ନୂଆ ରୂପରେ ବଡ଼ଘାଗରା

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅପୂର୍ବ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ଜଳପ୍ରପାତ ମଧ୍ୟରୁ ବଡ଼ଘାଗରା ଅନ୍ୟତମ। ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ମାତ୍ର ୫ କିମି ଦୂରରେ ଏବଂ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ ବଣଜଙ୍ଗଲ ଘେରରେ ରହିଛି ଏହି ଜଳପ୍ରପାତ। ସାନମାଛକାନ୍ଦଣା ନଦୀର ଉପରେ ମୁଣ୍ଡରେ ଏହି ଜଳପ୍ରପାତ ରହିଥିବା ବେଳେ ତଳ ମୁଣ୍ଡରେ ରହିଛି ସାନଘାଗରା ଜଳପ୍ରପାତ। ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପରେ ଏବେ ବଡ଼ଘାଗରାର ନବକଳେବର ହେଉଛି। ପ୍ରାୟ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ବିକାଶ କରାଯାଉଛି। ଏହା ନିକଟରେ ରହିଛି ମନୋରମ ସାନମାଛକାନ୍ଦଣା ଜଳଭଣ୍ଡାର। ପର୍ଯ୍ୟଟକମାନେ ଏଠାକୁ ବୁଲିବା ସହ ଭୋଜିଭାତ କରିବାକୁ ଆସିଥାନ୍ତି। ତେବେ ଦୀର୍ଘ ବହୁବର୍ଷ ଧରି ଏହା ଅବହେଳିତ ହୋଇ ରହିଥିବା ବେଳେ ଏବେ ଏହାର ନବକଳେବର ହେଉଛି। ଏଠାରେ ସାନମାଛକାନ୍ଦଣା ନଦୀର ଜଳ ପ୍ରାୟ ୬୦ ଫୁଟ ତଳକୁ ଖସି ଜଳପ୍ରପାତ ସୃଷ୍ଟି କରିବା ସହ ତଳକୁ ତଳକୁ ପ୍ରସ୍ତର ଖୋଲ ମଧ୍ୟ ଦେଇ ବହିଯାଉଛି। ଫଳରେ ଏହାର ସୌନ୍ଦର୍ଯ୍ୟ ଭିନ୍ନ ପରିବେଶ ସୃଷ୍ଟି କରିଥାଏ। ଯାହାକି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଓ୍ବାଚ୍‌ ଟାଓ୍ବାର , ପାହାଡ଼ ଚଢ଼ିବା ପାଇଁ କଂକ୍ରିଟ ପାହାଚ, ଖାଦ୍ୟ ବିକ୍ରି କେନ୍ଦ୍ର (ଫୁଡ ପ୍ଲାଜା), ପାର୍କିଂ ବ୍ୟବସ୍ଥା, ଟଏଲେଟ କମ୍ପ୍ଲେକ୍ସ, ଚାରିଆଡର ସୌନ୍ଦର୍ଯ୍ୟ ବସି ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଭିୟୁୁ ପଏଣ୍ଟ, ନାଳ ପାର ହେବା ପାଇଁ ଏକାଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ଛୋଟ ପୋଲ, ପାଣି ଭିତରେ ଠିଆ ହୋଇ ଜଳପ୍ରପାତ ଦେଖିବା ପାଇଁ ଜେଟି ବ୍ୟବସ୍ଥା, ବସିବା ପାଇଁ ବିଭିନ୍ନ ସ୍ଥାନରେ କଂକ୍ରିଟ ବେଞ୍ଚ, ଆଶ୍ରୟ ସ୍ଥଳୀ, ବୁଲାବୁଲି କରିବା ପାଇଁ ପାଥ ଓ୍ବେ ଆଦି ନିର୍ମାଣ ହୋଇଥିବା ସହ ବୃକ୍ଷରୋପଣ ଆଦି କରାଯାଉଛି। ଏହା ସହିତ ଆଉ ଏକ ବଡ଼ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହେବାର ଅଛି। ଯାହା ଉପରୁ ଦୂର ପର୍ଯ୍ୟନ୍ତ ବଣଜଙ୍ଗଲ, ଜଳଭଣ୍ଡାର, ନଦୀ ଆଦି ପ୍ରକୃତିରାଜିକୁ ପର୍ଯ୍ୟଟକମାନେ ଦେଖିପାରିବେ ବୋଲି ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ବିଭାଗ ରମେଶ ଚନ୍ଦ୍ର ନାୟକ କହିଛନ୍ତି। ତେବେ ଏଠାରେ ବହୁ ଆଗରୁ ଟର୍‌ବାଇନ୍‌ ଉପରେ ପାଇପ୍‌ ଦ୍ୱାରା ଉଚ୍ଚରୁ ଜଳ ଛଡ଼ାଯାଇ ବିଦ୍ୟୁତ୍‌ ଉପତ୍ାଦନ ହେଉଥିଲା। ତେବେ ଏହାର ମଧ୍ୟ ପୁନରୁଦ୍ଧାର କରାଗଲେ ଏହି କେନ୍ଦ୍ର ପାଇଁ ଆବଶ୍ୟକ ଥିବା ବିଦ୍ୟୁତ ଯୋଗାଇବା ସହ ପାଖ ଗ୍ରାମଗୁଡ଼ିକୁ ମଧ୍ୟ ବିଦ୍ୟୁତ ଯୋଗାଣ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏନ୍‌ଏଚ୍‌ ୪୯ରୁ ଏହି କେନ୍ଦ୍ରର ଦୂରତ୍ୱ ପ୍ରାୟ ୪ କିମି ହେବ। ଏଣୁ ଏହି କେନ୍ଦ୍ରକୁ ଯାଇଥିବା ରାସ୍ତାର ମଧ୍ୟ ନବୀକରଣ କାମ ଚାଲିଛି। ଏହି ବଡ଼ଘାଗରା କେନ୍ଦ୍ରର ସୌନ୍ଦର୍ଯ୍ୟକରଣ ହେଲେ ନିଶ୍ଚିତ ଭାବରେ ଅଧିକ ପର୍ଯ୍ୟଟକ ଆସିବେ ଏବଂ ଏହି ଅଞ୍ଚଳର ବିକାଶ ହେବ। ସେହିପରି ସାନଘାଗରାରେ ଶୀତ ଋତୁରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିବାରୁ ଅନେକ ବଡ଼ଘାଗରାକୁ ଯିବେ। ଫଳରେ ସେଠାରେ ଭିଡ଼ କମିବ। ରାସ୍ତାଠାରୁ ଦୂରରେ ଜଙ୍ଗଲାଞ୍ଚଳରେ ରହିଥିବା ଏହି ସ୍ଥାନର ଗୁରୁତ୍ୱ ବଢ଼ିବ ବୋଲି ପ୍ରକୃତିପ୍ରେମୀ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri