Posted inଜାତୀୟ

ବିଧାୟକଙ୍କ ସହ ଚମ୍ପାଇ ସୋରେନ ଦଳ ପରିବର୍ତ୍ତନ କଲେ ସରକାରଙ୍କ ପତନ ଘଟିବ! ବଡ଼ ସମୀକରଣ ବିଷୟରେ କହିଦେଲେ ଭାଜପା ନେତା

ରାଞ୍ଚି,୧୯।୮: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଗତ କିଛି ଦିନ ହେବ ଏହି ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା କ୍ରମାଗତ ଭାବରେ ହେଇଆସିଛି। ଏହି ସମୟରେ ଝାଡଖଣ୍ଡ ଭାଜପା ସଭାପତି ବାବୁଲାଲ ମାରାଣ୍ଡି ଚମ୍ପାଇ ସୋରେନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଚମ୍ପାଇ ସୋରେନଙ୍କୁ ପ୍ରଶଂସା କରଥିବା ବେଳେ ସିଏମ ହେମନ୍ତ ସୋରେନଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଝାଡଖଣ୍ଡ ଭାଜପା ସଭାପତି ତଥା ପୂର୍ବତନ ସିଏମ ବାବୁଲାଲ ମାରାଣ୍ଡି କହିଛନ୍ତି, ଚମ୍ପାଇ ସୋରେନ ଏକ୍ସରେ ଯାହା ପୋଷ୍ଟ କରିଛନ୍ତି ତାହା ତାଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଦର୍ଶାଉଛି। ତାଙ୍କୁ ଅପମାନିତ କରାଯାଇଛି। ବାଧ୍ୟତାମୂଳକ ଭାବେ ସିଏମ ଚେୟାରରୁ ବାହାର କରାଯାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯାହା ଚାଲିଛି ତାହା ଦଳର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ।

ବାବୁଲାଲ ଆହୁରି କହିଛନ୍ତି, ହେମନ୍ତ ସୋରେନଙ୍କ ପାଖରେ ସର୍ବାଧିକ ଟଙ୍କା ଅଛି। ସେ କୋଇଲା, ବାଲି, ଲୁହା, ଜମି, ଟ୍ରାନ୍ସଫର-ପୋଷ୍ଟିଂରୁ ଟଙ୍କା ରୋଜଗାର କରିଛନ୍ତି। ହେମନ୍ତ ନିଜ ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ନେତାମାନେ ବିକ୍ରି ହେଉଛନ୍ତି।

ସେ ଆହୁରି କହିଛନ୍ତି, ଚମ୍ପାଇ ସୋରେନ ଲୋଭୀ ନୁହଁନ୍ତି। ବର୍ତ୍ତମାନ ଆମେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ। ଲୋକସଭା ନିର୍ବାଚନରେ ଆମେ ୮୧ଟି ବିଧାନସଭା ଆସନ ମଧ୍ୟରୁ ୫୧ରେ ଆଗରେ ରହିଥିଲୁ। ଏଥର ଭାଜପା ସରକାର ଗଠନ ହେବାକୁ ଯାଉଛି।

ଅନ୍ୟପଟେ ବାବୁରାମଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ଚମ୍ପାଇ ସୋରେନଙ୍କ ସମେତ କିଛି ବିଧାୟକ ଦଳ ପରିବର୍ତ୍ତନ କରନ୍ତି, ତେବେ ସରକାର ଖସିପାରିବେ କି? ଏହା ଉପରେ ସେ କହିଛନ୍ତି ଯେ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri