ବଳଦେବଜୀଉଙ୍କୁ ପ୍ରତ୍ୟହ ଲାଗିହୁଏ ୩୨ ରସାବଳୀ

୨୦୨୩ ଅକ୍ଟୋବର ୨୩ରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମିଳିଛି। ଗବେଷକଙ୍କ ଅନୁସନ୍ଧାନରେ ଅନଙ୍ଗଭୀମଦେବଙ୍କ ସମୟରୁ ଏହା ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ୩୨ ରସାବଳୀ ଲାଗି କରାଯାଏ। ଗବେଷକ ନିରଞ୍ଜନ ମେକାପ ଓ ଡ. ଅନୀତା ସାବତ କହିଛନ୍ତି, ମହାରାଜା ଅନଙ୍ଗଭୀମଦେବଙ୍କ ସମୟରୁ ତୁଳସୀକ୍ଷେତ୍ରରେ ରସାବଳୀ ନୈବେଦ୍ୟ ଅର୍ପଣ ହୋଇଆସୁଛି। ଏହି ମିଷ୍ଟାନ୍ନର କେନ୍ଦ୍ରାପଡ଼ା ସଂପୃକ୍ତି ସମ୍ପର୍କରେ ଛନ୍ଦପୁରାଣ, ଦାଣ୍ଡି ରାମାୟଣ, ଗଙ୍ଗବଂଶାନୁଚରିତର କେତେକ ଛନ୍ଦ ଓ ଜଣାଣରେ ଅଛି। ଶ୍ରୀଜୀଉଙ୍କ ନିତ୍ୟଭୋଗ ଭାବେ ପରିଚିତ ଏହି ମିଷ୍ଟାନ୍ନର ଉପତ୍ତ୍ତିସ୍ଥଳ କେନ୍ଦ୍ରାପଡ଼ା ବୋଲି ସେମାନେ ଦାବି କରିଛନ୍ତି। ସହରର କେଶପୁର ବଜାରର ବର୍ଷିଆନ ରସାବଳୀ ନିର୍ମାତା ବୈଷ୍ଣବ ପଣ୍ଡା କୁହନ୍ତି, ପୂର୍ବରୁ ଏହା କେବଳ ମନ୍ଦିର ପରିସରରେ ନିର୍ମିତ ହୋଇ ଶ୍ରୀଜୀଉଙ୍କୁ ଲାଗି ହେଉଥିଲା। ଏବେ କେନ୍ଦ୍ରାପଡ଼ା ସହର ସମେତ ରାଜ୍ୟର ବିଭିନ୍ନ ମେଳା ମହୋତ୍ସବରେ ଦେଖିବାକୁ ମିଳୁଛି। ଛେନା, ଘିଅ, କ୍ଷୀର, ଚିନି, ଗୁଜୁରାତି, ଅଳେଇଚ ଆଦିକୁ ନେଇ ପ୍ରସ୍ତୁତ ଏହି ମିଷ୍ଟାନ୍ନର ପ୍ରସ୍ତୁତି ଟିକେ ଜଟିଳ। ତେବେ ଉପଯୁକ୍ତ ତାଲିମପ୍ରାପ୍ତ ନିର୍ମାତା ଏଥିରେ ସ୍ବାଦ ଭରିବାରେ ସକ୍ଷମ। ଶିକ୍ଷାବିତ୍‌ ଭୂବନମୋହନ ଜେନା କୁହନ୍ତି, ଜିଆଇ ଟ୍ୟାଗ ମିଳିବା ପରେ ଏହାର ବ୍ରାଣ୍ଡଭ୍ୟାଲୁ ବଢ଼ିଛି। ମୌଳିକ ଦ୍ରବ୍ୟର ବ୍ୟବସାୟ ବଢ଼ିବା ସହିତ ଅପବ୍ୟବହାର ଉପରେ ରୋକ ଲାଗିଛି। ପ୍ରଚାର ପ୍ରସାର ଫଳରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇଥାଏ। କେନ୍ଦ୍ରାପଡ଼ା ଜିଲାର ପରିଚୟ ଭାବେ ଶ୍ରୀବଳଦେବଜୀଉ, ଜାତୀୟଉଦ୍ୟାନ ଭିତରକନିକା ସହିତ ରସାବଳୀ ମିଠା ଅଛି। ରସାବଳୀ ନିର୍ମାତା ସଂଘର ଆବାହକ ସରୋଜ କୁମାର ମହାନ୍ତି କୁହନ୍ତି, ରସାବଳୀ ଶ୍ରୀଜୀଉଙ୍କ ଆଦରର ମିଷ୍ଟାନ୍ନ। ଏହାର ପ୍ରସାର ପାଇଁ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଆବଶ୍ୟକ ଅଛି।
– ରିପୋର୍ଟ: ଜଗନ୍ନାଥ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri