Posted inଫୁରସତ

ବାହୁବଲୀ ସିଙ୍ଗଡ଼ା

ସିଙ୍ଗଡା ଖାଇବାକୁ ଅନେକେ ଭଲ ପାଆନ୍ତି। ତେବେ କହିଲେ ଦେଖି ଗୋଟିଏ ସିଙ୍ଗଡ଼ା ଖାଇବାକୁ ଆପଣଙ୍କୁ କେତେ ସମୟ ଲାଗେ? ପାଞ୍ଚ ମିନିଟ ଭିତରେ ତ ଗୋଟିଏ ସିଙ୍ଗଡ଼ା ଆରାମରେ ଖାଇ ହେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ମିରଟର ଏକ ମିଠା ଦୋକାନର ମାଲିକ ଏକ ଖାସ୍‌ ସିଙ୍ଗଡ଼ା ଖାଇବାକୁ ୩୦ ମିନିଟ ସମୟ ଦେଉଛନ୍ତି। ଆଉ ଯେ ଏହି ସମୟ ଭିତରେ ତାକୁ ଖାଇଦେବ ତାଙ୍କୁ ୭୧୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଭାବୁଥିବେ ଏ ତ ସହଜରେ ଟଙ୍କା କମାଇବାର ଏକ ଭଲ ମାଧ୍ୟମ। ତେବେ ଏଠାରେ ଯେଉଁ ସିଙ୍ଗଡ଼ା କଥା କୁହାଯାଉଛି ତାକୁ ଏତିକି ସମୟ ଭିତରେ ଖାଇବା ଏତେଟା ସହଜ ନୁହେଁ। କାରଣ ଏ ହେଉଛି ‘ବାହୁବଲୀ ସିଙ୍ଗଡ଼ା’। ମିରଟର କୌଶଲ ସୁଇଟ୍ସ ନାମକ ଏକ ମିଠା ଦୋକାନ ଏହି ଖାସ୍‌ ସିଙ୍ଗଡ଼ା ତିଆରି କରୁଛି। ଆଉ ଚ୍ୟାଲେଞ୍ଜ ରଖିଛି ଯଦି କେହି ବ୍ୟକ୍ତି ଏହାକୁ ୩୦ ମିନିଟରେ ଖାଇଦେଇ ପାରିବେ ତାଙ୍କୁ ୭୧୦୦୦ ଟଙ୍କା ପୁରସ୍କାର ଦିଆଯିବ। ଆକାରରେ ବେଶ୍‌ ବଡ଼ ଉକ୍ତ ସିଙ୍ଗଡ଼ାର ଓଜନ ୧୨ କେ.ଜି.। ଏହାକୁ ତିଆରି କରିବା ଲାଗି ୬ ଘଣ୍ଟା ସମୟ ଲାଗେ। ଏକ ବଡ଼ କଡେଇରେ ଫ୍ରାଏ କରିବା ଲାଗି ତିନିଜଣ ରୋଷେଇୟାଙ୍କୁ ୯୦ ମିନିଟ ସମୟ ଲାଗିଯାଏ। ଏବେ ଏହି ସିଙ୍ଗଡ଼ା ମିରଟରେ ବହୁତ ଲୋକପ୍ରିୟ ହୋଇଗଲାଣି। ଲୋକେ ଜନ୍ମଦିନରେ କେକ୍‌ ବଦଳରେ ଏହାକୁ କାଟିବାକୁ ଆରମ୍ଭ କଲେଣି। ତେଣୁ ଆଗୁଆ ଅର୍ଡର ଦେଉଛନ୍ତି। ପ୍ରଥମେ ଉକ୍ତ ମିଠା ଦୋକାନର ମାଲିକ ୪ କି.ଗ୍ରା.ର ସିଙ୍ଗଡ଼ା ତିଆରି କରିଥିଲେ। ପରେ ଏହାର ଆକାର ବଢାଇ ୮ କି.ଗ୍ରା. ଓ ଏବେ ୧୨ କି.ଗ୍ରା. କରାଯାଇଛି। ଯାହାର ମୂଲ୍ୟ ୧୫୦୦ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri