ସିସିଟିଭି ନଜରରେ ବଡ଼ଦାଣ୍ଡ

ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍‌. କେ. ଶର୍ମା ଚୂଡ଼ାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଶେଷ ପ୍ରସ୍ତୁତି ବୈଠକ ହୋଇଛି। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ମୁତୟନ ସମ୍ପର୍କିତ କଡ଼ା ନିୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପି କନୱର ବିଶାଲ ସିଂଙ୍କ ଉପସ୍ଥିତିରେ ପୋଲିସ ଅଧିକାରୀମାନଙ୍କୁ କଟକଣାକୁ ପାଳନ କରାଇବା ପାଇଁ ଦାୟିତ୍ୱ ଦିଆଯାଇଛି। ପୋଲିସ ମୁତୟନ ଦୃଷ୍ଟିରୁ ବଡ଼ଦାଣ୍ଡକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଥିବା ବେଳେ ପୂରା ସହରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ନେଇ ଏଡିଜି ଶର୍ମା କହିଛନ୍ତି। ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳକୁ ୧ ନମ୍ବର ଓ ଶ୍ରୀଗୁଣ୍ଡିଚା ନିକଟବର୍ତ୍ତୀ ଅଞ୍ଚଳକୁ ୪ ନମ୍ବର ଜୋନ୍‌ରେ ରଖାଯାଇଥିବା ବେଳେ ମାର୍କେଟ ଛକ ଓ ମେଡିକାଲ ଛକକୁ ଯଥାକ୍ରମେ ୨ ଓ ୩ ନମ୍ବର ଜୋନ୍‌ରେ ରଖାଯାଇଛି। ଏହି ୪ଟି ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି ରହିବା ନେଇ ଆଇନଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି। ସେହିଭଳି ଶ୍ରୀମନ୍ଦିର ଚାରିପାଖକୁ ୬ଟି ଜୋନ୍‌ ଓ ବଡ଼ଦାଣ୍ଡ ବାହାର ଅଞ୍ଚଳକୁ ୨ଜୋନ୍‌ରେ ରଖାଯାଇଛି।

ରଥ ସୁରକ୍ଷା ବଳୟ ପାଇଁ ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୬ ଇନ୍ସପେକ୍ଟର ଓ ୧୮ଜଣ ସବଇନ୍ସପେକ୍ଟରଙ୍କୁ ଦାୟିତ୍ୱରେ ରଖାଯାଇଛି। ଏହାବ୍ୟତୀତ ରଥ ସୁରକ୍ଷା ଦାୟିତ୍ୱରେ ୧୮ ସେକ୍ସନ୍‌ ପୋଲିସ ମୁତୟନ ହେବେ। ରଥଟଣା ହେବା ବେଳେ ଏହାର ଚାରିପାଖରେ ରଖାଯାଇଥିବା ସୁରକ୍ଷା ବଳୟ ଦାୟିତ୍ୱରେ ୩ଜଣ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୯ ଇନ୍ସପେକ୍ଟର, ୯ ସବ୍‌ଇନ୍ସପେକ୍ଟର ଓ ୨୧ ସେକ୍ସନ୍‌ର ଫୋର୍ସ ମୁତୟନ ହେବେ। ଏହିଭଳି ଭାବରେ ୧୧ଟି ଜୋନ୍‌ ପାଇଁ ମଧ୍ୟ ପୋଲିସ ମୁତୟନର ବ୍ୟାପକ ବ୍ୟବସ୍ଥା ହୋଇଛି। ଛାତ ଉପରେ ହୋଇଥିବା ସୁରକ୍ଷା ବ୍ୟବସ୍ଥା ପାଇଁ ୫୫୪ଜଣ ହୋମଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ମୋବାଇଲ ଭ୍ୟାନ୍‌, କଣ୍ଟ୍ରୋଲ ଓ ସବ୍‌କଣ୍ଟ୍ରୋଲ୍‌ ରୁମ୍‌ ଓ ଜରୁରିକାଳୀନ ସ୍ଥିତି ପାଇଁ ମଧ୍ୟ ପୋଲିସ ଫୋର୍ସ ମୁତୟନ ହେବେ। ସର୍ବମୋଟ୍‌ ଅତିରିକ୍ତ ଏସ୍‌ପି ପାହ୍ୟାର ୧୦ଜଣ, ଡିଏସ୍‌ପି ପାହ୍ୟାର ୩୧ଜଣ, ଇନ୍ସପେକ୍ଟର ୬୪ ଓ ସବଇନ୍ସପେକ୍ଟର ଓ ଏଏସ୍‌ଆଇ ୨୨୨ଜଣ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବେ। ସମୁଦାୟ ୩୨୭ଜଣ ପୋଲିସ ଅଧିକାରୀଙ୍କୁ ରଥଯାତ୍ରାରେ ମୁତୟନ କରାଯିବ। ସେହିଭଳି ୧୮୨ଜଣ ହାବିଲଦାର, ୫୬ ଏପିଆର୍‌, ୬୫ ପ୍ଲାଟୁନ୍‌ ଫୋର୍ସ ଓ ୭୩୮ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ।

ଅନ୍ୟପକ୍ଷେ ସିସିଟିଭି କ୍ୟାମେରାର ମଧ୍ୟ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ୨୫ଟି ସିସିଟିଭି କ୍ୟାମେରା ଲଗାଯିବ। ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ବଡ଼ଦାଣ୍ଡରେ ମଧ୍ୟ ମୋବାଇଲ ମ୍ୟାନ(ପୋଲିସ କର୍ମଚାରୀ) ଭାବେ ନଜର ରଖିବେ। ବୈଠକ ପରେ ସନ୍ଧ୍ୟାରେ ପୁରୀ ଏସ୍‌ପି ପୂରା ଟିମ୍‌ର ଅଧିକାରୀମାନଙ୍କ ସହ ବଡ଼ଦାଣ୍ଡରେ ଚାଲିଚାଲି ଏଡିଜି ସ୍ଥିତି ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ଏସପି ସବୁ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ଛକଗୁଡ଼ିକରେ ରହିବା ନିର୍ଦ୍ଦେଶ ଦେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେହିଭଳି ପାର୍କିଂ ବ୍ୟବସ୍ଥାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଗଣମାଧ୍ୟମ ପ୍ରତିନିଧି, ଶ୍ରୀମନ୍ଦିର ଓ ଜିଲା ପ୍ରଶାସନର କର୍ମଚାରୀମାନଙ୍କ ପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ସ୍ଥାନରେ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ସେବାୟତମାନେ ଦୁଇ ଚକିଆ ଯାନ ନେଇ ଆସିଲେ ସମ୍ପୃକ୍ତ ଗଳି ନିକଟରେ ଗାଡ଼ି ରଖିବେ ବୋଲି ସୂଚନା ମିଳିଛି। ସେହିଭଳି କର୍ଫ୍ୟୁ ସମୟରେ ଜନତାଙ୍କ ଜରୁରିକାଳୀନ ସମସ୍ୟା ପାଇଁ ଗ୍ରୀନ୍‌ କରିଡର ଓ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସହରବାସୀ ବିନା ଜରୁରିକାଳୀନ ସ୍ଥିତିରେ ଘରୁ ନ ବାହାରି ସିଧା ପ୍ରସାରଣ ମାଧ୍ୟମରେ ରଥଯାତ୍ରା ଦେଖିବା ପାଇଁ ପୋଲିସ ପ୍ରଶାସନ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri