ପ୍ରତୀକ୍ଷାର ଘଟିଲା ଅନ୍ତ: ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨୩ା୮(ଡି.ଏନ୍‌.ଏ.): ଦୀର୍ଘ ୪ ମାସ ପରେ ସୋମବାର ଖୋଲିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେବାୟତମାନେ ଯଥାରୀତି ପ୍ରଭୁଙ୍କ ପୂଜା କାର୍ଯ୍ୟ ସମାପନ କରିଥିଲେ। ଦୀର୍ଘଦିନ ପରେ ଦର୍ଶନ ମିଳିଥିବାରୁ ଶ୍ରଦ୍ଧାଳୁ ଖୁସିବ୍ୟକ୍ତ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆରଡି ଫାଣ୍ଡି ଅଧିକାରୀ କୁଳମଣି ପାତ୍ରଙ୍କ ନେତୃତ୍ୱର ୨ ସେକ୍ସନ ପୋଲିସ କର୍ମଚାରୀ ପୀଠରେ ନିୟୋଜିତ ହୋଇଥିଲେ।