Posted inଖେଳ

ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ପ୍ରତିବାଦ ସ୍ବରୂପ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କୁ ଫେରାଇ ଦେବା ଲାଗି ଘୋଷଣା କରିଥିଲେ। ଏହାପରେ ସେ ସିଧା ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯାଇଥିଲେ। ସେଠାରେ ପୋଲିସ ତାଙ୍କୁ ରୋକିବାରୁ ସେ ଫୁଟପାଥରେ ହିଁ ପଦ୍ମଶ୍ରୀର ପଦକ ରଖି ଚାଲିଆସିଥିବା ଦେଖାଯାଇଛି।

ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ ବଜରଙ୍ଗ ଉଲ୍ଲେଖ କରିଛନ୍ତି, ଆପଣ ସୁସ୍ଥ ଥିବେ ବୋଲି ଆଶା। ଆପଣ ଅନେକ କାର୍ଯ୍ୟରେ ବ୍ୟସ୍ତ ଥିବେ। ଦେଶର କୁସ୍ତିଯୋଦ୍ଧାମାନଙ୍କ ସମ୍ପର୍କରେ ସେ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ବ୍ରିଜ୍‌ଭୂଷଣ ଯୌନ ଶୋଷଣ କରୁଥିବା ଅଭିଯୋଗ କରି ଦେଶର ମହିଳା କୁସ୍ତିଯୋଦ୍ଧାମାନେ ପ୍ରତିବାଦ ସ୍ବରୂପ ଗତ ଜାନୁୟାରୀରେ ଧାରଣାରେ ବସିଥିଲେ। ଆପଣ ନିଶ୍ଚୟ ଏ ବିଷୟରେ ଅବଗତ ଥିବେ। ଧାରଣାରେ ସେ ନିଜେ ମଧ୍ୟ ବସିଥିଲେ। ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନକୁ ସ୍ଥଗିତ ରଖାଯାଇଥିଲା। ସରକାରଙ୍କ ପ୍ରତିଶ୍ରୁତି ୩ ମାସ ବିତି ଯାଇଥିଲେ ସୁଦ୍ଧା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ପୋଲିସ ଅତିକମ୍‌ରେ ଏକ ଏଫ୍‌ଆଇଆର୍‌ ଦରଜ କରି ନ ଥିଲା। ଫଳତଃ ଏପ୍ରିଲରେ ଆମକୁ ପୁଣି ରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା। ଜାନୁୟାରୀରେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଅଭିଯୋଗକାରୀଙ୍କ ସଂଖ୍ୟା ୧୯ ରହିଥିଲା। ମାତ୍ର ଏପ୍ରିଲରେ ଏହା ୭କୁ ହ୍ରାସ ପାଇଥିଲା। ଏଥିରୁ ବୁଝାପଡୁଛି ବ୍ରିଜ୍‌ଭୂଷଣ ୧୨ଜଣ କୁସ୍ତିଯୋଦ୍ଧାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri