କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା ପ୍ରଭାବ ନ ଥିବାରୁ ଏହି ସୁବିଧା ବନ୍ଦ କରି ଦିଆଯାଇଛି । ତେବେ କର୍ମଚାରୀମାନେ କରୋନା ସମୟରେ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ)ରୁ ଅଗ୍ରୀମ ଭାବରେ କିଛି ଟଙ୍କା ଉଠାଇଥିଲେ। ଏହା ଫଳରେ କର୍ମଚାରୀମାନେ ସେମାନଙ୍କର ଚିକିତ୍ସା ଏବଂ ଆର୍ଥିକ ଆବଶ୍ୟକତା ପୂରଣ ଦିଗରେ ସହାୟତା ହୋଇପାରୁଥିଲା। ହେଲେ ଏବେ ପରିବର୍ତ୍ତନ ନେଇ ଇପିଏଫ୍‌ଓ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି।

ପ୍ରଥମ ପର୍ଯ୍ୟାୟରେ, କମ୍ପାନୀ ଥରେ ଅଗ୍ରୀମ ଉଠାଣ ପାଇଁ ଅନୁମତି ଦେଇଥିଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ଜଣେ ବ୍ୟକ୍ତି ଏକାଧିକ ଥର ପ୍ରତ୍ୟାହାର ପାଇଁ ଅନୁମତି ପାଇଥିଲେ । ଏହା ଅଧୀନରେ, ୩ ମାସ ପାଇଁ ବେସିକ ପ୍ଲସ ଡିଏ କିମ୍ବା ଇପିଏଫ ଆକାଉଣ୍ଟରୁ ୭୫ ପ୍ରତିଶତ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଥିଲା।

ଯଦିଓ ଏବେ ଅଗ୍ରୀମ ସୁବିଧା ବନ୍ଦ ହୋଇସାରିଛି, ଇପିଏଫ ଆକାଉଣ୍ଟରୁ ଏକ ର୍ନିଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ନଗଦ ଟଙ୍କା ଉଠାଇବା ସୁବିଧା , ଘର କିଣିବା, ପିଲାମାନଙ୍କର ଉଚ୍ଚଶିକ୍ଷା, ବିବାହ ଇତ୍ୟାଦି କ୍ଷେତ୍ରରେ ଅକ୍ଷୁର୍ଣ୍ଣ ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri