ରୁଷିଆ ଦଖଲରେ ବାଖ୍‌ମୁଟ୍‌

ମସ୍କୋ/ହିରୋଶିମା, ୨୨ା୫ : ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବାଖ୍‌ମୁଟ୍‌ ସହରକୁ ରୁଷିଆ ଦଖଲ କରିଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍‌ନର ଘରୋଇ ସେନା ବାଖ୍‌ମୁଟ୍‌କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ମଧ୍ୟ ଅନୁରୂପ ଦାବି କରିଛନ୍ତି। ଅନ୍ୟପକ୍ଷରେ ବାଖ୍‌ମୁଟ୍‌ ପାଇଁ ଲଢ଼େଇ ଜାରି ରହିଥିବା ୟୁକ୍ରେନ୍‌ କର୍ତ୍ତୃପକ୍ଷ କହିଛନ୍ତି। ରୁଷିଆ ସୈନ୍ୟ ବାଖ୍‌ମୁଟ୍‌କୁ ଅକ୍ତିଆର କରି ନ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଜାପାନର ହିରୋଶିମାରେ ଜି୭ ନେତାମାନଙ୍କ ସହ ଆଲୋଚନା ପାଇଁ ଆସିଥିବା ଜେଲେନ୍‌ସ୍କି ମସ୍କୋର ଦାବିକୁ ଖଣ୍ଡନ କରିଛନ୍ତି। ବାଖ୍‌ମୁଟ୍‌ରେ କ’ଣ ଘଟୁଛି, ତାହା ମୁଁ ସ୍ପଷ୍ଟ ବୁଝିପାରୁଛି, ତେବେ ଆମ ଯୋଦ୍ଧାମାନଙ୍କ ସହ ଟେକ୍‌ନିକାଲି କ’ଣ ଘଟିଛି ତାହା ସବିଶେଷ ଭାବେ କହିପାରିବି ନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୫ ମାସ ହୋଇଥିବାବେଳେ ଏହାର ପୂର୍ବପାର୍ଶ୍ୱରେ ଥିବା ବାଖ୍‌ମୁଟ୍‌ ସହର ପାଇଁ ୮ ମାସ ହେଲା ଲଢ଼େଇ ଜାରି ରହିଥିଲା। ଏହା ସବୁଠୁ ଦୀର୍ଘ ଓ ରକ୍ତାକ୍ତ ସଂଘର୍ଷ ବୋଲି କୁହାଯାଉଛି। ଶନିବାର ମଧ୍ୟାହ୍ନରେ ଏହି ସହର ସମ୍ପୂର୍ଣ୍ଣ ଭାବେ ରୁଷିଆ କବଳକୁ ଆସିଥିବା ଓ୍ବାଗ୍‌ନର ମୁଖ୍ୟ ଟେଲିଗ୍ରାମ୍‌କୁ ଦେଇଥିବା ଭିଡିଓରେ କୁହାଯାଇଛି। ସେ କହୁଥିବା ସମୟରେ ପାଖରେ ସୈନ୍ୟମାନେ ଛିଡ଼ାହୋଇଥିବା ଏବଂ ବିଲ୍ଡିଂର ଧ୍ୱଂସାବଶେଷ ଦେଖିବାକୁ ମିଳିବା ସହ କିଛି ଦୂରରେ ବିସ୍ଫୋରଣର ଶବ୍ଦ ଶୁଭୁଥିଲା। ଏହାର କିଛି ସମୟ ପରେ ୟୁକ୍ରେନ୍‌ ଉପପ୍ରତିରକ୍ଷା ମନ୍ତ୍ରୀ ହନ୍ନା ମାଲିଆର୍‌ କହିଛନ୍ତି, ବାଖ୍‌ମୁଟ୍‌ରେ ଜୋର୍‌ଦାର ଲଢ଼େଇ ଜାରି ରହିଛି। ସେଠାର ସ୍ଥିତି ଗମ୍ଭୀର ଅଛି। ଉକ୍ତ ଅଞ୍ଚଳର କେତେକ ଶିଳ୍ପାଞ୍ଚଳ ଓ ଭିତ୍ତିଭୂମିକୁ ଶତ୍ରୁପକ୍ଷ ଅକ୍ତିଆର କରିଥିବା ମାଲିଆର୍‌ କହିଛନ୍ତି।
ଯଦି ରୁଷିଆ ସୈନ୍ୟ ବାଖ୍‌ମୁଟ୍‌କୁ ଅକ୍ତିଆର କରିଥାନ୍ତି, ତଥାପି ଡୋନେସ୍କର ଅନ୍ୟ ଅଞ୍ଚଳଗୁଡ଼ିକୁ ଦଖଲ କରିବା ସେମାନଙ୍କ ପାଇଁ ଏତେ ସହଜ ହେବ ନାହିଁ। କାରଣ ଉକ୍ତ ଅଞ୍ଚଳଗୁଡ଼ିକ ଏବେ ମଧ୍ୟ ୟୁକ୍ରେନ୍‌ ନିୟନ୍ତ୍ରଣରେ ରହିଛି। ୮ ମାସ ଧରି ବାଖ୍‌ମୁଟ୍‌ରେ ଜାରି ରହିଥିବା ଜୋର୍‌ଦାର ଲଢ଼େଇରେ କାହାର ଅଧିକ କ୍ଷୟକ୍ଷତି ହୋଇଛି, ତାହା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ। ଉଭୟ ପକ୍ଷ ହଜାର ହଜାର ସୈନ୍ୟଙ୍କୁ ହରାଇଥିବା ବିଶ୍ୱାସ କରାଯାଉଥିବାବେଳେ କେହି ସଂଖ୍ୟା କହୁନାହାନ୍ତି। ବାଖ୍‌ମୁଟ୍‌ର ପତନ ୟୁକ୍ରେନ୍‌ ପାଇଁ ଏକ ବଡ଼ ଝଟକା ଏବଂ ରୁଷିଆ ପାଇଁ କେତେକ କୌଶଳଗତ ଫାଇଦା ଦେବ। କିନ୍ତୁ ଏହା ଯୁ୍‌ଦ୍ଧ ପରିଣତିର ନିର୍ଣ୍ଣାୟକ ପ୍ରମାଣିତ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଡୋନେସ୍କ କ୍ଷେତ୍ରର ଅନେକ ଅଞ୍ଚଳ ୟୁକ୍ରେନ୍‌ କବଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି। ସେଗୁଡ଼ିକୁ ଅକ୍ତିଆର କରିବା ରୁଷିଆ ସୈନ୍ୟବାହିନୀ ପାଇଁ କଷ୍ଟକର ହେବ। ବାଖ୍‌ମୁଟ୍‌ର ଲୋକସଂଖ୍ୟା ୮୦ ହଜାର ହୋଇଥିବାବେଳେ ଏହା ଲବଣ ଓ ଜିପ୍‌ସମ୍‌ ଖଣି ପରିବେଷ୍ଟିତ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ କେନ୍ଦ୍ର। ଏହା ଡୋନେକ୍ସର ଆଞ୍ଚଳିକ ପରିବହନ ଓ ଲଜିଷ୍ଟିକ୍‌ ହବ୍‌। ମସ୍କୋ ଏହାର ଆତ୍ମଘୋଷିତ ସ୍ବତନ୍ତ୍ର ସାମରିକ ଅଭିଯାନରେ ଉକ୍ତ ଅଞ୍ଚଳକୁ ବଳପୂର୍ବକ ଅକ୍ତିଆର କରିବାକୁ ଚାହୁଁଥିଲା। ଯଦି ରୁଷିଆ ବାଖ୍‌ମୁଟ୍‌କୁ ଅକ୍ତିଆର କରିଥାଏ ଡୋନେସ୍କ କ୍ଷେତ୍ରର କ୍ରମାଟୋର୍ସ୍କା ଏବଂ ସ୍ଲୋଭିଆନ୍‌ସ୍କକୁ ଅକ୍ତିଆର କରିବା ଏହା ପାଇଁ ସହଜ ହେବ ବୋଲି କୁହାଯାଉଛି। ‘ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଡୋନେସ୍କର ସ୍ବାଧୀନତା ପାଇଁ ଉଭୟକୁ ଦଖଲ କରିବା ଆବଶ୍ୟକ ବୋଲି ମସ୍କୋ କହିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri