ଖଣ୍ଡଗିରିରେ ଜମୁଛି ବାବାଙ୍କ ଆସର: କିଏ ପ୍ରେମରେ ବିଫଳ ତ, ଆଉ କିଏ ମଶାରୀ ଭିତରେ…

ଭୁବନେଶ୍ୱର,୨୯ା୧(ସୌମ୍ୟରଞ୍ଜନ ରାଉତ): ଚାଲିଛି ଖଣ୍ଡଗିରି କୁମ୍ଭମେଳା।  ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗୁଛି। ପ୍ରାତଃରୁ ହୋମଯଜ୍ଞ ଚାଲୁଥିବା ବେଳେ ସାରୁ ରାତ୍ରି ପର୍ଯ୍ୟନ୍ତ ବେଦମନ୍ତ୍ର, ଜଣାଣ, ଭଜନ କୀର୍ତ୍ତନରେ ଖଣ୍ଡଗିରି ପରିବେଶ ପ୍ରକମ୍ପିତ ହେଉଛି। ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ଶଙ୍ଖ ନାଦରେ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଏପଟେ ପାହାଡ଼ ପାଦଦେଶରେ ଚାଲିଥିବା ମେଳା ବି ସଭିଁଙ୍କୁ ଆକର୍ଷିତ କରୁଛି। ମେଳା ବୁଲା ସାଙ୍ଗକୁ ରାତିରେ ଯାତ୍ରା ଦେଖିବାକୁ ମଧ୍ୟ ଲୋକେ ଖଣ୍ଡଗିରି ମୁହଁା ହେଉଛନ୍ତି। ତେବେ ଏହାରି ଭିତରେ ମେଳାରେ ଆଧ୍ୟାତ୍ମିକତାର ବର୍ତ୍ତା ଦେଉଥିବା ସାଧୁସନ୍ଥ, ସନ୍ନ୍ୟାସୀ ଓ ସନ୍ନ୍ୟାସିନୀଙ୍କ କାହାଣୀ ମଧ୍ୟ ନିଆରା ଅନୁଭୂତି ଦେଉଛି।

ଶିକ୍ଷକତାରୁ ସନ୍ୟାସ, ସତ୍ୟ ପଥର ମାର୍ଗ ଦର୍ଶକ

ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ପରିବାରର ସମସ୍ୟା, ମନୋମାଳିନ୍ୟ, ବିଶୃଙ୍ଖଳା ତାଙ୍କୁ ବହୁତ କଷ୍ଟ ଦେବାରୁ ସେ ଆଧ୍ୟାତ୍ମିକ ମାର୍ଗକୁ ଆପଣେଇଛନ୍ତି। ସେ ୨୫ ବର୍ଷ ଧରି ସନ୍ୟାସ ଜୀବନ ବିତାଉଛନ୍ତି। ସେ ହେଉଛନ୍ତି ପୁରୀରୁ ଆସିଥିବା ସ୍ବାମୀ ଲକ୍ଷ୍ମୀଧର ପରମହଂସ। ସେ ଖଣ୍ଡଗିରି ମେଳାକୁ ଆରମ୍ଭରୁ ଆସୁଛନ୍ତି। ମେଳାରେ ଭଗବତ୍‌ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସତ୍ୟ ପଥରେ ଯିବାକୁ ମାର୍ଗ ଦେଖାଉଛନ୍ତି।

୧୭ ବର୍ଷ ବୟସରୁ ମାତା

ମୁଣ୍ଡର ଜଟ ବଦଳାଇ ଦେଲା ଜୀବନ। ମାତ୍ର ୧୭ ବର୍ଷ ବୟସରୁ ମାତା ପାଲଟିଗଲେ ପଦ୍ମା। ନୟାଗଡ଼ ଜିଲା ଦଶପଲ୍ଲାର ମୂଳନିବାସୀ ପଦ୍ମା ବାପା-ମା’ଙ୍କର ୩ ପୁଅରେ ଗୋଟିଏ ଝିଅ ଥିଲେ। କେଶରେ ବାରମ୍ବାର ଜଟ ହେଲା। ତାଙ୍କ ପ୍ରତି ଈଶ୍ୱରଙ୍କର କିଛି ଭିନ୍ନ ଇଚ୍ଛା ଅଛି ବୋଲି ଭାବି ସେ ଆଧ୍ୟାତ୍ମିକ ମାର୍ଗକୁ ବାଛିଲେ। ପୁରୀ ଯାଇ ମହାଦେବଙ୍କ ଦୀକ୍ଷା ନେଲେ। ଆଉ ପାଲଟିଗଲେ ଆଧ୍ୟାତ୍ମିକ ମାତା। ଏବେ ସେ ପୁରୀର ଏକ ମଠରେ ରହୁଛନ୍ତି। ୩ ବର୍ଷ ହେଲା ଖଣ୍ଡଗିରି ମାଘ ମେଳାକୁ ଆସୁଛନ୍ତି। ତାଙ୍କ ପାଖରୁ ଆଶୀର୍ବାଦ ନେବାକୁ ପିଲାଠୁ ବୟସ୍କ ସମସ୍ତଙ୍କ ଭିଡ଼ ଜମୁଛି।

ମଶାରୀ ଭିତରେ ବାବା

ମଶାରୀ ଭିତରେ ସାଧନା କରୁଛନ୍ତି ବାବା। ପ୍ରାୟ ୪୦ବର୍ଷ ଧରି ସେ ଏପରି ତପ କରୁଛନ୍ତି। ଏଭଳି ଜଣେ ଆଧ୍ୟାତ୍ମବାଦୀ ହେଲେ ଉତ୍ତରପ୍ରଦେଶରୁ ଆସିଥିବା ବାବା ବଳରାମ ଦାଶ। ତାଙ୍କର କହିବା ମୁତାବକ, ସେ ଜଣେ ସ୍ବତନ୍ତ୍ର ମଣିଷ। ସଂସାର, ଦୁନିଆରୁ ପୂରା ଅଲଗା ରହୁଛନ୍ତି। ମଣିଷଠାରୁ ଦୂରେଇ ରହିବାକୁ ମଶାରୀ ଭିତରେ ରହୁଛନ୍ତି।

ପ୍ରେମରେ ବିଫଳ, ଚାକିରି ଛାଡ଼ି ସନ୍ନ୍ୟାସ

ପ୍ରେମରେ ବିଫଳତା ଜଣେ ଯୁବକଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି। ପିଲାବେଳୁ ଈଶ୍ୱର ଓ ଆଧ୍ୟାତ୍ମିକ ମାର୍ଗରେ ଥିଲେ। ଭଲ ପାଠ ବି ପଢ଼ୁଥିଲେ। ରେଲ୍‌ଓ୍ବେ ଚାକିରି ବି କରିଥିଲେ। ହେଲେ ସମୟକ୍ରମେ ଜଣେ ଯୁବତୀଙ୍କ ଗଭୀର ପ୍ରେମରେ ପଡିଯାଇଥିଲେ। କିନ୍ତୁ ପ୍ରେମରେ ବିଫଳ ହେବା ପରେ ସେ ଚାକିରି ଛାଡି ଆଧ୍ୟାତ୍ମିକ ମାର୍ଗକୁ ବାଛିଲେ, ଆଉ ହୋଇଗଲେ ସନ୍ୟାସ। ସେ ହେଉଛନ୍ତି ବାବା ପଞ୍ଚାୟତି ନିରଞ୍ଜନ ଆଖଡ଼ା। ଦୀର୍ଘ ୪୦ ବର୍ଷ ଧରି ସନ୍ନ୍ୟାସ ଜୀବନରୁ ଶାନ୍ତି ପାଉଥିବାବେଳେ ପ୍ରତିବର୍ଷ ଖଣ୍ଡଗିରି କୁମ୍ଭମେଳାକୁ ଆସୁଥିବା କହିଛନ୍ତି। ଏଥିସହ ସେ ବିଭିନ୍ନ ଅଧ୍ୟାତ୍ମିକ ମେଳା, ମହୋତ୍ସବକୁ ଯାଇଥାନ୍ତି। ମେଳା ନ ଥିବା ସମୟରେ ପୁରୀ ଗୁରୁ ଆଶ୍ରମ ଲଙ୍ଗୁଳି ମଠରେ ରୁହନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri