ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଉକ୍ତ ବନାଞ୍ଚଳ ଜିଲାର ଶେଷଭାଗରେ ରହିଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲା ସୀମାକୁ ଲାଗିଛି। ଅନେକ ସମୟରେ ବାହାର ପଡ଼ୋଶୀ ଜିଲା ସମେତ ଉକ୍ତ ବନାଞ୍ଚଳର କାଠମାଫିଆ ସକ୍ରିୟ ହୋଇପଡୁଛନ୍ତି। ସେପଟେ ବନ ବିଭାଗ କାଠ ମାଫିଆଙ୍କୁ ସାବାଡ଼ କରିବା ପାଇଁ କାଠ ସମେତ ଗାଡ଼ିମୋଟର ଜବତ କଲେ ମଧ୍ୟ ସେମାନଙ୍କୁ ସହଜରେ ଜାମିନ ପ୍ରଦାନ ବ୍ୟବସ୍ଥା ରହିଥିବାରୁ ବିଭାଗ ଅନିଚ୍ଛା ସତ୍ତ୍ୱେ ଜାମିନ ଦେଉଛି। ପୂର୍ବରୁ ଜାମିନ ବିହୀନ ଗିରଫ ରହିଥିବା ବେଳେ କୋଭିଡ୍‌ ପରେ ଅତି କମ୍‌ରେ ୭ ବର୍ଷ ଜେଲ୍‌ଦଣ୍ଡ ନ ଥିବା ମାମଲାରେ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରାଯାଉଛି। ଫଳରେ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଶୁକ୍ରବାର ଗୋଟିଏ ମିନିଟ୍ରକ୍‌ ଓ ଟ୍ରାକ୍ଟର ଇଞ୍ଜିନ ସହ ମୂଲ୍ୟବାନ ୧୦ଟି କାଠଗଣ୍ଡି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୯ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ହରିହର ବେହେରା କହିଛନ୍ତି। ଏଥିରେ ସମ୍ପୃକ୍ତି ୩ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିଲେ ସୁଦ୍ଧା ତାଙ୍କୁ ନିୟମ ଅନୁସାରେ ଜାମିନ ଦେବାକୁ ବିଭାଗ ବାଧ୍ୟ ହୋଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି ସମସ୍ତ ଅଭିଯୁକ୍ତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର। ସେହିପରି ମେ’୨୭ରେ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ମୂଲ୍ୟବାନ କାଠଗଣ୍ଡି ବୋଝେଇ ହୋଇଯାଉଥିବା ବେଳେ ବନବିଭାଗ ୮ ଜଣଙ୍କୁ ଗିରଫ କରିଥିଲେ ସୁଦ୍ଧା ସେମାନଙ୍କୁ ତୁରନ୍ତ ଜାମିନ ମିଳିଯାଇଥିଲା। ଫଳରେ କାଠମାଫିଆଙ୍କ ମଧ୍ୟରେ ଭୟ ରହୁ ନ ଥିବା ଓ ବାରମ୍ବାର ଜଙ୍ଗଲ କାଟି ସଫା କରୁଥିବା ନଜିର ରହିଛି।
ପ୍ରକାଶ ଯେ, ବନବିଭାଗ ଜୁଲାଇ ମାସ ଆସିଲେ ଉଜୁଡି ଯାଉଥିବା ଜଙ୍ଗଲକୁ ପୁନଃରୁଦ୍ଧାର କରିବାକୁ ଲକ୍ଷ ଲକ୍ଷ ଖର୍ଚ୍ଚ କରି ଚାରାରୋପଣ କରି ଜଙ୍ଗଲ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ବେଳେ ପରିବେଶକୁ ସୁରକ୍ଷା କରିବାକୁ ଜଙ୍ଗଲ ସୃଷ୍ଟି କରାଯାଉଛି। ଗୋଟିଏ ପଟେ ଜଳବାୟୁର ପରିବର୍ତ୍ତନ ସାରା ଅଞ୍ଚଳରେ ପ୍ରଭାବିତ କରୁଥିବା ବେଳେ କାଠମାଫିଆମାନେ ବାରମ୍ବାର ଜଙ୍ଗଲକୁ କାଟି ସଫା କରୁଥିବାରୁ ଚିନ୍ତା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri