ନୂଆ ରୂପରେ ବଡ଼ଘାଗରା

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅପୂର୍ବ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ଜଳପ୍ରପାତ ମଧ୍ୟରୁ ବଡ଼ଘାଗରା ଅନ୍ୟତମ। ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ମାତ୍ର ୫ କିମି ଦୂରରେ ଏବଂ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ ବଣଜଙ୍ଗଲ ଘେରରେ ରହିଛି ଏହି ଜଳପ୍ରପାତ। ସାନମାଛକାନ୍ଦଣା ନଦୀର ଉପରେ ମୁଣ୍ଡରେ ଏହି ଜଳପ୍ରପାତ ରହିଥିବା ବେଳେ ତଳ ମୁଣ୍ଡରେ ରହିଛି ସାନଘାଗରା ଜଳପ୍ରପାତ। ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପରେ ଏବେ ବଡ଼ଘାଗରାର ନବକଳେବର ହେଉଛି। ପ୍ରାୟ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ବିକାଶ କରାଯାଉଛି। ଏହା ନିକଟରେ ରହିଛି ମନୋରମ ସାନମାଛକାନ୍ଦଣା ଜଳଭଣ୍ଡାର। ପର୍ଯ୍ୟଟକମାନେ ଏଠାକୁ ବୁଲିବା ସହ ଭୋଜିଭାତ କରିବାକୁ ଆସିଥାନ୍ତି। ତେବେ ଦୀର୍ଘ ବହୁବର୍ଷ ଧରି ଏହା ଅବହେଳିତ ହୋଇ ରହିଥିବା ବେଳେ ଏବେ ଏହାର ନବକଳେବର ହେଉଛି। ଏଠାରେ ସାନମାଛକାନ୍ଦଣା ନଦୀର ଜଳ ପ୍ରାୟ ୬୦ ଫୁଟ ତଳକୁ ଖସି ଜଳପ୍ରପାତ ସୃଷ୍ଟି କରିବା ସହ ତଳକୁ ତଳକୁ ପ୍ରସ୍ତର ଖୋଲ ମଧ୍ୟ ଦେଇ ବହିଯାଉଛି। ଫଳରେ ଏହାର ସୌନ୍ଦର୍ଯ୍ୟ ଭିନ୍ନ ପରିବେଶ ସୃଷ୍ଟି କରିଥାଏ। ଯାହାକି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଓ୍ବାଚ୍‌ ଟାଓ୍ବାର , ପାହାଡ଼ ଚଢ଼ିବା ପାଇଁ କଂକ୍ରିଟ ପାହାଚ, ଖାଦ୍ୟ ବିକ୍ରି କେନ୍ଦ୍ର (ଫୁଡ ପ୍ଲାଜା), ପାର୍କିଂ ବ୍ୟବସ୍ଥା, ଟଏଲେଟ କମ୍ପ୍ଲେକ୍ସ, ଚାରିଆଡର ସୌନ୍ଦର୍ଯ୍ୟ ବସି ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଭିୟୁୁ ପଏଣ୍ଟ, ନାଳ ପାର ହେବା ପାଇଁ ଏକାଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ଛୋଟ ପୋଲ, ପାଣି ଭିତରେ ଠିଆ ହୋଇ ଜଳପ୍ରପାତ ଦେଖିବା ପାଇଁ ଜେଟି ବ୍ୟବସ୍ଥା, ବସିବା ପାଇଁ ବିଭିନ୍ନ ସ୍ଥାନରେ କଂକ୍ରିଟ ବେଞ୍ଚ, ଆଶ୍ରୟ ସ୍ଥଳୀ, ବୁଲାବୁଲି କରିବା ପାଇଁ ପାଥ ଓ୍ବେ ଆଦି ନିର୍ମାଣ ହୋଇଥିବା ସହ ବୃକ୍ଷରୋପଣ ଆଦି କରାଯାଉଛି। ଏହା ସହିତ ଆଉ ଏକ ବଡ଼ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହେବାର ଅଛି। ଯାହା ଉପରୁ ଦୂର ପର୍ଯ୍ୟନ୍ତ ବଣଜଙ୍ଗଲ, ଜଳଭଣ୍ଡାର, ନଦୀ ଆଦି ପ୍ରକୃତିରାଜିକୁ ପର୍ଯ୍ୟଟକମାନେ ଦେଖିପାରିବେ ବୋଲି ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ବିଭାଗ ରମେଶ ଚନ୍ଦ୍ର ନାୟକ କହିଛନ୍ତି। ତେବେ ଏଠାରେ ବହୁ ଆଗରୁ ଟର୍‌ବାଇନ୍‌ ଉପରେ ପାଇପ୍‌ ଦ୍ୱାରା ଉଚ୍ଚରୁ ଜଳ ଛଡ଼ାଯାଇ ବିଦ୍ୟୁତ୍‌ ଉପତ୍ାଦନ ହେଉଥିଲା। ତେବେ ଏହାର ମଧ୍ୟ ପୁନରୁଦ୍ଧାର କରାଗଲେ ଏହି କେନ୍ଦ୍ର ପାଇଁ ଆବଶ୍ୟକ ଥିବା ବିଦ୍ୟୁତ ଯୋଗାଇବା ସହ ପାଖ ଗ୍ରାମଗୁଡ଼ିକୁ ମଧ୍ୟ ବିଦ୍ୟୁତ ଯୋଗାଣ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏନ୍‌ଏଚ୍‌ ୪୯ରୁ ଏହି କେନ୍ଦ୍ରର ଦୂରତ୍ୱ ପ୍ରାୟ ୪ କିମି ହେବ। ଏଣୁ ଏହି କେନ୍ଦ୍ରକୁ ଯାଇଥିବା ରାସ୍ତାର ମଧ୍ୟ ନବୀକରଣ କାମ ଚାଲିଛି। ଏହି ବଡ଼ଘାଗରା କେନ୍ଦ୍ରର ସୌନ୍ଦର୍ଯ୍ୟକରଣ ହେଲେ ନିଶ୍ଚିତ ଭାବରେ ଅଧିକ ପର୍ଯ୍ୟଟକ ଆସିବେ ଏବଂ ଏହି ଅଞ୍ଚଳର ବିକାଶ ହେବ। ସେହିପରି ସାନଘାଗରାରେ ଶୀତ ଋତୁରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିବାରୁ ଅନେକ ବଡ଼ଘାଗରାକୁ ଯିବେ। ଫଳରେ ସେଠାରେ ଭିଡ଼ କମିବ। ରାସ୍ତାଠାରୁ ଦୂରରେ ଜଙ୍ଗଲାଞ୍ଚଳରେ ରହିଥିବା ଏହି ସ୍ଥାନର ଗୁରୁତ୍ୱ ବଢ଼ିବ ବୋଲି ପ୍ରକୃତିପ୍ରେମୀ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri