ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ, ଇ-କେୱାଇସି ନାଁରେ ଟଙ୍କା ଆଦାୟ ଅଭିଯୋଗ: ଜିଲାପାଳଙ୍କଠାରେ ଫେରାଦ ହେଲେ ହିତାଧିକାରୀ

ଭବାନୀପାଟଣା,୨୦।୪( ଉତ୍ତମ କୁମାର ଦାଶ ): ରାଜ୍ୟରେ ନୂଆ ସରକାର ଆସିବାପରେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଯାଇଛି। ପ୍ରଥମ ପାଳିରେ ଆଶା ଦିଦିମାନେ ଘର ଘର ବୁଲି ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି। ଆୟୁଷ୍ମାନ କାର୍ଡ ସହ ବାୟୋମେଟ୍ରିକ ଯୋଡିବା କିମ୍ବା ଇ-କେୱାଇସି ପାଇଁ ଗ୍ରାମ ସ୍ତରୀୟ ଉଦ୍ୟୋଗୀ – ସାଧାରଣ ସେବା କେନ୍ଦ୍ର ( ସିଏସସି ) ସେଣ୍ଟର ଗୁଡିକୁ ଦାୟିତ୍ୱ ଦିଆଯାଇଛି। ଯାହାକି ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା ମୁତାବକ ହିତାଧିକାରୀଙ୍କୁ ଏହି ବାବଦକୁ କୌଣସି ଅର୍ଥ ପୈଠ କରିବାକୁ ପଡିବ ନାହିଁ। ହେଲେ କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଭବାନୀପାଟଣାର କିଛି କମନ ସର୍ଭିସ ସେଣ୍ଟର ଗୁଡିକରେ ବାୟୋମେଟ୍ରିକ ବା ଇ-କେୱାଇସି ପାଇଁ ହିତାଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଇ-କେୱାଇସି ବା ଆଧାର ସଂଯୋଗ ପାଇଁ ୧୦୦ଟଙ୍କା ଲେଖାଏଁ ଦାବି କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଭବାନୀପାଟଣାର ଶତାଧିକ ହିତାଧିକାରୀ କଳାହାଣ୍ଡି ଜିଲାପାଳଙ୍କୁ ଶନିବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବ ବୋଲି ଅନଲାଇନ ବାବଦକୁ ୬୦୦ ଟଙ୍କା ଲେଖାଏଁ ନେଇଥିବା ମଧ୍ୟ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଉଭୟ ଯୋଜନାରେ ହିତାଧିକାରୀଙ୍କୁ ଯୋଡିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଘୋଷିତ କରିଥିବା ବେଳେ ଲାଭଖୋର ମନୋବୃତ୍ତି ରଖିଥିବା କମନ ସର୍ଭିସ ସେଣ୍ଟର ଗୁଡିକରେ ଗରୀବ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ନଂ.୮୨ ତା-୧୫. ୦୪. ୨୦୨୫ ଦିନ ପ୍ରକାଶ ପାଇଛି ଯେଉଁଥିରେ କି ସିଧାସଳଖ କମନ ସର୍ଭିସ ସେଣ୍ଟର ଗୁଡିକୁ ଆୟୁଷ୍ମାନ ଯୋଜନାରେ କୌଣସି ପ୍ରକାରର ଅର୍ଥ ଆଦାୟ ନ କରିବା ଓ ହିତାଧିକାରୀଙ୍କଠୁ ଅନ୍ୟଥା ଟଙ୍କା ନ ନେବା ପାଇଁ ସିଧାସଳଖ ମନା କରାଯାଇଛି। ଯଦି ଏହାର ଅବମାନନା କରାଯାଏ ତାହେଲେ କମନ ସର୍ଭିସ ସେଣ୍ଟର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଆକାଉଣ୍ଟ ରଦ୍ଦ କରାଯିବା ନେଇ କଡା ନିର୍ଦ୍ଦେଶ ରହିଛି। ହେଲେ ଏଠି ଜିଲାପାଳଙ୍କ କଡା ନିର୍ଦ୍ଦେଶକୁ ମଧ୍ୟ କମନ ସର୍ଭିସ ସେଣ୍ଟର ଗୁଡିକରେ ଖୁଲମଖୁଲା ଅବମାନନା କରୁଥିବା ଦେଖାଦେଇଛି। ତେବେ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ସହ ଏଭଳି କରୁଥିବା କମନ ସର୍ଭିସ ସେଣ୍ଟର ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri