ଲିମକା ବୁକ ଅଫ୍‌ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର

ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଲିମିକା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ଦୀର୍ଘ ୩୦ବର୍ଷର ସାଧନା, ଛାତ୍ରୀଛାତ୍ର, ବିଭିନ୍ନ ଅନୁଷ୍ଠାନର ପ୍ରେରଣା ଓ ମାତା ସେବତୀ ପଣ୍ଡା, ପିତା ସ୍ବର୍ଗତ ରମାକାନ୍ତ ପଣ୍ଡାଙ୍କ ଆଶୀର୍ବାଦ ଯୋଗୁ ସଫଳତାର ଅଧିକାରୀ ହୋଇପାରିଛନ୍ତି ବୋଲି କୁହନ୍ତି ସେ।

ଇଞ୍ଜିନିୟର ମିହିରଙ୍କ ଘର ବାହାନଗା ବ୍ଲକ ଇଛାପୁର ଗ୍ରାମରେ। ବିଭିନ୍ନ ପ୍ରକଳ୍ପ ଉଦ୍ଭାବନ ସହ ନିଜ ଗ୍ରାମରେ ‘ସ୍ରୋଷ୍ଟି’ (ସୋସିଆଲ ଡେଭଲପମେଣ୍ଟ ରିସର୍ଚ୍ଚ ଅର୍ଗାନାଇଜେଶନ ଫର ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ଇମ୍ପି୍ଲମେଣ୍ଟେଶନ) ନାମରେ ଏକ ଗବେଷଣା ଅନୁଷ୍ଠାନ ଗଢିିଛନ୍ତି । ଏଭଳି କୃତିତ୍ୱ ଲାଗି ସେ ୨୦୧୯ରେ ଭାରତୀୟ ବିଜ୍ଞାନ କଂଗ୍ରେସରେ ସମ୍ମାନିତ ହେବା ସହିତ ଏହି ଆସୋସିଏଶନରେ ସ୍ଥାନିତ ହୋଇଛନ୍ତି। ଥୋମାସ ଆଲଭା ଏଡିଶନ ଅଫ ଇଣ୍ଡିଆ ଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି ା ତେବେ ଏସବୁ ପୁରସ୍କାର ପାଇ ସାରିବା ପରେ ସେ ଲିମ୍‌କା ବୁକ ଅଫ ରେକର୍ଡସରେ ସ୍ଥାନ ପାଇବା ପାଇଁ ଆବେଦନ କରିଥିଲେ। ଆବେଦନର ୮ମାସ ଭିତରେ ଏହି ରେକର୍ଡ଼ସରେ ସ୍ଥାନ ପାଇଥିଲେ। ୨୦୦୦ ମସିହାରୁ ସେ ଲୋକଙ୍କ ପାଇଁ ବିଜ୍ଞାନର ନୂତନ ଧାରା ଉଦ୍ଭାବନ କରିବାରେ ଲାଗିଥିଲେ। ୨୦୦୫ରେ ସାଧାରଣ ଚାଷୀ ଓ ଲୋକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ତାଙ୍କ ମୁଖ୍ୟ ଉଦ୍ଭାବନ ମଧ୍ୟରେ ଫ୍ୟାନ୍‌ ଜେନେରେଟର, ଚାଷୀଙ୍କ ପାଇଁ ଡବଲ ଫେସ୍‌ ଉଇନୋଉଇଙ୍ଗ ଫ୍ୟାନ୍‌, ଡୁଆଲ ଫେସ୍‌ ଫ୍ୟାନ, ଗୃହ ଓ କୃଷିରେ ଲାଗୁଥିବା ବହୁମୁଖୀ ଯନ୍ତ୍ର, ମୋନାଲିସା ଶୀତଳ ଅଖା, ଯଶୋବନ୍ତ ପତ୍ର କଟା ଯନ୍ତ୍ର , ବିଦ୍ୟୁତ ରଙ୍ଗ ବ୍ରସ୍‌, ହସ୍ତଚାଳିତ ହାଲୁକା ପାଣିପମ୍ପ, ଫ୍ୟାନରେ ଦୁଇ ଆଡକୁ (ଆଗ ପଛ)କୁ ପବନ ବୋହିବା, ନଳକୂପରେ ପାଣି ବାହାରିବା ସହିତ ନଳକୂପ ମୋଡିଲେ ଲୁଗା କିପରି ସଫା କରିହେବ ତାହା ମଧ୍ୟ ଉଦ୍ଭାବନ କରିଛନ୍ତି।

ବିନା ବିଜୁଳିରେ ଚାଲୁଥିବା ଥଣ୍ଡା ପାଣିପାତ୍ର ଆଦି ୧୦ହଜାରରୁ ଅଧିକ ନୂତନ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ା ସେ ଭାରତ ସମେତ ବିଶ୍ୱର ବହୁ ସ୍ଥାନକୁ ଯାଇ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରକଳ୍ପ ବିଷୟରେ ପ୍ରଶିକ୍ଷଣ ଦେଇଥାନ୍ତି। ପିଲାମାନଙ୍କୁ ପାଠ ପଢାଉଥିବା ବେଳେ ସେମାନଙ୍କ ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ସେ ସରଳୀକରଣ କରି ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। ଏହି ଉଦ୍ୟମ ତାଙ୍କୁ ନୂତନ ବିଜ୍ଞାନ ପ୍ରକଳ୍ପ ଉଦ୍ଭାବନ କରିବାକୁ ପ୍ରେରଣା ଦେବା ସହ ଆଜି ଜଣେ ସଫଳ ବୈଜ୍ଞାନିକ ଭାବେ ଗଢିତୋଳିଛି। ଦେଶବିଦେଶର ବିଭିନ୍ନ ଅନୁଷ୍ଠାନରୁ ୨୫୦ ପୁରସ୍କାରର ଅଧିକାରୀ ଏହି ବ୍ୟକ୍ତିତ୍ୱ ବିଜ୍ଞାନ ଦୁନିଆ ଲାଗି ଏକ ନୂତନ ସମ୍ଭାବନା ।

(ଅରୂପ ଦାସ)


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri