ପୃଥ୍ବୀରାଜଙ୍କୁ ବଦ୍ରିଙ୍କ ଜବାବ: ଏତେଦିନ କେଉଁଠି ଶୋଇଥିଲ

ହାଟଡିହୀ,୧୯ା୩(ଶୁଭକାନ୍ତ ନାୟକ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତିର ବହୁ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଗିରଫ ହୋଇଛନ୍ତି। ସେ ଗିରଫ ହେବା ପରେ ଘସିପୁରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ପୂର୍ବତନ ବିଜେଡି ବିଧାୟକ ଭାଗୀରଥି ସେଠୀ, ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ ଏବଂ ଅନ୍ୟମାନେ ମୁହଁ ଖୋଲିଛନ୍ତି l କେନ୍ଦୁଝର ଜିଲାର ପୂର୍ବତନ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଜିଲାପାଳ ଆଶିଷ ଠାକ୍‌ରେ, ଡିଆର୍‌ସିଏସ୍‌ ଶୁଭ୍ରକାନ୍ତି ତୁଙ୍ଗ, ଆଶିଷ ସିଂ, ବବି ଦାସ, ଡିଏସ୍‌ କୁଟ୍ଟେ ପ୍ରମୁଖଙ୍କ ସମ୍ପୃକ୍ତିକୁ ନେଇ ଅସନ୍ତୋଷ ପ୍ରକାଶକରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କିନ୍ତୁ ଗତ ସୋମବାର ଘସିପୁରା ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଏବେକାର ଭାଜପା ନେତା ପୃଥ୍ବୀରାଜ କୁଅଁରଙ୍କ ଅଭିଯୋଗ ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। କୁଅଁର କହିଛନ୍ତି, ଉକ୍ତ ଘଟଣାରେ ରାଜା ଚକ୍ରଙ୍କ ସହ ବିଧାୟକ ବଦ୍ରି ଅଛନ୍ତି। ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କଲେ ସବୁ କଥା ଧରାପଡ଼ିବ। ତେବେ ଏନେଇ ବିଧାୟକ ବଦ୍ରି କହିଛନ୍ତି, ରାଜା ଚକ୍ର ଗିରଫ ହେବାର କିଛି ଦିନ ଦିନ ବିତିଗଲା। କିନ୍ତୁ ପୃଥ୍ବୀରାଜ ଏତେଦିନ କେଉଁଠି ଶୋଇଥିଲେ। ଯେତେବେଳେ ଜିଲାର ତତ୍କାଳୀନ ଏସ୍‌ପି ଏବଂ ଜିଲାପାଳଙ୍କ ସମ୍ପୃକ୍ତିକୁ ନେଇ ମତ ଦେଲି, ତା’ପରେ ପୃଥ୍ବୀରାଜ ମୋ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ପୃଥ୍ବୀରାଜ ଅନ୍ୟ ପ୍ରରୋଚନାରେ ପ୍ରଭାବିତ ହୋଇ ଲୋକଙ୍କ ନଜରରୁ ଘଟଣାକୁ ହଟାଇ ତତ୍କାଳୀନ ଏସ୍‌ପି ଏବଂ ଜିଲାପାଳଙ୍କ ସମର୍ଥନରେ ଅଣ୍ଟା ଭିଡ଼ିଛନ୍ତି। ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ କହିଛନ୍ତି, ପୃଥ୍ବୀରାଜ ଘସିପୁରା ବିଧାନସଭା କ୍ଷେତ୍ରରେ ବଦ୍ରିଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ୱୀ l ସେ ପ୍ରାୟ କଥାରେ ବଦ୍ରିଙ୍କୁ ଟାର୍ଗେଟକରି ତାଙ୍କ ବିରୋଧରେ ଅଭିଯୋଗ ଆଣିବାର ଅନେକ ଉଦାହରଣ ପୂର୍ବରୁ ରହିଛି। ଏହା କିଛି ନୂଆ କଥା ନୁହେଁ। ତତ୍କାଳୀନ ଜିଲାପାଳ ଏବଂ ଏସ୍‌ପିଙ୍କୁ ବଦ୍ରି କାଠଗଡ଼ାରେ ଠିଆକରିବାକୁ ଉଦ୍ୟମ କରୁଥିବା ବେଳେ ପୃଥ୍ବୀରାଜଙ୍କ ଏପରି ବୟାନବାଜି ଗ୍ରହଣୀୟ ନୁହେଁ ବୋଲି ଭଗବାନ କହିଛନ୍ତି।
ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ପୂର୍ବ ବିଜେଡି ସରକାର ଏବଂ ପ୍ରଶାସନକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ରାଜା ତତ୍କାଳୀନ ବିଜେଡି ସରକାର ଏବଂ ପ୍ରଶାସନର ସହାୟତାରେ ବହୁ କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଏଥିରେ ତତ୍କାଳୀନ ଜିଲା ଏସ୍‌ପି, ଜିଲାପାଳ, ଡିଆର୍‌ସିଏସ୍‌ ଏବଂ ବିଜେଡି ନେତାମାନେ ଦାୟୀ। ରାଧେ ରାଧେ, ଅଧେ ଅଧେ କରି କେନ୍ଦୁଝରକୁ ଲୁଟ୍‌ କରିଛନ୍ତି। ବିଧାୟକ ବଦ୍ରି ପ୍ରଥମେ ତତ୍କାଳୀନ ଜିଲା ଏସ୍‌ପି, ଜିଲାପାଳ ଏବଂ ଡିଆର୍‌ସିଏସ୍‌ଙ୍କ ସମ୍ପୃକ୍ତିକୁ ନେଇ ମତ ସାବ୍ୟସ୍ତ କରିଥିଲେ। ବିଜେଡି ସରକାର ସମୟରେ ବଦ୍ରିଙ୍କ ଉପରେ ଦଳୀୟ ଚାପ ଥାଇପାରେ କିମ୍ବା ଅନୁକୂଳ ପରିବେଶ ଏବଂ ପରିସ୍ଥିତି ବୋଧହୁଏ ନ ଥିଲା l ତେଣୁ ବଦ୍ରି ସେତେବେଳେ ଏହି ପ୍ରସଙ୍ଗ ଉଠାଇ ନ ଥିଲେ ବୋଲି ଆଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri