ଭୁବନେଶ୍ୱରରେ ପଛୁଆବର୍ଗ ସର୍ବେକ୍ଷଣ ନୈରାଶ୍ୟଜନକ

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜ୍ୟରେ ପଛୁଆବର୍ଗ ଲୋକଙ୍କ ସର୍ବେକ୍ଷଣ ଜାରି ରହିଛି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବସବାସ କରୁଥିବା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ବିଏମ୍‌ସି ପକ୍ଷରୁ ସର୍ଭେ କରାଯାଉଛି। ତେବେ ଅନ୍ୟ ଅଞ୍ଚଳ ଅପେକ୍ଷା ବିଏମ୍‌ସି ଅଞ୍ଚଳରେ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହାକୁ ନେଇ କିଛିଦିନ ତଳେ ବିଏମ୍‌ସି କମିଶନର ଅସନ୍ତୋଷ ବ୍ୟକ୍ତ କରିବା ସହ ସର୍ଭେ କାମକୁ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ହେବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ନିୟୋଜିତ ହୋଇଥିବା ଅଙ୍ଗନଓ୍ବାଡିକର୍ମୀଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ମେ’୨୫ ସୁଦ୍ଧା ସହରରେ ମାତ୍ର ୧୫ ପ୍ରତିଶତ ସର୍ଭେ ହୋଇଥିବାବେଳେ ୨୮ ତାରିଖ ସୁଦ୍ଧା ଏହା ୧୯.୩୫ ପ୍ରତିଶତ ହୋଇଥିବା ସୂଚନା ମିଳିଛି। ମେ’ ୧ରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଏବେ ଏହାକୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ତେବେ ଓ୍ବାର୍ଡ ଅଫିସର ସାମିଲ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ସର୍ଭେ ସମ୍ପୂର୍ଣ୍ଣ ହେବା ନେଇ ପୁଣି ଆଶଙ୍କା ଉପୁଜିଛି। କାରଣ ସର୍ଭେର ଅବଧି ବଢାଇ ଦିଆଯାଇଥିବାରୁ ଏହି କାମ କରିବା ପାଇଁ ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ବା ଏନ୍ୟୁମୁରେଟର ଅରାଜି ହେଉଛନ୍ତି। ଏହାକୁ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି।

ସର୍ଭେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବାକୁ ୩ଟି ଜୋନ୍‌ର ଜୋନାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନଙ୍କ ବ୍ୟତୀତ ୧୩୩ଜଣ ଅଙ୍ଗନଓ୍ବାଡିକର୍ମୀ ଓ ୧୪ ଜଣ ସୁପରଭାଇଜରଙ୍କୁ ସର୍ଭେ କାମରେ ନିୟୋଜିତ କରାଯାଇଛି। ପଛୁଆବର୍ଗଙ୍କ ସର୍ବେକ୍ଷଣରେ ନିୟୋଜିତ ହେବା ପରେ ଅଙ୍ଗନଓ୍ବାଡି କର୍ମୀମାନେ ସେମାନଙ୍କର ନିର୍ଦ୍ଧାରିତ କାମ ଯେପରିକି, ଛତୁଆ ବାଣ୍ଟିବା, ମାସିକ ରିପୋର୍ଟ ପ୍ରସ୍ତୁତ କରିବା, ମମତା ଯୋଜନା କାମ ଆଦି କରିପାରୁ ନାହାନ୍ତି। ୨ମାସ ହେବ ଏହି କାମ ବନ୍ଦ ରହିଥିବାରୁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ସେମାନେ ଆଉ ସର୍ଭେ କରିବେ ନାହିଁ ବୋଲି ନୋଡାଲ ଅଫିସରଙ୍କୁ ଜଣାଇ ଦେଇଛନ୍ତି। ଅଧିକାଂଶ ଅଙ୍ଗନଓ୍ବାଡିକର୍ମୀ ସମାନ କାରଣ ଦର୍ଶାଇ ସର୍ଭେ କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଅପରପକ୍ଷେ ଅତିରିକ୍ତ କମିଶନର ବା ନୋଡାଲ ଅଫିସରଙ୍କ ନେତୃତ୍ୱରେ ରବିବାର ଆଭାସୀ ମାଧ୍ୟମରେ ସମସ୍ତ ଓ୍ବାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜର, ଜୋନାଲ ଡେପୁଟି କମିଶନର, ସିଡିପିଓ, ସୁପରଭାଇଜରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଅଙ୍ଗନଓ୍ବାଡିକର୍ମୀଙ୍କୁ ସର୍ଭେ ସରିବା ପର୍ଯ୍ୟନ୍ତ କାମ କରିବାକୁ କୁହାଯାଇଥିଲା। ସେମାନଙ୍କୁ ସହଯୋଗ କରିବାକୁ ଜଣେ ଜଣେ ସହଯୋଗୀ ଏବଂ ଗାଡ଼ିର ସୁବିଧା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଏଥିସହ କମ୍ୟୁନିଟି ଅର୍ଗାନାଇଜରମାନଙ୍କୁ ନିଜ ଅଞ୍ଚଳରେ ସର୍ଭେ ହୋଇ ନ ଥିବା ସ୍ଥାନର ତାଲିକା ପ୍ରସ୍ତୁତ କରି ଏନୁମ୍ୟୁରେଟରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ସ୍ବତନ୍ତ୍ର ଡ୍ରାଇଭ୍‌ କରି ସମ୍ପୃକ୍ତ ସ୍ଥାନରେ ସର୍ଭେ କରିବାକୁ କୁହାଯାଇଛି। ତେବେ ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ସର୍ଭେ କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ନିର୍ଦ୍ଧାରିତ ସମୟରେ ସର୍ଭେ କାର୍ଯ୍ୟ କିପରି ସରିବ ସେ ନେଇ ଚିନ୍ତା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri