Categories: ବାଣିଜ୍ୟ

ବାଲାଜୀ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବାଲାଜୀ ଗ୍ରୁପ୍‌ର ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର ‘ବାଲାଜି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ବୁଧବାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରୁପ୍‌ର ଏହି ସର୍ବବୃହତ୍‌ ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର ସ୍ଥାନୀୟ ପଟିଆସ୍ଥିତ କିଟ୍‌ ସ୍କୋୟାରଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ୬୦୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ଗଢି ଉଠିଥିବା ଏହି ଷ୍ଟୋରରେ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀଗୁଡିକର ଉତ୍ପାଦ ଓ ଗ୍ୟାଜେଟ ସାଙ୍ଗକୁ ପ୍ରିମିୟମ ଓ ଗୁଣାତ୍ମକ ମାନର ଫର୍ନିଚର ସାମଗ୍ରୀ ଉପଲବ୍ଧ ବୋଲି ଆଉଟ୍‌ଲେଟ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବାଲାଜୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଅଜୟ ନାୟକ କହିଛନ୍ତି, ଏଠାରେ ଗ୍ରାହକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ରାଣ୍ଡ୍‌ ଓ ବ୍ରାଣ୍ଡେଡ୍‌ ଇଲେକ୍ଟ୍ରୋନିକ୍ସ କମ୍ପାନୀର ସାମଗ୍ରୀ ଓ ଗ୍ୟାଜେଟ ସାଙ୍ଗକୁ ଗୁଣାତ୍ମକମାନର ଫର୍ନିଚର ସାମଗ୍ରୀ ଉପଲବ୍ଧ। ସେହିଭଳି ବିକ୍ରି ପରବର୍ତ୍ତୀ ସେବାକୁ ଆମେ ବେଶ୍‌ ଗୁରୁତ୍ୱ ଦେଉଛି ବୋଲି ସେ ମତପ୍ରକାଶ କରିଥିଲେ। ଏପରିକି ଭୁବନେଶ୍ୱର ବଜାରର ଅନ୍ୟ ଜଣାଶୁଣା ଆଉଟ୍‌ଲେଟଠାରୁ ଏଠାରେ ସୁଲଭ ମୂଲ୍ୟ ଓ ଗୁଣାତ୍ମକ ଉତ୍ପାଦ ଏବଂ ସାମଗ୍ରୀ ପାଇପାରିବେ। ସେହିପରି ଆମର ସମସ୍ତ ଉତ୍ପାଦ ଓ ସାମଗ୍ରୀ ଉପରେ ଶତ ପ୍ରତିଶତ ସର୍ଭିସ୍‌ ଓ୍ବାରେଣ୍ଟି ପ୍ରଦାନ କରାଯାଉଛି ବୋଲି ନାୟକ କହିଥିଲେ।

Share