ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଭେଙ୍ଗା ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏକ ବଡ଼ ଘଟଣାର ସଙ୍କେତ ଦେଇଥିଲେ । ଏବେ ନେପାଳର ସାମ୍ପ୍ରତିକ ସ୍ଥିତି ସହ ଏହି ଦାବିକୁ ଯୋଡ଼ି ଲୋକେ ବିଭିନ୍ନ ଆଲୋଚନା କରୁଛନ୍ତି । ତେବେ ଭେଙ୍ଗାଙ୍କ ନାମରେ ଅନେକ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ପ୍ରଚାର ହୋଇଥାଏ । ତେବେ ନେପାଳ ବିଷୟରେ କହିଥିବା ନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ ।
ନେପାଳରେ ଚାଲିଥିବା ଘଟଣାକ୍ରମକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜାରି ରହିଥିବା ବେଳେ, ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀକୁ ନେଇ ମଧ୍ୟ ଲୋକଙ୍କ ଉତ୍ସୁକତା ବଢ଼ିଛି । ବାବା ଭେଙ୍ଗା ଜଣେ ବୁଲଗେରିଆନ୍ ଭବିଷ୍ୟବକ୍ତା ଭାବେ ପରିଚିତ। ତାଙ୍କ ନାମରେ ଭୂକମ୍ପ, ଯୁଦ୍ଧ, ରାଜନୈତିକ ପରିବର୍ତ୍ତନ ଓ ବିଶ୍ୱର ବିଭିନ୍ନ ବଡ଼ ଘଟଣାକୁ ନେଇ ଅନେକ ଭବିଷ୍ୟବାଣୀ ପ୍ରଚାରିତ ହୋଇଆସୁଛି। ମୃତ୍ୟୁ ପରେ ମଧ୍ୟ ତାଙ୍କ ନାମରେ ବିଭିନ୍ନ ଦାବି ସୋସିଆଲ ମିଡିଆରେ ସମୟ ସମୟରେ ଭାଇରାଲ ହୁଏ।