Posted inଖେଳ

ଟିଭିରେ ରାୟ ଦେବା ସହଜ, ପରାମର୍ଶ ଦେବାକୁ ଚାହୁଁଥିଲେ ସିଧା ଫୋନ୍‌ କରନ୍ତୁ: ବାବର ଆଜମ

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅଧିନାୟକ ବାବର ଆଜମ ପ୍ରଶ୍ନ ଘେରରେ। ଆଫଗାନିସ୍ତାନ ବିପକ୍ଷରେ ୮ ଉଇକେଟରେ ପରାଜୟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୧ ରନ୍‌ର ଟାର୍ଗେଟ ହାସଲ କରି ନ ପାରିବା ପରେ ତାଙ୍କୁ ସମାଲୋଚନା କରାଯାଉଛି। ତେବେ ଏସବୁର କଡ଼ା ଜବାବ ଦେଇଛନ୍ତି ସେ।

ମୋଇନ ଖାନ୍‌ ଏବଂ ଶୋଏବ ମଲିକଙ୍କ ଭଳି ସମାଲୋଚକଙ୍କୁ ଜବାବ ଦେଇ ବାବର କହିଛନ୍ତି, ଟେଲିଭିଜନରେ ରାୟ ଦେବା ସହଜ। ଯଦି କେହି ପରାମର୍ଶ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସ୍ବାଗତ କରୁଛି। ସେ ମୋତେ ସିଧାସଳଖ ଫୋନ କରନ୍ତୁ। ମୋ ନମ୍ବର ତାଙ୍କ ପାଖରେ ରହିଛି। ମୁଁ ଗତ ୩ ବର୍ଷ ଧରି ଦଳର ଅଧିନାୟକ ପଦରେ ରହିଛି। ଅଧିନାୟକ ଦାୟିତ୍ୱ ଲାଗି ବିଶ୍ୱକପ୍‌ରେ ମୋ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ମୁଁ କେବେହେଲେ ସେଭଳି ଅନୁଭବ କରିନାହିଁ। କଥା କେବଳ ଏତିକି ଯେ ଯେଉଁଭଳି ପ୍ରଦର୍ଶନ ବିଶ୍ୱକପ୍‌ରେ କରିବାର ଥିଲା ତାହା କରିପାରୁନାହିଁ। ଏଥିଲାଗି ଲୋକେ ମୁଁ ଚାପରେ ରହିଛି ବୋଲି କହୁଛନ୍ତି। ମୁଁ ସର୍ବଦା ନିଜ ଲାଗି ରନ୍‌ ଏବଂ ଦଳକୁ ବିଜେତା କିଭଳି କରିବି ସେଥିନେଇ ଭାବି ଆସିଛି ବୋଲି ସେ କହିଛନ୍ତି।

ସେହିଭଳି ଅଧିନାୟକ ପଦ ଛାଡ଼ିବା ଏବଂ ଖେଳାଳି ଚୟନ ପ୍ରଶ୍ନର ଜବାବରେ ବାବର କହିଛନ୍ତି, ମୁଁ ଜାଣିନାହିଁ ଆପଣ କେଉଁ ନିଷ୍ପତ୍ତି ବିଷୟରେ କହୁଛନ୍ତି। ଖେଳାଳିଙ୍କ ଚୟନ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି କୋଚ୍‌ ଏବଂ ଅଧିନାୟକ ମିଶି କରିଛନ୍ତି। ପରିସ୍ଥିତି ଅନୁସାରେ ନିଜର ସର୍ବଶ୍ରେଷ୍ଠ ଟିମ୍‌ ସହ ମଇଦାନକୁ ଓହ୍ଲାଇଛୁ। କିଛି ମ୍ୟାଚ୍‌ରେ ସଫଳତା ମିଳିଛି, କିଛି ମ୍ୟାଚ୍‌ରେ ତାହା ହୋଇନାହିଁ।

କହିରଖୁଛୁ, ମୋଇନ କହିଥିଲେ ଯେ ବିରାଟ କୋହଲିଙ୍କଠାରୁ ବାବର ଶିଖିବା ଉଚିତ। ସେ ଅଧିନାୟକ ପଦ ଛାଡ଼ିବା ପରେ ନିଜର ପୂରା ଧ୍ୟାନ ବ୍ୟାଟିଂ ଉପରେ ଦେଉଛନ୍ତି। ସେହିଭଳି ମଲିକ କହିଥିଲେ ଯେ ବାବର ବ୍ୟାଟିଂର ବାଦଶାହା, ହେଲେ ଅଧିନାୟକର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri