Posted inଜାତୀୟ

କଂଗ୍ରେସ କାର୍ଯ୍ୟାଳୟର ନାମ ବଦଳାଇ ହଜ୍‌ ହାଉସ୍‌ ରଖିଲେ ବଜରଙ୍ଗ ଦଳ…

ଅହମଦାବାଦ,୨୨।୭ : କିଛି ବଜରଙ୍ଗ ଦଳର କର୍ମକର୍ତ୍ତା ଶୁକ୍ରବାର ଗୁଜୁରାଟ କଂଗ୍ରେସ ରାଜ୍ୟ ମୁଖ୍ୟାଳୟ ଭବନରେ ପୋଷ୍ଟର ଲଗାଇଛନ୍ତି। ସେଥିରେ ପାର୍ଟି କାର୍ଯ୍ୟାଳୟର ନାମ ହଜ ହାଉସରେ ପରିବର୍ତ୍ତନ କରାଯାଇଛି। ବଜରଙ୍ଗ ଦଳର ସହଯୋଗୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କହିଛି ଯେ ଗୁଜୁରାଟ କଂଗ୍ରେସ ଅଧ୍ୟକ୍ଷ ଜଗଦୀଶ ଠାକୁରଙ୍କ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପର୍କରେ ପ୍ରଦାନ କରାଯାଇଥିବା ମନ୍ତବ୍ୟକୁ ବିରୋଧ କରି ଏହାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଏଚପି ଏହି ଘଟଣା ପାଇଁ ନିଜକୁ ଦାୟୀ କରଛି। ଦଳ ପକ୍ଷରୁ ଏହାର ଭିଡିଓ ମଧ୍ୟ ଜାରି କରାଯାଇଛି। ଭିଏଚପି ଦ୍ୱାରା ଶେୟାର ହୋଇଥିବା

ଏକ ଭିଡିଓରେ ଦର୍ଶାଯାଇଛି ଯେ ଗୁଜୁରାଟ କଂଗ୍ରେସ ମୁଖ୍ୟାଳୟର କାନ୍ଥରେ ସ୍ପ୍ରେ ରଙ୍ଗ ବ୍ୟବହାର କରି ବିକ୍ଷୋଭକାରୀମାନେ ହଜ ହାଉସ ଲେଖିଛନ୍ତି ଏବଂ ପରିସରରେ ରଖାଯାଇଥିବା ବ୍ୟାନରରେ ବିଭିନ୍ନ କଂଗ୍ରେସ ନେତାଙ୍କ ଫଟୋ ବିକୃତ କରିଛନ୍ତି।

ଗୁଜୁରାଟ ଭିଏଚପି ମୁଖପାତ୍ର ହିତେନ୍ଦ୍ର ସିଂ ରାଜପୁତ କହିଛନ୍ତି ଯେ ଦେଶର ସମ୍ବଳ ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଅଧିକାର ରହିଛି ବୋଲି ଗୁଜୁରାଟ କଂଗ୍ରେସ ସଭାପତି କହିଛନ୍ତି। ଏହି ଦଳ ଗୋଟିଏ ପଟେ ଧର୍ମନିରପେକ୍ଷତା ଏବଂ ସମାନତା ବିଷୟରେ କଥାବାର୍ତ୍ତା କରେ ଏବଂ ତା’ପରେ ଭୋଟ ପାଇଁ ତୁୁଷ୍ଟିକରଣ ରାଜନୀତି କରେ। ଆମେ ଏହି ଧର୍ମ କେନ୍ଦ୍ରିକ ରାଜନୀତିର ବିରୋଧୀ। କାରଣ ଏହା ଦେଶ ଏବଂ ସମାଜରେ ବିଭାଜନ ସୃଷ୍ଟି କରିଥାଏ। ଏହି ଦେଶ ସମସ୍ତ ୧୩୫ କୋଟି ନାଗରିକଙ୍କର ଅଟେ । ଭିଏଚପି ମୁଖପାତ୍ର ହିତେନ୍ଦ୍ର ସିଂ ରାଜପୁତ କହିଛନ୍ତି,ପ୍ରାୟ ୨୦ ବଜରଙ୍ଗ ଦଳର କର୍ମୀ ସକାଳେ ରାଜୀବ ଗାନ୍ଧୀ ଭବନ ଭିତରେ ଓ ବାହାରେ ପୋଷ୍ଟର ଲଗାଇ ରାଜ୍ୟ କଂଗ୍ରେସ ମୁଖ୍ୟାଳୟର ନାମକୁ‘ ହଜ ହାଉସ ରେ ପରିବର୍ତ୍ତନ କରିଥିଲେ। ମୁଖ୍ୟ ଦ୍ୱାର ବନ୍ଦ ଥିବାରୁ ଆମେ ମୁଖ୍ୟ ଦ୍ୱାରରେ ଏକ ପୋଷ୍ଟର ମଧ୍ୟ ଲଗାଇଥିଲୁ । ଜଗଦୀଶ ଠାକୁର ବୁଧବାର ଦଳର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମତକୁ ସମର୍ଥନ କରି କହିଥିଲେ ଯେ ଦେଶର ସମ୍ବଳ ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଅଧିକାର ରହିବା ଉଚିତ ଏବଂ ନିର୍ବାଚନରେ ହାରିଥିଲେ ମଧ୍ୟ କଂଗ୍ରେସ ଏହି ଆଦର୍ଶରୁ ବିଳଚିତ ହେବ ନାହିଁ।

ଗୁଜରାଟ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ ଅହମ୍ମଦାବାଦର ପାଲଡି ଅଞ୍ଚଳରେ ଅବସ୍ଥିତ ଦଳର ରାଜ୍ୟ ୟୁନିଟ ମୁଖ୍ୟାଳୟ ରାଜୀବ ଗାନ୍ଧୀ ଭବନ ଉପରେ ବଜରଙ୍ଗ ଦଳର ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଏହି ଯୁବକମାନେ ଭ୍ରମିତ ହୋଇଛନ୍ତି। ଏଥିସହ ଶାସକ ଭାରତୀୟ ଜନତା ପାର୍ଟି ଗୁଣ୍ଡାଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri