ଖରାଠୁ ବଳିଗଲା ଗୁଳୁଗୁଳି

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ସୋମବାର ସାରା ରାଜ୍ୟରେ ଅସହ୍ୟ ଖରାତାତି ସହ ପ୍ରବଳ ଗୁଳୁଗୁଳି (ହିଟ୍‌ ଓ୍ବେଭ୍‌) ଅନୁଭୂତ ହୋଇଥିଲା। ସକାଳ ୯ଟାରୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ସବୁଠୁ ବିଗିଡି ଯାଇଥିଲା। ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅପେକ୍ଷାକୃତ ତାପମାତ୍ରା କମ୍‌ ଥିଲେ ମଧ୍ୟ ସାନ୍ଧ୍ରତା ବେଶି କାରଣରୁ ଅଧିକ ଗୁଳୁଗୁଳି ହୋଇଥିଲା। ଦିନ ବଢ଼ିବା ସହ ଗୁଳୁଗୁଳି ତାତିଠୁ ବଳିଯାଇଥିଲା। ଲୋକେ ରାତି ପର୍ଯ୍ୟନ୍ତ ଘର ଭିତରେ ମଧ୍ୟ ସ୍ବାଭାବିକ ଭାବେ ରହିପାରି ନ ଥିଲେ। ଗ୍ରାମାଞ୍ଚଳ ଓ କେତେକ ସହରରେ ବାରମ୍ବାର ବିଜୁଳି କାଟ ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥିଲା। ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ର ୪୫ଂ ଡିଗ୍ରୀ ଟପିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଥିବାବେଳେ ସୋମବାର ହିଁ ଏକାଧିକ ସ୍ଥାନରେ ପାରଦ ୪୪ଂ ଡିଗ୍ରୀ ଅତିକ୍ରମ କରିଥିଲା। ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲା ପାଲଟିଥିବାବେଳେ ଟିଟିଲାଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା। ଏହା ପଛକୁ ଝାରସୁଗୁଡା ୪୩.୬ ଡିଗ୍ରୀ, ଭବାନୀପାଟଣା ୪୩.୫ ଡିଗ୍ରୀ, ସମ୍ବଲପୁର, ସୋନପୁର ଓ ମାଲକାନଗିରି ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୧ଟି ଷ୍ଟେଶନରେ ତାପମାତ୍ରା ୪୨ ଡିଗ୍ରୀ ବା ତାହାଠାରୁ ଅଧିକ ରହିଥିଲା। ତେବେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ଓ କଟକରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନାନୁସାରେ, ଉପକୂଳବର୍ତ୍ତୀ ଜିଲାରେ ତାପମାତ୍ରା ଅଧିକ ରହିଥିଲେ ମଧ୍ୟ ସାନ୍ଧ୍ରତା କମ୍‌ ରହୁଥିବାରୁ ଖରା ପରିମାଣ ଅପେକ୍ଷାକୃତ କମ୍‌ ଅନୁଭୂତ ହୋଇଥିଲା। ମାତ୍ର ଆଭ୍ୟନ୍ତର ଓଡ଼ିଶାରେ ସାନ୍ଧ୍ରତା ଅଧିକ ରହୁଥିବାରୁ ଅଧିକ ଗୁଳୁଗୁଳି ହୋଇଛି। ସାନ୍ଧ୍ରତା ପରିମାଣ ବଢ଼ିଲେ ବାସ୍ତବ ତାପମାତ୍ରା ତୁଳନାରେ ପ୍ରାୟ ୧୦ରୁ ୧୧ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ଅନୁଭୂତ ହୋଇଥାଏ। ତେଣୁ ରାଜଧାନୀ ଭୁବନେଶ୍ୱରରେ ଦିନବେଳା ୩୮.୪ ଡିଗ୍ରୀ ତାପମାତ୍ରା ରହିଥିଲେ ମଧ୍ୟ ଲୋକଙ୍କୁ ତାପମାତ୍ରା ପ୍ରାୟ ୪୫/୫୦ ଡିଗ୍ରୀ ସେଲ୍‌ସିୟସ ଭଳି ଲାଗିଥିଲା। ସାଧାରଣ ଲୋକଙ୍କ ପକ୍ଷେ ଏହା ଯେତିକି ହାନିକାରକ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀଙ୍କ ପାଇଁ ଏହି ଗୁଳୁଗୁଳି ସହ୍ୟ କରିବା ବିଶେଷ କଷ୍ଟକର ବୋଲି ବିଶେଷଜ୍ଞ ଦାଶ କହିଛନ୍ତି।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି, ରାଜ୍ୟରେ ହିଟ୍‌ ୱେଭ୍‌ ନେଇ ୧୭ତାରିଖ ଯାଏ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ମଙ୍ଗଳବାର ୧୬ ତାରିଖରେ ହିଟ୍‌ ୱେଭ୍‌ ନେଇ ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୋଳ, ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର ଓ ସୋନପୁର ଜିଲାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ସତର୍କ କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେବ। ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ଯାଏ ବୃଦ୍ଧି ପାଇବ। ପୂର୍ବାହ୍ନ ୧୧ରୁ ୩ଟା ଯାଏ ଘରେ ରହିବାକୁ କୁହାଯାଇଛି। ଆଖୁ, ମକା, ଡାଲି ଓ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।

୮ ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଖରା ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନୁଗୋଳ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ରେ ଆଗାମୀ ୪ଦିନ ହିଟ୍‌ ଓ୍ବେଭ୍‌ ଜାରି ରହିବ। ଏଣୁ ସଂପୃକ୍ତ ଜିଲାର ଜିଲାପାଳଙ୍କୁ ଏସ୍‌ଆର୍‌ସି ସଜାଗ ରହିବା ପାଇ ନିର୍ଦ୍ଦେଶ ଦେଇଛନ୍ତି। ଜରୁରିକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଜଳସମ୍ପଦ ବିଭାଗ ଓ ଓସ୍‌ଡମାକୁ ମଧ୍ୟ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri