Posted inଖେଳ

‘ବାଲା ଦେବୀଙ୍କ ରେଞ୍ଜର୍ସ ମୁଭ୍‌ ଆଶୀର୍ବାଦ ସଦୃଶ’

ନୂଆଦିଲ୍ଲୀ: ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ତରଫରୁ ବାଲା ଦେବୀ ଖେଳିବା ଆଗାମୀ ପିଢ଼ି ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ କହିଛନ୍ତି। ଏହା ଦ୍ୱାରା ଅନ୍ୟ ଭାରତୀୟ ଫୁଟବଲରମାନେ ବିଦେଶରେ ଖେଳିବାକୁ ଉତ୍ସାହିତ ହେବେ।
ଚଳିତବର୍ଷ ପ୍ରାରମ୍ଭରେ ଫରଓ୍ବାର୍ଡ ବାଲା ଦେବୀ ଭାରତର ପ୍ରଥମ ମହିଳା ଖେଳାଳିଭାବେ କୌଣସି ୟୁରୋପିଆନ୍‌ କ୍ଲବ ସ୍କଟ୍‌ଲାଣ୍ଡର ରେଞ୍ଜର୍ସ ଓମ୍ୟାନ ଏଫ୍‌ସି ସହ ଖେଳିବାକୁ ଚୁକ୍ତି କରିଥିଲେ। ରେଞ୍ଜର୍ସ ତରଫରୁ ସେ ସ୍କଟିଶ୍‌ ଓମ୍ୟାନ ଲିଗ୍‌ ଖେଳୁଛନ୍ତି। ବାଲା ଦେବୀ ରେଞ୍ଜର୍ସ ତରଫରୁ ଖେଳିବା ଆଗାମୀ ପିଢ଼ିକୁ ରାସ୍ତା ଦେଖାଇବ। ଯୁବ ପିଢ଼ି ତାଙ୍କଠାରୁ ପ୍ରେରଣା ପାଇବେ। କେବଳ ବାଲା ଦେବୀ ନୁହନ୍ତି ଆଦିତି ଚୌହାନଙ୍କଠାରୁ ଯୁବପିଢ଼ି ବହୁତ କିଛି ଶିକ୍ଷା କରିପାରିବେ। ଏକ ଶ୍ରେଷ୍ଠ କ୍ଲବ ପାଇଁ ଖେଳିବା ଲକ୍ଷ୍ୟରେ ସବୁ ଫୁଟବଲର ଥାନ୍ତି। ଏଥିପାଇଁ ଖେଳାଳିମାନେ ଉତ୍ସର୍ଗୀକୃତ ମନୋଭାବ ସହ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। ଭବିଷ୍ୟତରେ ଯୁବ ଫୁଟବଲରଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ବୋଲି ଆଶାଲତା କହିଛନ୍ତି।
୨୦୧୯ରେ ଏଏଫ୍‌ସି ମହିଳା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ଜିତିଥିବା ୨୭ ବର୍ଷୀୟା ସେଣ୍ଟରବ୍ୟାକ୍‌ ଆଶାଲତା ମଧ୍ୟ ଏକ ବିଦେଶୀ କ୍ଲବ୍‌ ତରଫରୁ ଖେଳିବା ପାଇଁ ଇଚ୍ଛା ଜାହିର କରିଛନ୍ତି। କିନ୍ତୁ ଏବେ ସେ ୨୦୨୨ ଏଏଫ୍‌ସି ଓମ୍ୟାନ୍ସ ଏସିଆନ୍‌ କପ୍‌ ଖେଳିବା ଉପରେ ଫୋକସ୍‌ କରିଛନ୍ତି। ଏହି ମେଗା ଇଭେଣ୍ଟକୁ ଭାରତ ଆୟୋଜନ କରିବ। ଦେଶ ଓ ଜାତୀୟ ଦଳ ପାଇଁ ଖେଳିବାକୁ ପ୍ରଥମିକତା ଦେବି। ଜୁନିୟର ଖେଳାଳିଙ୍କୁ ମୋର ଅଭିଜ୍ଞତା ଶେୟାର କରିବାକୁ ଚାହିଁବି ବୋଲି ଆଶାଲତା କହିଛନ୍ତି। ଦେଶ ପାଇଁ ସବୁ କିଛି ଯୋଗଦାନ ଦେବା ପରେ ଅବସର ଘୋଷଣା କରିବି। ଆସନ୍ତାବର୍ଷ ସେ ଦେଶ ପାଇଁ ଖେଳିବାରେ ଗୋଟିଏ ଦଶନ୍ଧି ପୂରଣ କରିବେ। ଭାରତୀୟ ମହିଳା ଫୁଟବଲରେ ହୋଇଥିବା ଦୃଷ୍ଟାନ୍ତମୂଳକ ଉନ୍ନତିରେ ଆଶାଲତାଙ୍କ ଯଥେଷ୍ଟ ଯୋଗଦାନ ରହିଛି। ୨୦୧୯ରେ ଆୟୋଜକ ନେପାଳକୁ ହରାଇ ସାଫ୍‌ ଟାଇଟଲ ଜିତିବା ମୋ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ଥିଲା ଓ ଏହା ଅଭୁଲା ହୋଇ ରହିବ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri