ଦାଣ୍ଡରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କୁ ଅପହରଣ

ଔପଦା,୧୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମରୁ ୧୭ ତାରିଖରେ ୧ ବର୍ଷ ୮ ମାସର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଅଞ୍ଚଳ ଆମ୍ବରୋଳିରୁ ମା’ ସୁବାସିନୀ ମୁଣ୍ଡା ମକର ସଂକ୍ରାନ୍ତିରେ ଶିଶୁପୁତ୍ରକୁ ଧରି ବାପଘର ଚିଞ୍ଚିଡା ଗ୍ରାମକୁ ଆସିଥିଲେ। ୧୭ ତାରିଖ ଅପରାହ୍ନରେ ଅନ୍ୟ ପିଲାଙ୍କ ସହିତ ପୁଅଟି ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ମା’ ସହିତ ବାପଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିବାରୁ ଔପଦା ଥାନାରେ ଅଭିଯୋଗ କରିଛନ୍ତି।