ବିନା କମିଟି ରିପୋର୍ଟରେ ପ୍ରସ୍ତୁତ ହୋଇଥିଲା ଆଜାଦୀ କା ଅମୃତ ମହୋତ୍ସବ ପୋଷ୍ଟର

ବଲାଙ୍ଗୀର ଅଫିସ, ୧୭।୫: ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତ କରାଯାଇଥିବା ପୋଷ୍ଟରର ଡିଜାଇନ ପାଇଁ କୌଣସି କମିଟି ଗଠନ କରାଯାଇ ନ ଥିଲା। ଏଭଳିକି କୌଣସି କମିଟିର ରିପୋର୍ଟ ପ୍ରସ୍ତୁତ କରାଯାଇ ନ ଥିଲା ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଧୀନ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର୍‌)ର ଜନସୂଚନା ଅଧିକାରୀ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ସୂଚନା ଅଧିକାର ଆଇନ ଜରିଆରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି। ଏପରିକି ଜବାହରଲାଲ ନେହେରୁଙ୍କ ନାମକୁ ସ୍ବାଧୀନତା ସଂଗ୍ରାମୀ ତାଲିକାରୁ ହଟାଇ ଦେବା ପାଇଁ କୌଣସି ପ୍ରସ୍ତାବ ନ ଥିବା ତଥ୍ୟ ସେ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। ସ୍ବାଧୀନତା ସଂଗ୍ରାମରେ ନେହେରୁଙ୍କ ଭୂମିକାକୁ ପ୍ରମୁଖତାର ସହ ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇଥିବା ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି।
୨୦୨୧ ମସିହାରୁ ଭାରତ ସରକାରଙ୍କ ଆଜଦୀ କା ଅମୃତ ମହୋତ୍ସବ ପାଇଁ ପୋଷ୍ଟର ପ୍ରସ୍ତୁତକାରୀ ସଂସ୍ଥା ଆଇସିଏଚଆର୍‌କୁ ସୂଚନା ଅଧିକାର ଆଇନ ବଳରେ ଏ ସଂକ୍ରାନ୍ତୀୟ କେତେକ ତଥ୍ୟ ମାଗିଥିଲେ ମଧ୍ୟ ସୂଚନା ଅଧିକାରୀ କର୍ମୀ ପଣ୍ଡାଙ୍କୁ କୌଣସି ତଥ୍ୟ ଦିଆଯାଇ ନ ଥିଲା। ଏହାକୁ ନେଇ ପଣ୍ଡା ଜାତୀୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାତୀୟ ସୂଚନା କମିଶନ ହୀରାଲାଲ ସିମାରିୟା ପଣ୍ଡାଙ୍କ ଆବେଦନର ବିଚାର କରି ଆଇସିଏଚଆର୍‌ର ତତ୍କାଳୀନ ଜନସୂଚନା ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି କାରଣଦର୍ଶାଅ ନୋଟିସ ଜାରି କରିଥିଲେ। ୧୫ ଦିନ ଭିତରେ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଆଜାଦୀ କା ଅମୃତ ମହୋତ୍ସବକୁ ମହାଆଡ଼ମ୍ବରରେ ୧୨ ମାର୍ଚ୍ଚ ୨୦୨୧ରୁ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଆଇସିଏଚଆର୍‌ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏକ ପୋଷ୍ଟର ପ୍ରସ୍ତୁତ କରାଯାଇଥିଲା। ଏହି ପୋଷ୍ଟରରେ ୮ ଜଣ ଜାତୀୟ ହୀରୋଙ୍କ ଫଟୋ ରହିଥିବା ବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋକୁ ସ୍ଥାନିତ କରାଯାଇ ନ ଥିଲା। ଏହି ପୋଷ୍ଟରରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡ. ବି.ଆର.ଆମ୍ବେଡକର, ଭଗତ ସିଂ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ମଦନ ମୋହନ ମାଲବ୍ୟ ଓ ବୀର ସବରକରଙ୍କ ଫଟୋକୁ ସ୍ଥାନ ଦିଆଯାଇଥିଲା। ତେବେ ଉକ୍ତ ପୋଷ୍ଟରରେ ପଣ୍ଡିତ ନେହେରୁଙ୍କ ଫଟୋକୁ ସ୍ଥାନ ଦିଆଯାଇ ନ ଥିବାରୁ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ବିଦ୍ୱେଶମୂଳକ ରାଜନୀତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ। ବିନା କମିଟି ଓ ବିନା କୌଣସି ରିପୋର୍ଟରେ ଦେଶର ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ କିଭଳି ଭାବେ ଏହି ପୋଷ୍ଟର ପ୍ରସ୍ତୁତ କରାଯାଇଥିଲା ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri