ବିନା କମିଟି ରିପୋର୍ଟରେ ପ୍ରସ୍ତୁତ ହୋଇଥିଲା ଆଜାଦୀ କା ଅମୃତ ମହୋତ୍ସବ ପୋଷ୍ଟର

ବଲାଙ୍ଗୀର ଅଫିସ, ୧୭।୫: ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତ କରାଯାଇଥିବା ପୋଷ୍ଟରର ଡିଜାଇନ ପାଇଁ କୌଣସି କମିଟି ଗଠନ କରାଯାଇ ନ ଥିଲା। ଏଭଳିକି କୌଣସି କମିଟିର ରିପୋର୍ଟ ପ୍ରସ୍ତୁତ କରାଯାଇ ନ ଥିଲା ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଧୀନ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର୍‌)ର ଜନସୂଚନା ଅଧିକାରୀ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ସୂଚନା ଅଧିକାର ଆଇନ ଜରିଆରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି। ଏପରିକି ଜବାହରଲାଲ ନେହେରୁଙ୍କ ନାମକୁ ସ୍ବାଧୀନତା ସଂଗ୍ରାମୀ ତାଲିକାରୁ ହଟାଇ ଦେବା ପାଇଁ କୌଣସି ପ୍ରସ୍ତାବ ନ ଥିବା ତଥ୍ୟ ସେ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। ସ୍ବାଧୀନତା ସଂଗ୍ରାମରେ ନେହେରୁଙ୍କ ଭୂମିକାକୁ ପ୍ରମୁଖତାର ସହ ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇଥିବା ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି।
୨୦୨୧ ମସିହାରୁ ଭାରତ ସରକାରଙ୍କ ଆଜଦୀ କା ଅମୃତ ମହୋତ୍ସବ ପାଇଁ ପୋଷ୍ଟର ପ୍ରସ୍ତୁତକାରୀ ସଂସ୍ଥା ଆଇସିଏଚଆର୍‌କୁ ସୂଚନା ଅଧିକାର ଆଇନ ବଳରେ ଏ ସଂକ୍ରାନ୍ତୀୟ କେତେକ ତଥ୍ୟ ମାଗିଥିଲେ ମଧ୍ୟ ସୂଚନା ଅଧିକାରୀ କର୍ମୀ ପଣ୍ଡାଙ୍କୁ କୌଣସି ତଥ୍ୟ ଦିଆଯାଇ ନ ଥିଲା। ଏହାକୁ ନେଇ ପଣ୍ଡା ଜାତୀୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାତୀୟ ସୂଚନା କମିଶନ ହୀରାଲାଲ ସିମାରିୟା ପଣ୍ଡାଙ୍କ ଆବେଦନର ବିଚାର କରି ଆଇସିଏଚଆର୍‌ର ତତ୍କାଳୀନ ଜନସୂଚନା ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି କାରଣଦର୍ଶାଅ ନୋଟିସ ଜାରି କରିଥିଲେ। ୧୫ ଦିନ ଭିତରେ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଆଜାଦୀ କା ଅମୃତ ମହୋତ୍ସବକୁ ମହାଆଡ଼ମ୍ବରରେ ୧୨ ମାର୍ଚ୍ଚ ୨୦୨୧ରୁ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଆଇସିଏଚଆର୍‌ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏକ ପୋଷ୍ଟର ପ୍ରସ୍ତୁତ କରାଯାଇଥିଲା। ଏହି ପୋଷ୍ଟରରେ ୮ ଜଣ ଜାତୀୟ ହୀରୋଙ୍କ ଫଟୋ ରହିଥିବା ବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋକୁ ସ୍ଥାନିତ କରାଯାଇ ନ ଥିଲା। ଏହି ପୋଷ୍ଟରରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡ. ବି.ଆର.ଆମ୍ବେଡକର, ଭଗତ ସିଂ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ମଦନ ମୋହନ ମାଲବ୍ୟ ଓ ବୀର ସବରକରଙ୍କ ଫଟୋକୁ ସ୍ଥାନ ଦିଆଯାଇଥିଲା। ତେବେ ଉକ୍ତ ପୋଷ୍ଟରରେ ପଣ୍ଡିତ ନେହେରୁଙ୍କ ଫଟୋକୁ ସ୍ଥାନ ଦିଆଯାଇ ନ ଥିବାରୁ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ବିଦ୍ୱେଶମୂଳକ ରାଜନୀତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ। ବିନା କମିଟି ଓ ବିନା କୌଣସି ରିପୋର୍ଟରେ ଦେଶର ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ କିଭଳି ଭାବେ ଏହି ପୋଷ୍ଟର ପ୍ରସ୍ତୁତ କରାଯାଇଥିଲା ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri