୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କଲା ବଡ଼ଗଡ଼ ପୋଲିସ

ସୋରଡ଼ା,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ପୋଲିସ ରବିବାର ଅପରାହ୍ନରେ ମୋହନା ରାସ୍ତାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କରିଛି। ଗାଡ଼ିଟି ମୋହନାରୁ ବଡ଼ଗଡ଼ ଅଭିମୁଖେ ଆସୁଥିବା ବେଳେ ପୋଲିସ ଯାଞ୍ଚ କରିବାକୁ ଅଟକାଇଥିଲା। ହେଲେ ଡ୍ରାଇଭର, ହେଲ୍‌ପର ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ପୋଲିସ ଗାଡ଼ି ଓ ଗଞ୍ଜେଇକୁ ଜବତ କରି ମାମଲା ନଂ(୨୫/୨୦୨୨) ରୁଜୁ କରିଛି। ଏସ୍‌ଆଇ ସତ୍ୟବ୍ରତ ସାହୁ, ଏଏସ୍‌ଆଇ ପି.କେ. ପରିଡ଼ାଙ୍କ ସମେତ ଜି.ଏସ୍‌. ପ୍ରଧାନ, ଆଲୋକ ରଞ୍ଜନ ତ୍ରିପାଠୀ, ସତ୍ୟବାଦୀ ବେହେରା ପ୍ରମୁଖ ଏହି ଚଢ଼ାଉରେ ଅଂଶଗ୍ରହଣ ଥିବା ନେଇ ବଡ଼ଗଡ଼ ଆଇଆଇସି ସୂରଜ ଝଙ୍କାର ମଙ୍ଗଳବାର ସୂଚନା ଦେଇଛନ୍ତି।