ଖଣ୍ଡଗିରିରେ ଜମୁଛି ବାବାଙ୍କ ଆସର: କିଏ ପ୍ରେମରେ ବିଫଳ ତ, ଆଉ କିଏ ମଶାରୀ ଭିତରେ…

ଭୁବନେଶ୍ୱର,୨୯ା୧(ସୌମ୍ୟରଞ୍ଜନ ରାଉତ): ଚାଲିଛି ଖଣ୍ଡଗିରି କୁମ୍ଭମେଳା।  ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗୁଛି। ପ୍ରାତଃରୁ ହୋମଯଜ୍ଞ ଚାଲୁଥିବା ବେଳେ ସାରୁ ରାତ୍ରି ପର୍ଯ୍ୟନ୍ତ ବେଦମନ୍ତ୍ର, ଜଣାଣ, ଭଜନ କୀର୍ତ୍ତନରେ ଖଣ୍ଡଗିରି ପରିବେଶ ପ୍ରକମ୍ପିତ ହେଉଛି। ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ଶଙ୍ଖ ନାଦରେ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଏପଟେ ପାହାଡ଼ ପାଦଦେଶରେ ଚାଲିଥିବା ମେଳା ବି ସଭିଁଙ୍କୁ ଆକର୍ଷିତ କରୁଛି। ମେଳା ବୁଲା ସାଙ୍ଗକୁ ରାତିରେ ଯାତ୍ରା ଦେଖିବାକୁ ମଧ୍ୟ ଲୋକେ ଖଣ୍ଡଗିରି ମୁହଁା ହେଉଛନ୍ତି। ତେବେ ଏହାରି ଭିତରେ ମେଳାରେ ଆଧ୍ୟାତ୍ମିକତାର ବର୍ତ୍ତା ଦେଉଥିବା ସାଧୁସନ୍ଥ, ସନ୍ନ୍ୟାସୀ ଓ ସନ୍ନ୍ୟାସିନୀଙ୍କ କାହାଣୀ ମଧ୍ୟ ନିଆରା ଅନୁଭୂତି ଦେଉଛି।

ଶିକ୍ଷକତାରୁ ସନ୍ୟାସ, ସତ୍ୟ ପଥର ମାର୍ଗ ଦର୍ଶକ

ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ପରିବାରର ସମସ୍ୟା, ମନୋମାଳିନ୍ୟ, ବିଶୃଙ୍ଖଳା ତାଙ୍କୁ ବହୁତ କଷ୍ଟ ଦେବାରୁ ସେ ଆଧ୍ୟାତ୍ମିକ ମାର୍ଗକୁ ଆପଣେଇଛନ୍ତି। ସେ ୨୫ ବର୍ଷ ଧରି ସନ୍ୟାସ ଜୀବନ ବିତାଉଛନ୍ତି। ସେ ହେଉଛନ୍ତି ପୁରୀରୁ ଆସିଥିବା ସ୍ବାମୀ ଲକ୍ଷ୍ମୀଧର ପରମହଂସ। ସେ ଖଣ୍ଡଗିରି ମେଳାକୁ ଆରମ୍ଭରୁ ଆସୁଛନ୍ତି। ମେଳାରେ ଭଗବତ୍‌ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସତ୍ୟ ପଥରେ ଯିବାକୁ ମାର୍ଗ ଦେଖାଉଛନ୍ତି।

୧୭ ବର୍ଷ ବୟସରୁ ମାତା

ମୁଣ୍ଡର ଜଟ ବଦଳାଇ ଦେଲା ଜୀବନ। ମାତ୍ର ୧୭ ବର୍ଷ ବୟସରୁ ମାତା ପାଲଟିଗଲେ ପଦ୍ମା। ନୟାଗଡ଼ ଜିଲା ଦଶପଲ୍ଲାର ମୂଳନିବାସୀ ପଦ୍ମା ବାପା-ମା’ଙ୍କର ୩ ପୁଅରେ ଗୋଟିଏ ଝିଅ ଥିଲେ। କେଶରେ ବାରମ୍ବାର ଜଟ ହେଲା। ତାଙ୍କ ପ୍ରତି ଈଶ୍ୱରଙ୍କର କିଛି ଭିନ୍ନ ଇଚ୍ଛା ଅଛି ବୋଲି ଭାବି ସେ ଆଧ୍ୟାତ୍ମିକ ମାର୍ଗକୁ ବାଛିଲେ। ପୁରୀ ଯାଇ ମହାଦେବଙ୍କ ଦୀକ୍ଷା ନେଲେ। ଆଉ ପାଲଟିଗଲେ ଆଧ୍ୟାତ୍ମିକ ମାତା। ଏବେ ସେ ପୁରୀର ଏକ ମଠରେ ରହୁଛନ୍ତି। ୩ ବର୍ଷ ହେଲା ଖଣ୍ଡଗିରି ମାଘ ମେଳାକୁ ଆସୁଛନ୍ତି। ତାଙ୍କ ପାଖରୁ ଆଶୀର୍ବାଦ ନେବାକୁ ପିଲାଠୁ ବୟସ୍କ ସମସ୍ତଙ୍କ ଭିଡ଼ ଜମୁଛି।

ମଶାରୀ ଭିତରେ ବାବା

ମଶାରୀ ଭିତରେ ସାଧନା କରୁଛନ୍ତି ବାବା। ପ୍ରାୟ ୪୦ବର୍ଷ ଧରି ସେ ଏପରି ତପ କରୁଛନ୍ତି। ଏଭଳି ଜଣେ ଆଧ୍ୟାତ୍ମବାଦୀ ହେଲେ ଉତ୍ତରପ୍ରଦେଶରୁ ଆସିଥିବା ବାବା ବଳରାମ ଦାଶ। ତାଙ୍କର କହିବା ମୁତାବକ, ସେ ଜଣେ ସ୍ବତନ୍ତ୍ର ମଣିଷ। ସଂସାର, ଦୁନିଆରୁ ପୂରା ଅଲଗା ରହୁଛନ୍ତି। ମଣିଷଠାରୁ ଦୂରେଇ ରହିବାକୁ ମଶାରୀ ଭିତରେ ରହୁଛନ୍ତି।

ପ୍ରେମରେ ବିଫଳ, ଚାକିରି ଛାଡ଼ି ସନ୍ନ୍ୟାସ

ପ୍ରେମରେ ବିଫଳତା ଜଣେ ଯୁବକଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି। ପିଲାବେଳୁ ଈଶ୍ୱର ଓ ଆଧ୍ୟାତ୍ମିକ ମାର୍ଗରେ ଥିଲେ। ଭଲ ପାଠ ବି ପଢ଼ୁଥିଲେ। ରେଲ୍‌ଓ୍ବେ ଚାକିରି ବି କରିଥିଲେ। ହେଲେ ସମୟକ୍ରମେ ଜଣେ ଯୁବତୀଙ୍କ ଗଭୀର ପ୍ରେମରେ ପଡିଯାଇଥିଲେ। କିନ୍ତୁ ପ୍ରେମରେ ବିଫଳ ହେବା ପରେ ସେ ଚାକିରି ଛାଡି ଆଧ୍ୟାତ୍ମିକ ମାର୍ଗକୁ ବାଛିଲେ, ଆଉ ହୋଇଗଲେ ସନ୍ୟାସ। ସେ ହେଉଛନ୍ତି ବାବା ପଞ୍ଚାୟତି ନିରଞ୍ଜନ ଆଖଡ଼ା। ଦୀର୍ଘ ୪୦ ବର୍ଷ ଧରି ସନ୍ନ୍ୟାସ ଜୀବନରୁ ଶାନ୍ତି ପାଉଥିବାବେଳେ ପ୍ରତିବର୍ଷ ଖଣ୍ଡଗିରି କୁମ୍ଭମେଳାକୁ ଆସୁଥିବା କହିଛନ୍ତି। ଏଥିସହ ସେ ବିଭିନ୍ନ ଅଧ୍ୟାତ୍ମିକ ମେଳା, ମହୋତ୍ସବକୁ ଯାଇଥାନ୍ତି। ମେଳା ନ ଥିବା ସମୟରେ ପୁରୀ ଗୁରୁ ଆଶ୍ରମ ଲଙ୍ଗୁଳି ମଠରେ ରୁହନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବାବେଳେ ବିରାଟକାୟ ଅଜଗର ଉପରେ ମାଡିଗଲା ଗାଡି, ତା’ପରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ନିୟନ୍ତ୍ରିତ ବଜାର କମିଟି କପାମଣ୍ଡି କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତା କଡରୁ ଗୁରୁବାର ଏକ ୧୩ ଫୁଟିଆ…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍‌ଓ

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି…

ଚର୍ଚ୍ଚ ଅଫ ଇଂଲଣ୍ଡରେ ଭାଙ୍ଗିଲା ୧୪୦୦ ବର୍ଷର ପରମ୍ପରା, Dame Sarah Mullally ହେଲେ ପ୍ରଥମ Archbishop of Canterbury

ଲଣ୍ଡନ,୨୯।୧: ଦୀର୍ଘକାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରାକୁ ପାଳନ କରି, ଡେମ ସାରା ମୁଲ୍ଲାଲିଙ୍କୁ ଜାନୁଆରୀ ୨୮, ୨୦୨୬ରେ ଲଣ୍ଡନର ଐତିହାସିକ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲରେ ଚର୍ଚ୍ଚ ଅଫ…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…

ଯୁବତୀଙ୍କୁ ଗଣବଳାତ୍କାର, ଲିଫ୍ଟ ଦେବା କହି ଚଳନ୍ତା କାର୍‌ ଭିତରେ…

ନୂଆଦିଲ୍ଲୀ,୨୯।୧: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲା ମୁଖ୍ୟାଳୟ ରୁଦ୍ରପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଲିଫ୍ଟ ଦେବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri