୪ ୱାର୍ଡରେ ପାଇପ୍‌ରୁ ବାହାରୁଛି ଗୋଳିଆ ପାଣି

ଚିକିଟି,୧୧ା୫ (ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ୧୨ଟି ୱାର୍ଡକୁ ନେଇ ଗଠିତ ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ୬, ୭, ୮ ଓ ୯ ନମ୍ବର ୱାର୍ଡରେ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ପାଇପ୍‌ରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହେଉଛି। ଚିକିଟି ଏନ୍‌ଏସିର ଉପରୋକ୍ତ ୪ ୱାର୍ଡରେ ପ୍ରାୟ ୧୫ଟି ସାହି ରହିଛି। ଏଠାରେ ଲୋକସଂଖ୍ୟା ୫ ହଜାରରୁ ଊର୍ଦ୍ଧ୍ୱ। ସେଥିମଧ୍ୟରୁ ୩୦% ହେଉଛନ୍ତି ତଫସିଲଭୁକ୍ତ ଉପଜାତିର। ଏହି ସାହିଗୁଡିକ ମଧ୍ୟରେ ରହିଛି ଶାନ୍ତିନଗର ସାହି, ବକ୍ସିସାହି, ଚଉରାସାହି, ବଡ଼ସାହି, ବୈଷ୍ଣବସାହି, ନୂଆସାହି, ମେଦିରିସାହି, ନାଇକସାହି, ଓଡ଼ିଆସାହି, ସିନେମାହଲ୍‌ ସାହି, ସାନଦେବସାହି ଏବଂ ଚିକିଟିପେଣ୍ଠ ମୁଖ୍ୟ ବଜାର। ଉକ୍ତ ୪ ୱାର୍ଡରେ ପାନୀୟଜଳ ମୁଖ୍ୟ ସମସ୍ୟା। କୂଅ, ନଳକୂପରୁ ପାଣିନେବା ପାଇଁ ମହିଳାମାନଙ୍କୁ ଧାଡ଼ିବାନ୍ଧି ଠିଆହେବାକୁ ପଡୁଛି। ଏହି ୧୫ ସାହିରେ ୨୫ରୁ ଊର୍ଦ୍ଧ୍ୱ ନଳକୂପ ଓ ୪୦ରୁ ଊର୍ଦ୍ଧ୍ୱ ପିଏଚ୍‌ଡି ଷ୍ଟାଣ୍ଡପୋଷ୍ଟ ରହିଛି। ତେବେ ଏଗୁଡ଼ିକ ମଧ୍ୟରୁ କେତେକ ନଳକୂପରୁ ବିଳମ୍ବରେ ପାଣି ବାହାରୁଥିବା ବେଳେ ଆଉ କେତୋଟି ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇପଡ଼ିଛି। ପିଏଚ୍‌ଡି ପକ୍ଷରୁ ଜେନାପୁର ଓ ଧାନଘରଠାରେ ଓଭରହେଡ୍‌ ଟାଙ୍କିରୁ ଦିନକୁମାତ୍ର ଏକ ଘଣ୍ଟା ପାଣି ଛଡ଼ାଯାଉଛି। ଏତିକି ପାଣି ସମୁଦ୍ରକୁ ଶଙ୍ଖେ ସଦୃଶ। ତେଣୁ ନିକଟରେ ଥିବା ପୋଖରୀ ପାଣିକୁ ସେମାନେ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ଦୀର୍ଘଦିନ ହେଲା ଉକ୍ତ ଅଞ୍ଚଳରେ ପାଇପ୍‌ରୁ ଗୋଳିଆ ପାଣି ବାହାରୁଥିବା ନେଇ ବିଭାଗୀୟଙ୍କ ନିକଟରେ ଏହି ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ସମ୍ପୃକ୍ତ ଅଞ୍ଚଳରେ ଜଣ୍ଡିସ୍‌, ଚର୍ମ ଓ ପେଟ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି। ଅପରପକ୍ଷରେ ଏନ୍‌ଏସି ପକ୍ଷରୁ ଟାଉନପ୍ଲାନିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିବା ବେଳେ ରାସ୍ତା ଉପରକୁ ମାଡିଆସି ଲୋକମାନେ ଘର କରୁଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ନର୍ଦ୍ଦମାପାଣି ନିଷ୍କାସନ ପାଇଁ କେତେକ ସାହିରେ ଡ୍ରେନ୍‌ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା କିଛି ସ୍ଥାନରେ ଭାଙ୍ଗିରୁଜି ଯାଇଛି। ଫଳରେ ନର୍ଦ୍ଦମା ପାଣି ରାସ୍ତା ଉପରେ ବୋହୁଛି। ସାମାନ୍ୟ ବର୍ଷା ହେଲେ ଏହି ନର୍ଦ୍ଦମାପାଣି ଘର ଭିତରେ ମଧ୍ୟ ପଶିଯାଉଛି। ଅପରପକ୍ଷରେ ଡ୍ରେନ୍‌ପାଣି ଜମି ରହି ପରିବେଶ ପ୍ରଦୂଷିତ ହେବା ସହିତ ମଶାବଂଶ ବୃଦ୍ଧି ପାଉଛି। ଉକ୍ତ ସମସ୍ୟାଗୁଡ଼ିକର ସମସ୍ୟା ସମାଧାନ କରିବା ପାଇଁ ସାହିବାସିନ୍ଧା ପକ୍ଷରୁ ସାଧାରଣରେ ଦାବି ହେଉଛି। ଏ ନେଇ ଚିକିଟି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠଯନ୍ତ୍ରୀ ବି ଦୁଃଖୀଶ୍ୟାମ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ଆସିଛି। ବୁଧବାର ପଦ୍ମନଗରରେ ଥିବା ଗୋଟିଏ ଟାଙ୍କି ସଫା ଚାଲିଛି। ଗୁରୁବାର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri