ଜନ୍ମଦିନରେ ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା

ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍‌ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍‌ ଷ୍ଟାର୍‌ ବିଷ୍ଣୁ ବିଶାଳଙ୍କ ସହ ଜ୍ୱାଲାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଫଳରେ ସୋମବାର ଜନ୍ମଦିନ ପାଳନ କରିବା ସହ ଜ୍ୱାଲା ଏହି ଦିନକୁ ଆହୁରି ସ୍ମରଣୀୟ କରିପାରିଛନ୍ତି। ଜ୍ୱାଲାଙ୍କ ଜନ୍ମଦିନ ଅବସରରେ ବିଷ୍ଣୁ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଛନ୍ତି। ଯାହାର ଫଟୋ ଉଭୟ ନିଜର ନିଜର ଟୁଇଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଜ୍ୱାଲା-ବିଷ୍ଣୁଙ୍କ ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


ବ୍ୟାଡ୍‌ମିଣ୍ଟନ କୁଇନ୍‌ ଭାବେ ପରିଚିତ ଜ୍ୱାଲା ମହାରାଷ୍ଟ୍ରର ଓ୍ବାର୍ଦ୍ଧା ଜିଲାରେ ୧୯୮୩ରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୯୦ରୁ ଜାତୀୟ ଦଳ ପକ୍ଷରୁ ବ୍ୟାଡ୍‌ମିଣ୍ଟନରେ ପ୍ରତିନିଧିତ୍ୱ କରିଆସୁଛନ୍ତି। ଅଶ୍ୱିନୀ ପୋନ୍ନାପା ତାଙ୍କର ସଫଳ ବ୍ୟାଡ୍‌ମିଣ୍ଟନ ଯୋଡ଼ିଦାର ରହିଥିଲେ। ୨୦୧୫ରେ ଉଭୟ ଜ୍ୱାଲା-ଅଶ୍ୱିନୀ ଯୋଡ଼ି କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇଥିଲେ। ଜ୍ୱାଲା ତାଙ୍କ କ୍ୟାରିୟର ସମୟରେ ସାଥୀ ଖେଳାଳି ଚେତନ ଆନନ୍ଦଙ୍କୁ ୨୦୦୫ରେ ବିବାହ କରିଥିଲେ। କିନ୍ତୁ ଏହି କ୍ରୀଡ଼ା ଦମ୍ପତ୍ତିଙ୍କ ବୈବାହିକ ଜୀବନ ବେଶି ଦିନ ତିଷ୍ଠି ପାରି ନ ଥିଲା। ୨୦୧୧ରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ।


ବିଷ୍ଣୁ ମଧ୍ୟ ପୂର୍ବରୁ ବିବାହିତ। ୨୦୧୦ରେ ସେ ରଜନୀ ନଟରାଜଙ୍କୁ ବିବାହ କରିଥିଲେ। ସେମାନଙ୍କ ଆର୍ଯ୍ୟ ନାମକ ଏକ ପୁତ୍ର ସନ୍ତାନ ରହିଛି। ୨୦୧୮ରେ ବିଷ୍ଣୁ-ରଜନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଦୁଇବର୍ଷ ତଳେ ଉଭୟ ଜ୍ୱାଲା ଓ ବିଷ୍ଣୁ ସେମାନଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୨ ଓ ୨୦୧୬ ଅଲିମ୍ପକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରଇଥିବା ଜ୍ୱାଲା ଅର୍ଜୁନ ପୁରସ୍କାର ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri