ଧର୍ମଶାଳାରେ ଶିଶୁକନ୍ୟା ବିକ୍ରି ଘଟଣା: ଅଙ୍ଗନୱାଡି କର୍ମୀଙ୍କ ସହ ୫ ଗିରଫ

ଧର୍ମଶାଳା,୩୧ା୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଏପଡ଼ା ଗ୍ରାମରେ ଶିଶୁକନ୍ୟା ବିକ୍ରି ଘଟଣାରେ ପୋଲିସ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମେତ ମୋଟ୍‌ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶିଶୁକନ୍ୟାକୁ କିଣିଥିବା ପାରାଦୀପ ରଙ୍ଗିଆଗଡ଼ା ଅଞ୍ଚଳର ଦମ୍ପତି ସସ୍ମିତା ବାରିକ ଓ କୈଳାସ ବାରିକ, ଶିଶୁ ବିକ୍ରିରେ ମଧ୍ୟସ୍ଥତା କରିଥିବା ବାଲିଚନ୍ଦ୍ରପୁର ଥାନା ଭରତପୁର ଗ୍ରାମର ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ, ତାଙ୍କ ଭାଇ ସାନରଏପଡ଼ା ଗ୍ରାମର ଦୀପକ ଦାସ ଏବଂ ଶିଶୁକନ୍ୟା ବାପା ନଟବର ବେହେରା।
ସୂଚନା ମୁତାବକ, ସାନରାଏପଡ଼ା ଗ୍ରାମର ନଟବରଙ୍କ ସ୍ତ୍ରୀ କାଞ୍ଚନଙ୍କ ୨୭ ତାରିଖରେ ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ତେବେ ଦାରିଦ୍ର୍ୟର କଷାଘାତରେ ଚଳୁଥିବା ଏହି ପରିବାର ୨୮ତାରିଖରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ଶ୍ୱଶୁରଘରେ ରହୁଥିବା ପାରାଦୀପ ଅଞ୍ଚଳର ଉପରୋକ୍ତ ଦମ୍ପତିଙ୍କୁ ୧୨ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରି ଦେଇଥିଲେ। ଶନିବାର ଏହି ଘଟଣା ପ୍ରଘଟ ହେବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସେଠାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଅବଗତ ହେବା ସହ ଧର୍ମଶାଳା ଥାନା ଅଧୀନ କୋତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଘଟଣା ପ୍ରଘଟ ପରେ ଦମ୍ପତି ଅତି ଚତୁରତାର ସହ ଶିଶୁକୁ ଆଣି ତାଙ୍କ ମା’କୁ ଦେଇ ଫେରାର ହୋଇ ଯାଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୫୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ସନ୍ଧ୍ୟାରେ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା। ରାତିରେ ମହାକାଳପଡ଼ାରେ ପୋଲିସ ଚଢ଼ାଉ କରି ଶିଶୁକୁ କିଣିଥିବା ଦମ୍ପତିଙ୍କୁ ଗିରଫ କରିଥିଲା। ଏହାପରେ ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡି କର୍ମୀ, ତାଙ୍କ ଭାଇ ଓ ଶିଶୁ କନ୍ୟାର ବାପାଙ୍କୁ ଗିରଫ କରିଥିଲା। ଉଦ୍ଧାର ଶିଶୁକନ୍ୟାକୁ ପୋଲିସ ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରିବା ପରେ ଶିଶୁଟିକୁ ବାଳାଶ୍ରମସ୍ଥିତ ପୋଷ୍ୟ ସନ୍ତାନ ଗୃହରେ ରଖାଯାଇଛି। ତେବେ ରବିବାର ଶିଶୁକନ୍ୟାର ବାପାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ା ଯାଇଥିବା ବେଳେ ଅନ୍ୟ ୪ ଅଭିଯୁକ୍ତଙ୍କୁ ଚଣ୍ଡିଖୋଲ କୋର୍ଟଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ନିରଞ୍ଜନ ବେହୁରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri