କୋହଲା ପାଗ କପା ଚାଷୀ ପାଇଁ କାଳ

ଭବାନୀପାଟଣା, ୨୪ା୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି କପାର ବିଶେଷତ୍ୱ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ। ବର୍ତ୍ତମାନ ଖରାପ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଚାଷୀଙ୍କୁ ବିପଦରେ ପକାଇଛି। ମଣ୍ଡିରେ କପାର ଉଚିତ ମୂଲ୍ୟ ପାଇବା ନେଇ ସେମାନେ ଭରସା ରଖିପାରୁ ନାହାନ୍ତି। ସେପଟେ କପାଚାଷ ପାଇଁ ଚଳିତବର୍ଷ ପ୍ରାୟ ୫୦ ହଜାରରୁ ଊଦ୍ଧର୍‌ବ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି।
ଚଳିତବର୍ଷ କୃଷି ବିଭାଗ ୭୧,୦୦୦ ହେକ୍ଟର ଜମିରେ କପା ଚାଷ କରାଯାଇଥିବା କହିବା ସହ ପ୍ରାୟ ୧୦.୭୧ ଲକ୍ଷ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କପା ଉତ୍ପାଦିତ ହେବ ବୋଲି ପ୍ରାରମ୍ଭିକ ଆକଳନ କରିଛି। କଳାହାଣ୍ଡି ଜିଲାରେ ଧଳା ସୁନା ଫସଲର ସଫଳ ରୂପାୟନ ଦିଗରେ ସରକାର କେତେ ସଚେତନ ତାହା ଜଣାପଡୁନାହିଁ। କାରଣ ଏଯାବତ ୨୧୨୧ ଜଣ ଚାଷୀ ମାତ୍ର ୬୩ହଜାର କୁଇଣ୍ଟାଲରୁ ଊଦ୍ଧର୍‌ବ କପା ବିକ୍ରି କରିଥିବା ବିଷୟ କପା ସ୍କିମ ଅଫିସରଙ୍କଠାରୁ ସୂଚନା ମିଳିଛି। ପୂର୍ବ ବର୍ଷମାନଙ୍କରେ ଧାନଚାଷ ଭଳି କପାଚାଷ ରେକର୍ଡ ସୃଷ୍ଟି କରିଆସୁଥିଲା। କିନ୍ତୁ ଚଳିତବର୍ଷ କପାଚାଷୀ ନିଜର ଉତ୍ପାଦିତ କପାକୁ ନେଇ ଚିନ୍ତିତ। କପାର ଏମ୍‌ଏସ୍‌ପି ମୂଲ୍ୟ ୭୫୨୧ ଟଙ୍କା ହୋଇଥିଲେ ସୁଦ୍ଧା ଚାଷୀ ମଣ୍ଡି ଉପରେ ଭରସା ନ କରି ଦଲାଲ ହାତରେ କମ ଦରରେ ଟେକିଦେଉଛି। ଅନ୍ୟପଟେ କଟନ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିଃ ରାୟଗଡା ଶାଖା କାର୍ଯ୍ୟାଳୟ ରିପୋର୍ଟରୁ ଜଣାପଡିଛି ଯେ, କର୍ଲ୍ଲାପଡା ସେଣ୍ଟରରୁ ଗୋପାଳ ଅର୍ଗାନିକ, ଦାଦାଗୁରୁ ଆଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିଃ କପା କ୍ରୟ କରିଥିବାବେଳେ କେସିଙ୍ଗା ସେଣ୍ଟରରୁ ନେଚୁରାଲ ଅର୍ଗାନିକ, ସାବିତ୍ରୀ କଟନ ଇଣ୍ଡିଆ ଓ ବନସଲ ଆଗ୍ରୋଟେକ୍‌ ପ୍ରମୁଖ ଜିନିଙ୍ଗ ମିଲ କପା କ୍ରୟ କରିଛି। ତେବେ ଗତମାସ ୨୯ତାରିଖରୁ ମଣ୍ଡି ଚାଲୁ କରାଯାଇଥିଲେ ମଧ୍ୟ କପା ମଣ୍ଡିକୁ ଆଣି ବିକ୍ରି କରିବାରେ ଚାଷୀର ଅନିଚ୍ଛା ଭାବ କାହିଁକି ପ୍ରଶାସନ ବୁଝିବା ଅତ୍ୟନ୍ତ ଜରୁରୀ। ଛୋଟ ଚାଷୀ ମଣ୍ଡିକୁ କପା ଆଣିବା ପୂର୍ବରୁ ଦୁଆର ମୁହଁରେ ଦଲାଲ ହାଜର ହୋଇ କୁଇଣ୍ଟାଲ ପିଛା ୬୫୦୦ ଟଙ୍କାରେ କପା ଉଠାଇ ନେଉଛି। ଦ୍ୱିତୀୟରେ ଜିଲାରେ ଚୋରା ଚାଲାଣ ହେଉଥିବା କପା ଗାଡିକୁ ଅଟକାଇବାର କୌଣସି ସାଧନ ନାହିଁ। କାରଣ ସରକାର ଗେଟ ବ୍ୟବସ୍ଥା ଆଉ ରଖିନାହାନ୍ତି। କଳାହାଣ୍ଡିର କଳାମାଟିରେ ଉତ୍ପାଦିତ କପା ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ କରି ମହାରାଷ୍ଟ୍ର, ଗୁଜରାଟ ପର୍ଯ୍ୟନ୍ତ ଚାହିଦା ରହିଆସିଛି। ସେତିକି ନୁହେଁ କଳାହାଣ୍ଡି ଚାଷୀ ଥାଇଲାଣ୍ଡ ଓ ବାଂଲାଦେଶ ଭଳି ସ୍ଥାନକୁ କପା ପଠାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଏଥର ସରକାରୀ ସ୍ତରରେ କପା ମଣ୍ଡି ଖୋଲିବାରେ ଖୋଦ ଜିଲାପାଳ ତଦାରଖ କରୁଥିଲେ ମଧ୍ୟ ମଣ୍ଡିରେ କପା ପହଞ୍ଚତ୍ବା ସନ୍ତୋଷଜନକ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥର ଭବାନୀପାଟଣା ବ୍ଲକର କର୍ଲାପଡ଼ା, କେସିଙ୍ଗାର ଉତ୍କେଲା ଓ ଗୋଲାମୁଣ୍ଡା ବ୍ଲକର ଉଛଲାଠାରେ ମଣ୍ଡି ଖୋଲାଯାଇଛି। କପାର ଗୁଣବତ୍ତାର ମାପକାଠି ଅନୁଯାୟୀ ୮ରୁ ୧୧ ପ୍ରତିଶତ ମଳିନ ପଡିଥିଲେ ସୁଦ୍ଧା ଧାର୍ଯ୍ୟ ଏମ୍‌ଏସ୍‌ପି ମୂଲ୍ୟରେ କପା ବିକ୍ରି ହେବାର ସମ୍ଭାବନା ରହିଛି। ହେଲେ ଯେଉଁଭଳି କାକର ଥଣ୍ଡା ପଡୁଛି ସେଥିରେ ଚାଷୀ ଠିକ ଦର ପାଇବେ ବୋଲି ଭରସା କରୁନାହାନ୍ତି। ବର୍ତ୍ତମାନର ପାଣିପାଗକୁ ନେଇ ଚାଷୀ କପା ମଣ୍ଡିକୁ ନେଇପାରୁ ନାହିଁ। ବାହାର ବ୍ୟବସାୟୀଙ୍କ ଆସିବା ବାଟକୁ ଅପେକ୍ଷା କରି ଅଟକିଯାଉଛି। ଅନ୍ୟପକ୍ଷରେ ପଡୋଶୀ ଜିଲା ଓ ଆନ୍ଧ୍ରର କିଛି ଦଲାଲ କପାଚାଷୀଙ୍କୁ ପ୍ରଲୋଭନ ଦେଖାଇ ଚୋରାରେ ଜିଲା ବାହାରକୁ ନେଇ ଯାଉଥିବା ଜଣାପଡିଛି। ଜିଲାର ୮ରୁ ଦଶଟି ସ୍ଥାନରେ ବାହାର ବ୍ୟବସାୟୀ ପ୍ରତିବର୍ଷ ଦେଢରୁ ଦୁଇ ଲକ୍ଷ କୁଇଣ୍ଟାଲ ପର୍ଯ୍ୟନ୍ତ କପା ଚୋରା ଚାଲାଣ ହେଉଥିଲେ ହେଁ ପ୍ରଶାସନ ତରଫରୁ ଅଙ୍କୁଶ ଲଗାଇବା ବ୍ୟବସ୍ଥା କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri