ଗୁଣାତ୍ମକ ଶିକ୍ଷାର ପୃଷ୍ଠଭୂମି

ଭାରତୀୟ ସଂସ୍କୃତିରେ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ଗଠନ ଓ ପବିତ୍ରତା। ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ଛାତ୍ର ଜୀବନରେ ଖଦିବସ୍ତ୍ର ପରିଧାନ, ସୂତାକାଟିବା କାର୍ଯ୍ୟ ଛାତ୍ରମାନଙ୍କୁ ସ୍ବାବଲମ୍ବୀ ହେବାକୁ ଅନୁପ୍ରେରିତ କରିବା ସହ ବଳକା ସମୟର ସଦୁପଯୋଗ ପାଇଁ କର୍ମତତ୍ପର କରିଥାଏ। ଆତ୍ମନିଯୁକ୍ତି କ୍ଷେତ୍ରରେ ଏହା ଖୋରାକ ଯୋଗାଇ ଥାଏ। ବେକାର ସମସ୍ୟା ବିରୋଧରେ ଏହା ଏକ ସଫଳ ପଦକ୍ଷେପ। ମାନବ ଶକ୍ତିର ସୁବିନିଯୋଗ ତଥା ବିକାଶ ଦିଗରେ ଏହା ସହାୟକ ହୋଇଥାଏ। ରାଷ୍ଟ୍ରୀୟ ଅର୍ଥନୈତିକ ପ୍ରଗତିରେ ଏକ ବଳିଷ୍ଠ ତଥା ଗଠନମୂଳକ ଭୂମିକା ନିଭାଇଥାଏ। ସେହିପରି ନିତ୍ୟ-ନୈମିତ୍ତିକ ଶିକ୍ଷା ସହ ଧନ୍ଦାମୂଳକ ବୈଷୟିକ ଶିକ୍ଷା ଅଙ୍ଗୀଭୂତ ନ ହେଲେ ସେ ଶିକ୍ଷା ଅକାରଣ। କାରଣ, ଶିକ୍ଷାର ପରିସର ବ୍ୟାପକ ଓ ଦୀର୍ଘ ଯୋଜନା ମୂଳକ କାର୍ଯ୍ୟକ୍ରମ। ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନ ଏକ ମୌଳିକ ପରିବର୍ତ୍ତନ ଆଣିଥିଲା, ଏହା ଶିକ୍ଷାକୁ ରାଜ୍ୟର ତାଲିକାରୁ ବର୍ତ୍ତମାନର ତାଲିକାକୁ ପରିବର୍ତ୍ତନ କରିଥିଲା। ଏହା ମଧ୍ୟ ଦେଶର କେନ୍ଦ୍ରୀୟ ବ୍ୟବସ୍ଥାର ଗୁରୁତ୍ୱକୁ ବୁଝିପାରିଥିଲା ଏବଂ ଶୈକ୍ଷିକ ଲକ୍ଷ୍ୟକୁ ଆଗେଇ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କୁ ପ୍ରାଥମିକତା ଦେଇଥିଲା। ଶିକ୍ଷା ଉପରେ ଯେ କୌଣସି ନୀତି ସମଗ୍ର ଶିକ୍ଷା ପ୍ରକ୍ରିୟାର ଅନ୍ତଃ-ବିଭାଗୀୟ ଏବଂ ଅନ୍ତଃ ମନ୍ତ୍ରଣାଳୟ ପ୍ରଭାବକୁ ଏବଂ ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକାର କରିବା ଆବଶ୍ୟକ। କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷା ନୀତି-୨୦୨୦’ ପ୍ରଣୟନ କରିଛନ୍ତି। ସ୍ବାଧୀନ ଭାରତରେ ତୃତୀୟ ଥର ପାଇଁ ଶିକ୍ଷା ନୀତି କରାଯାଇଛି। ପୂର୍ବରୁ ୧୯୬୮ ଓ ୧୯୮୬ରେ ଶିକ୍ଷା ନୀତି ପ୍ରଣୟନ କରାଯାଇଥିଲା। ନୂଆ ନୀତିରେ ଉଭୟ ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷାର ପାଠ୍ୟକ୍ରମ, ପରୀକ୍ଷା ପ୍ରଣାଳୀ ସବୁଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏପରିକି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ବଦଳାଯାଇ ‘ଶିକ୍ଷା ମନ୍ତ୍ରଣାଳୟ’ ନାମରେ ନାମିତ କରାଯାଇଛି।
ଦୀର୍ଘ ୩୪ ବର୍ଷ ପରେ ଶିକ୍ଷା ନୀତି ବଦଳୁଥିବାରୁ ତାହାକୁ ନେଇ ଦେଶବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନରେ ପାଠଚକ୍ର, ଆଲୋଚନା, ସମାଲୋଚନା ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଥିଲା ବେଳେ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଲାଗି ରହିଛି ଉତ୍କଟ ଶିକ୍ଷକ ମରୁଡ଼ି ଅବସ୍ଥା। ଏଥି ସହିତ ଦୁର୍ବଳ ଭିତ୍ତିଭୂମି। ପୂର୍ବର ଶିକ୍ଷା ନୀତିଗୁଡ଼ିକ ସ୍ପଷ୍ଟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଛନ୍ତି, ଯଦିଓ ସେଥିରୁ ଅନେକ ସମ୍ପୂର୍ଣ୍ଣଭାବେ ଅନୁଭୂତ ହୋଇପାରି ନାହିଁ। ଦେଶରେ ଶିକ୍ଷାର ସର୍ବୋନ୍ନତିର ମିଶ୍ରିତ ଛବି, ଶିକ୍ଷାରେ ଯୋଗଦାନ ଏବଂ ପ୍ରବେଶର ସମସ୍ୟା, ଦିଆଯାଉଥିବା ଶିକ୍ଷାର ଗୁଣାତ୍ମକ ମାନ, ଶିକ୍ଷାରେ ସମାନତା, ବ୍ୟବସ୍ଥାର ଦକ୍ଷତା, ଶାସନ ଏବଂ ପରିଚାଳନା, ଗବେଷଣା ଓ ବିକାଶ, ଶିକ୍ଷାର ବିକାଶରେ ଆର୍ଥିକ ବିଷୟ ସମ୍ବନ୍ଧିତ ଅନେକ ଚିନ୍ତା ଏବଂ ସମସ୍ୟା ରହିଆସିଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକ ମହାବିଦ୍ୟାଳୟଗୁଡ଼ିକର ବର୍ଗୀକରଣ ନୂତନ ଶିକ୍ଷାନୀତିରେ ଅଗ୍ରଗତି ନେଇ ଶିକ୍ଷାବିତ୍‌, ଛାତ୍ରୀଛାତ୍ର, ଅଭିଭାବକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ସରକାରୀ ସ୍ନାତକ ମହାବିଦ୍ୟାଳୟ, ୪୮୮ ବର୍ଗ ସ୍ନାତକ ମହାବିଦ୍ୟାଳୟ, ୬୬୨ ବର୍ଗ ସ୍ନାତକ ମହାବିଦ୍ୟାଳୟ, ଅଣଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟ, ଆତ୍ମିକ ଆର୍ଥିକ ସହାୟତା ସ୍ନାତକ ମହାବିଦ୍ୟାଳୟ ଓ ଶିକ୍ଷାବର୍ଷ ୨୦୨୪-୨୫ରେ ଉପାନ୍ତ ଅଞ୍ଚଳର ୧୦ଟି ବ୍ଲକରେ ନୂତନ ଭାବେ ପ୍ରତିଷ୍ଠା କରିଥିବା ୧୮ଟି ସରକାରୀ ସ୍ନାତକ ମହାବିଦ୍ୟାଳୟର ଦୁରବସ୍ଥା ଅତି ଦୟନୀୟ। ଏଠି ଭିତ୍ତିଭୂମିର ଅଭାବ ସହ ଜଣିଏ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ୪ ଜଣ ଅତିଥି ଅଧ୍ୟାପକ ଓ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ପାଠପଢ଼ା ଜାରି ରହିଛି। କେତୋଟି ହାତଗଣତି ସରକାରୀ ସ୍ନାତକ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଥିଲା ବେଳେ ଅନ୍ୟ ସମସ୍ତ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ଧର୍ମକୁ ଆଖିଠାର ବ୍ୟବସ୍ଥା ଅନୁଯାୟୀ ଅସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରି ସରକାର ଝାଡ଼ିଝୁଡ଼ି ହୋଇ ବସି ପଡ଼ିଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ମାପଦଣ୍ଡ କେତେଦୂର ଉଚ୍ଚଶିକ୍ଷା ବିଭାଗ ପୂରଣ କରିପାରିବେ ସେ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
ରାଜ୍ୟର ୧୫ଟି ବିଶ୍ୱବିଦ୍ୟାଳୟରେ ୧୩୦୦ ଅଧ୍ୟାପକ ପଦ ଖାଲି ପଡିଥିଲା ବେଳେ ଏହିସବୁ ପଦବୀଗୁଡିକର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚନ୍ୟାୟାଳୟ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ୨୦୨୨ରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅତିଥି ଅଧ୍ୟାପକଙ୍କ ଉପରେ ନିର୍ଭର କରିବାରୁ ଶିକ୍ଷାର ମାନ ହ୍ରାସ ପାଉଛି ଏବଂ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ୨୧ ଧାରା ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା କରିବାର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ ସ୍ଥାୟୀ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନାହିଁ, ସେ ପର୍ଯ୍ୟନ୍ତ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ଦେଖାଦେବ। ଉଚ୍ଚଶିକ୍ଷାର ‘ହବ୍‌’ରେ ପରିଣତ କରିବା ଲାଗି ତୁହାକୁ ତୁହା ଘୋଷଣା ସହିତ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବିକଳ ଚିତ୍ର ଚଳିତ ବର୍ଷ ପ୍ରକାଶିତ ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ ଫ୍ରେମ୍‌ଓାର୍କ’ (ଏନ୍‌ଆଇଆର୍‌ଏଫ୍‌)ରୁ ସ୍ପଷ୍ଟ ହୋଇଛି।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ:୯୪୩୭୯୫୫୫୬୮

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri