାବିକ ଭାବେ ରହିପାରି ନ ଥିଲେ। ଗ୍ରାମାଞ୍ଚଳ ଓ କେତେକ ସହରରେ ବାରମ୍ବାର ବିଜୁଳି କାଟ ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥିଲା। ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ର ୪୫ଂ ଡିଗ୍ରୀ ଟପିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଥିବାବେଳେ ସୋମବାର ହିଁ ଏକାଧିକ ସ୍ଥାନରେ ପାରଦ ୪୪ଂ ଡିଗ୍ରୀ ଅତିକ୍ରମ କରିଥିଲା। ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲା ପାଲଟିଥିବାବେଳେ ଟିଟିଲାଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା। ଏହା ପଛକୁ ଝାରସୁଗୁଡା ୪୩.୬ ଡିଗ୍ରୀ, ଭବାନୀପାଟଣା ୪୩.୫ ଡିଗ୍ରୀ, ସମ୍ବଲପୁର, ସୋନପୁର ଓ ମାଲକାନଗିରି ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୧ଟି ଷ୍ଟେଶନରେ ତାପମାତ୍ରା ୪୨ ଡିଗ୍ରୀ ବା ତାହାଠାରୁ ଅଧିକ ରହିଥିଲା। ତେବେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ଓ କଟକରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନାନୁସାରେ, ଉପକୂଳବର୍ତ୍ତୀ ଜିଲାରେ ତାପମାତ୍ରା ଅଧିକ ରହିଥିଲେ ମଧ୍ୟ ସାନ୍ଧ୍ରତା କମ୍‌ ରହୁଥିବାରୁ ଖରା ପରିମାଣ ଅପେକ୍ଷାକୃତ କମ୍‌ ଅନୁଭୂତ ହୋଇଥିଲା। ମାତ୍ର ଆଭ୍ୟନ୍ତର ଓଡ଼ିଶାରେ ସାନ୍ଧ୍ରତା ଅଧିକ ରହୁଥିବାରୁ ଅଧିକ ଗୁଳୁଗୁଳି ହୋଇଛି। ସାନ୍ଧ୍ରତା ପରିମାଣ ବଢ଼ିଲେ ବାସ୍ତବ ତାପମାତ୍ରା ତୁଳନାରେ ପ୍ରାୟ ୧୦ରୁ ୧୧ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ଅନୁଭୂତ ହୋଇଥାଏ। ତେଣୁ ରାଜଧାନୀ ଭୁବନେଶ୍ୱରରେ ଦିନବେଳା ୩୮.୪ ଡିଗ୍ରୀ ତାପମାତ୍ରା ରହିଥିଲେ ମଧ୍ୟ ଲୋକଙ୍କୁ ତାପମାତ୍ରା ପ୍ରାୟ ୪୫/୫୦ ଡିଗ୍ରୀ ସେଲ୍‌ସିୟସ ଭଳି ଲାଗିଥିଲା। ସାଧାରଣ ଲୋକଙ୍କ ପକ୍ଷେ ଏହା ଯେତିକି ହାନିକାରକ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀଙ୍କ ପାଇଁ ଏହି ଗୁଳୁଗୁଳି ସହ୍ୟ କରିବା ବିଶେଷ କଷ୍ଟକର ବୋଲି ବିଶେଷଜ୍ଞ ଦାଶ କହିଛନ୍ତି।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି, ରାଜ୍ୟରେ ହିଟ୍‌ ୱେଭ୍‌ ନେଇ ୧୭ତାରିଖ ଯାଏ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ମଙ୍ଗଳବାର ୧୬ ତାରିଖରେ ହିଟ୍‌ ୱେଭ୍‌ ନେଇ ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୋଳ, ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର ଓ ସୋନପୁର ଜିଲାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ସତର୍କ କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେବ। ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ଯାଏ ବୃଦ୍ଧି ପାଇବ। ପୂର୍ବାହ୍ନ ୧୧ରୁ ୩ଟା ଯାଏ ଘରେ ରହିବାକୁ କୁହାଯାଇଛି। ଆଖୁ, ମକା, ଡାଲି ଓ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।

୮ ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଖରା ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନୁଗୋଳ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ରେ ଆଗାମୀ ୪ଦିନ ହିଟ୍‌ ଓ୍ବେଭ୍‌ ଜାରି ରହିବ। ଏଣୁ ସଂପୃକ୍ତ ଜିଲାର ଜିଲାପାଳଙ୍କୁ ଏସ୍‌ଆର୍‌ସି ସଜାଗ ରହିବା ପାଇ ନିର୍ଦ୍ଦେଶ ଦେଇଛନ୍ତି। ଜରୁରିକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଜଳସମ୍ପଦ ବିଭାଗ ଓ ଓସ୍‌ଡମାକୁ ମଧ୍ୟ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri