ମଞ୍ଚରେ ଭାଜପା-ବିଜେଡି ନେତା ମୁହାଁମୁହିଁ

କାମାକ୍ଷାନଗର,୧୯।୫(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ଉଦ୍‌ଘାଟନୀ ସମାରୋହରେ ରାଜନୀତି ପଶିଛି। ଆମନ୍ତ୍ରିତ ହୋଇ ଆସିଥିବା ଭାଜପା ଓ ବିଜେଡି ନେତା ମଞ୍ଚ ଉପରେ ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିବା ରାଜନୈତିକ ମାହୋଲକୁ ସରଗରମ କରିଛି। କେବଳ ଏତିକି ନୁହେଁ, କହିବାକୁ ସୁଯୋଗ ନ ମିଳିବାରୁ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି ମାଇକ୍‌ ଛଡ଼ାଇନେବା ଏବଂ ସଭା ଅଧାରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ ଉଠି ଚାଲିଯିବା ଚର୍ଚ୍ଚାର ବିଷୟ ପାଲଟିଛି।
ଅନୁଗୋଳ-ସୁକିନ୍ଦା ରେଳ ଲାଇନ୍‌କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍‌ ମୋଡ୍‌ରେ ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ରେଳଷ୍ଟେଶନରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ସମାରୋହକୁ ଆମନ୍ତ୍ରିତ ହୋଇ ଆସିଥିଲେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ। ରେଳ ମନ୍ତ୍ରଣାଳୟ ପକ୍ଷରୁ କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା, ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା, ମଣ୍ଡଳ ସଭାପତି ସନ୍ଦୀପ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ କେବଳ ମନ୍ତ୍ରୀ ଓ ଏମ୍‌ପିଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିଥିଲା। ଏମ୍‌ପି ସାହୁ କହିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏମ୍‌ପି ଏବଂ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସ୍ବତନ୍ତ୍ର ଭାବେ ଚିଠି ହୋଇଥିଲା। ତଦନୁଯାୟୀ ନିର୍ଦ୍ଧାରିତ ସମୟରେ ଉଭୟ କାମାକ୍ଷାନଗର ଷ୍ଟେଶନରେ ପହଞ୍ଚତ୍ଥିଲେ। ହେଲେ ସ୍ବାଗତ କରିବା ତ ଦୂରର କଥା କୌଣସି ରେଳ କର୍ମଚାରୀ ମଧ୍ୟ ଉପସ୍ଥିତ ନ ଥିଲେ। କେବଳ ମନ୍ତ୍ରୀ ଏବଂ ଏମ୍‌ପି ନିମନ୍ତ୍ରିତ ହୋଇଥିବାବେଳେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏବଂ ଅନ୍ୟମାନଙ୍କୁ ମଞ୍ଚରେ ବସାଇବା ରେଳ ମନ୍ତ୍ରଣାଳୟର ମହାନତା ବୋଲି କହି ସେ ଭାଜପା ନେତାଙ୍କୁ ତେର୍‌ଛା ବାଣ ମାରିଥିଲେ। ନିଜ ଅଭିଭାଷଣରେ ମନ୍ତ୍ରୀ ମଲ୍ଲିକ କହିଥିଲେ, ଅଞ୍ଚଳର ବିକାଶରେ କେନ୍ଦ୍ର ସରକାରଙ୍କୁ ଯଥାସାଧ୍ୟ ସହାୟତା କରାଯିବ।
ଶେଷ ପର୍ଯ୍ୟାୟରେ ରେଳ ବିଭାଗ କର୍ମଚାରୀ ଧନ୍ୟବାଦ ଦେବା ସମୟରେ ରୁଦ୍ରନାରାୟଣ ମାଇକ୍‌ ଛଡ଼ାଇ ଆଣି ବକ୍ତବ୍ୟ ପ୍ରଦାନ କରିଥିଲେ। ତାଙ୍କୁ କହିବାକୁ ସୁଯୋଗ ଦେଇ ନ ଥିବାରୁ ସେ ବିଷୋଦ୍‌ଗାର କରିଥିଲେ। ଏଥିସହ ଉକ୍ତ ପ୍ରକଳ୍ପ ଭାଜପା ସରକାରର ଅବଦାନ ବୋଲି କହିଥିଲେ। ଏହି ସମୟରେ ମହେଶ ତାଙ୍କଠାରୁ ମାଇକ୍‌ ଛଡ଼ାଇ ନେଇ କହିଲେ, ରେଳ ବିଭାଗ ହୁଇସିଲ୍‌ ମାରି କୀଳାକୁ ଡାକିଛି। ଏବେ ନିଜେ ସମ୍ଭାଳୁ। ଏହାପରେ ଏମ୍‌ପି, ମନ୍ତ୍ରୀ ଏବଂ ନଗରପାଳ ମଞ୍ଚ ଛାଡ଼ି ପଳାଇଥିଲେ। ଏହାପରେ ମଧ୍ୟ ରୁଦ୍ରନାରାୟଣ ଶାସକ ଦଳର ନେତାଙ୍କୁ ନିଜ ଭାଷଣରେ ଆକ୍ରମଣ ଜାରି ରଖିଥିଲେ। କାର୍ଯ୍ୟକ୍ରମରେ ତାଳଚେରର ସହକାରୀ ସିଗ୍‌ନାଲ ଟେକ୍ନିସିଆନ ଦଣ୍ଡପାଣି ବେହେରା ସ୍ବାଗତ ଭାଷଣ ଓ ଚିଫ୍‌ ରିଜର୍ଭେଶନ ସୁପରଭାଇଜର ବଂଶୀଧର ପଣ୍ଡା ଧନ୍ୟବାଦ ଦେଇଥିଲେ। ଏମ୍‌ପିଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, କଙ୍କଡ଼ାହାଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଉପସ୍ଥିତ ଥିଲେ।
ଏଭଳି ଆରୋପ-ପ୍ରତ୍ୟାରୋପ ରାଜନୀତି ସମ୍ପର୍କରେ ଏମ୍‌ପି ନିଜ ପ୍ରତିକ୍ରିୟାରେ କୁହନ୍ତି, ଅତିଥି ତାଲିକାରେ ନ ଥିବା ବ୍ୟକ୍ତି ମଞ୍ଚରେ ବସିଥିଲେ। ମାଇକ୍‌ ଛଡ଼ାଇ ନେଇ ଦଳୀୟ ପ୍ରଚାର କଲେ। ତେଣୁ ସେମାନେ ମଞ୍ଚ ଛାଡ଼ି ଚାଲି ଆସିଥିଲେ। ସେ ଅନୁଗୋଳ-ସୁକିନ୍ଦା ରୁଟ୍‌ରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ, ତାଳଚେର ରେଳଷ୍ଟେଶନକୁ ପାସେଞ୍ଜର ଷ୍ଟେଶନରେ ପରିଣତ କରିବା, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଦାବି କରିଛନ୍ତି। ରୁଦ୍ରନାରାୟଣ କୁହନ୍ତି, ମଞ୍ଚକୁ ଡାକି ତାଙ୍କୁ କହିବାର ସୁଯୋଗ ଦିଆଗଲାନାହିଁ। ଏଥିଲାଗି ସେ ଶାସକ ଦଳ ଉପରେ ଦୋଷ ଲଦିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri