ସମୃଦ୍ଧ ଓଡ଼ିଶାକୁ ସାକାର କରିବ ଆୟୁଷ୍ମାନ ଭାରତ

”ଆରୋଗ୍ୟମ୍‌ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‌“ ଆମ ଶାସ୍ତ୍ର କୁହେ, ସୁସ୍ଥ ରହିବା ହେଉଛି ପରମ ସୌଭାଗ୍ୟ। ସୁସ୍ଥ ବ୍ୟକ୍ତି ଦ୍ବାରା ସମସ୍ତ କାର୍ଯ୍ୟର ସିଦ୍ଧି ହୋଇଥାଏ। ସୁସ୍ଥ ମଣିଷରୁ ସମୃଦ୍ଧ ସମାଜର ପରିକଳ୍ପନା କରାଯାଇପାରିବ, ତେଣୁ ବିକଶିତ ରାଷ୍ଟ୍ର ହେବା ଅଭିମୁଖେ ଅଗ୍ରସର ହେଉଥିବା ଆମ ଦେଶର ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟର ଆବଶ୍ୟକତାକୁ ଅନୁଭବକରି ସ୍ବାଧୀନତାର ଅମୃତ କାଳଖଣ୍ଡରେ ୨୦୪୭ ସୁଦ୍ଧା ବିଶ୍ବ ଦରବାର ଆଗରେ ବିକଶିତ ଭାରତର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ, ଅଦ୍ବିତୀୟ ଜନନାୟକ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୂରଦୃଷ୍ଟିସମ୍ପନ୍ନ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଅପାର ସମ୍ଭାବନାଯୁକ୍ତ ଆମ ଓଡ଼ିଶାରେ ଇତିମଧ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ହେବାପରେ ରାଜ୍ୟ ପ୍ରତିଷ୍ଠାର ଶତାବ୍ଦୀ ବର୍ଷ ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟ କରିବା ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ନୂଆମୋଡ଼ ଆଣିଛନ୍ତି। ଆମ ସଙ୍କଳ୍ପପତ୍ର ଅନୁସାରେ ସାଧାରଣ ଜନତାର ସଞ୍ଜୀବନୀ ସ୍ବରୂପ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ରାଜ୍ୟରେ ଏକ ସାଙ୍ଗରେ ଲାଗୁହୋଇଛି। ସୁସ୍ଥ ଓଡ଼ିଶାରୁ ହିଁ ସମୃଦ୍ଧ ଓଡ଼ିଶାର କଳ୍ପନା ସମ୍ଭବ। ତେଣୁ ସମୃଦ୍ଧତାର ସ୍ବପ୍ନ ଦେଖୁଥିବା ଓଡ଼ିଶା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। ଏହି ଯୋଜନା ମାଧ୍ୟମରେ ଆମ ସରକାର ପ୍ରତ୍ୟେକଟି ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।
ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ। ଦେଶସାରା ଯେଉଁଠି ଥିଲେ ମଧ୍ୟ ପ୍ରାୟ ୨୯ ହଜାର ହସ୍ପିଟାଲରେ ଏହାର ସୁବିଧା ମିଳିବ। ଓଡ଼ିଶାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଯୋଜନା ମାଧ୍ୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା ସହ ପରିବାର ପିଛା ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ଲାଗି ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଆମ ସରକାର। ବରିଷ୍ଠ ନାଗରିକମାନଙ୍କ ପାଇଁ ଚିନ୍ତାଶୀଳ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ୭୦ ବର୍ଷରୁ ଊଦ୍ଧର୍‌ବ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କୁ ଏହି ଯୋଜନାରେ ପରିବାର ପିଛା ଅତିରିକ୍ତ ୫ ଲକ୍ଷ ଦେୟମୁକ୍ତ ସୁବିଧା ମିଳିବ। ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ଆରମ୍ଭକରି ଆୟକରଦାତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୧୭,୩୨,୫୬୯ ପରିବାରର ୨୩,୧୨,୯୭୯ ଲୋକ ଲାଭବାନ୍‌ ହେବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତ୍ୟୋଦୟ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀ, ନବୀନ କାର୍ଡ ମାଧ୍ୟମରେ ପୂର୍ବ ସରକାରଙ୍କ ଦ୍ବାରା ପ୍ରତାରିତ ହୋଇଥିବା ସମସ୍ତ ଲୋକଙ୍କ ସହ ଆଉ ଅତିରିକ୍ତ ୬ଲକ୍ଷ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ। ଆର୍ଥିକ ସମସ୍ୟା ପାଇଁ ସାଧାରଣ ଜନତା ହସ୍ପିଟାଲରୁ ଫେରିଆସି ସ୍ବାସ୍ଥ୍ୟ ସେବାରୁ ବଞ୍ଚତ୍ତ ହେବେ ନାହିଁ। ସ୍ବାସ୍ଥ୍ୟ ସେବା ପାଇଁ ଅର୍ଥ ବାଧକ ହେବ ନାହଁ, ସମାଜ ଶେଷ ସ୍ତରରେ ଥିବା ବ୍ୟକ୍ତି ପାଖରେ ଆୟୁଷ୍ମାନ ଭାରତ ଯୋଜନା ପହଞ୍ଚାଇବା ଲାଗି ଆମେ ବଦ୍ଧପରିକର।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାର କାର୍ଡ ବଣ୍ଟନ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜନସେବା କେନ୍ଦ୍ର ଓ ୪୮,୦୦୦ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗୋଟିଏ ବ୍ୟକ୍ତି ଗୋଟିଏ କାର୍ଡ ଆଧାରରେ ଆଶାକର୍ମୀମାନେ ଘରକୁ ଘର ଯାଇ ଇ-କେୱାଇସି ମାଧ୍ୟମରେ କାର୍ଡ ବଣ୍ଟନ କରିବେ। ଏହା ସାରା ଦେଶର ଅନୁବନ୍ଧିତ ହସ୍ପିଟାଲ ପାଇଁ କାର୍ଯ୍ୟ କରିବ, ଯାହା ଦ୍ବାରା ରାଜ୍ୟ ବାହାରେ ଥିବା ଲୋକଙ୍କ ଲାଗି ଚିକିତ୍ସା ସୁବିଧା ପାଇବାରେ ଅସୁବିଧା ହିଁ ନାହିଁ। କୌଣସି କାରଣବଶତଃ କାହା ପାଖରେ କାର୍ଡ ନ ଥିଲେ ନିଜର ଆଧାର କାର୍ଡ ଦେଖାଇ ସ୍ବାସ୍ଥ୍ୟସେବା ପାଇପାରିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ମଧ୍ୟ ଜାରି ହୋଇଛି। ଏହାକୁ ଆଧାରକରି ଅନୁବନ୍ଧିତ ହସ୍ପିଟାଲଗୁଡ଼ିକ ଚିକିତ୍ସା ପ୍ରଦାନ କରିବେ। ଏହି ଚିକିତ୍ସା ସୁବିଧା ପାଇଁ ପ୍ରସ୍ତୁତ ହୋଇଥିବା ନୂଆ ଆଇଟି ପ୍ଲାଟଫର୍ମରେ ଯଦି କିଛି ସମସ୍ୟା ଉପୁଜିଲା, ଏହାକୁ ବାହାନା କରି କୌଣସି ହିତାଧିକାରୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପାଇଁ ଆମ ସରକାର ଗୁରୁତ୍ୱ ଦେଇଛନ୍ତି। ଏହା ସର୍ବ ଭାରତୀୟ ଆଇଟି ପ୍ଲାଟ୍‌ଫର୍ମରେ ମଧ୍ୟ ଅନ୍‌ବୋର୍ଡ ରହିଛି। ସମସ୍ତେ ନୂଆ ସ୍ବାସ୍ଥ୍ୟ କାର୍ଡ ପାଇବା ପୂର୍ବରୁ ଯଦି କାହାର କୌଣସି ଅସୁବିଧା ହେଲା ଆଧାର କାର୍ଡ ମାଧ୍ୟମରେ ନିର୍ଦ୍ୱନ୍ଦ୍ୱରେ ଚିକିତ୍ସା ପାଇପାରିବେ। ଆଗାମୀ ତିନି ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ପାଖକୁ କାର୍ଡ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ସଙ୍କଳ୍ପବଦ୍ଧ।
ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ନେତୃତ୍ୱରେ ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଆର୍ଥିକ ନିରାପତ୍ତା ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ଲକ୍ଷ୍ୟକୁ ସରକାରଙ୍କ ଦ୍ବାରା ୨୦୧୮ ମସିହା ସେପ୍ଟେମ୍ବର ମାସରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଥିଲା। ନିଜସ୍ବ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଗରିବ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ବିଗତ ସରକାର ନିଜର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ରାଜ୍ୟରେ ଆୟୁଷ୍ମାନ ଯୋଜନା ଜାଣିଶୁଣି ଲାଗୁ କରି ନ ଥିଲେ। ତେବେ ଏହା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ଥିଲା। କାଳେ ନିଜର ଭୋଟ ବ୍ୟାଙ୍କ୍‌ କମିଯିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକେ ସବୁ ଶ୍ରେୟ ଦେଇଦେବେ, ସେଇ ଭୟ ଗତ ସରକାରଙ୍କୁ ଘାରିଥିଲା। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା ଯୋଗୁ ଗତ ୫ ବର୍ଷରେ ରାଜ୍ୟ ୩ ହଜାର କୋଟି କ୍ଷତି ସହିବା ଘଟଣା ଜନସାଧାରଣଙ୍କ ସ୍ବାସ୍ଥ୍ୟସେବା ପ୍ରତି ପୂର୍ବ ସରକାରଙ୍କ ହୀନ ମାନବିକତାର ପରିଚୟ। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡବଲ ଇଞ୍ଜିନ ସରକାରର ମଙ୍ଗ ଧରିବା ପରେ ଧରାଶାୟୀ ହୋଇପଡ଼ିଥିବା ସ୍ବାସ୍ଥ୍ୟାବସ୍ଥାର ବିକଳ ଚିତ୍ର ସଜାଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗତ ସରକାର ଯାହା କରିପାରି ନ ଥିଲା ୧୦ ମାସରେ ଆମ ସରକାର ତାହା କରି ଦେଖେଇଛି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ କରକମଳରେ ଗତ ଏପ୍ରିଲ ୧୧ ତାରିଖରେ ରାଜ୍ୟର ୧୪୦୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ସାମିଲ ହୋଇଥିଲେ। ଆୟୁଷ୍ଠାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହେବା ଫଳରେ ଓଡ଼ିଶାବାସୀଙ୍କ ପାଇଁ ଦେଶର ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ପୂରଣ ହୋଇଛି। ଆୟୁଷ୍ମାନ କାର୍ଡ ଅଧୀନରେ କ୍ୟାନ୍‌ସର, ହୃତ୍‌ପିଣ୍ଡ ପ୍ରତ୍ୟାରୋପଣ ପରି ଗୁରୁତର ରୋଗର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ଦ୍ବାରା ରୋଗୀମାନେ ବିନା ଖର୍ଚ୍ଚରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏହି କାର୍ଡ ମାଧ୍ୟମରେ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇପାରିବ। ଏହା ବ୍ୟତୀତ, ଔଷଧ, ଡାଇଗ୍ନୋଷ୍ଟିକ ଓ ଅନ୍ୟାନ୍ୟ ସେବା ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ଆସ୍ୟୁରାନ୍ସ ଅଟେ। ପୂର୍ବ ଯୋଜନାରେ ଗୋଟିଏ ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା କିନ୍ତୁ ଏବେ ଜଣେ ବ୍ୟକ୍ତି ଗୋଟିଏ କାର୍ଡ ପାଇବେ, ଯାହା ଫଳରେ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଦେଶର ବିଭିନ୍ନ ସ୍ଥାନରେ ଏକ ସାଙ୍ଗରେ ଚିକିତ୍ସା ସୁବିଧା ପାଇପାରିବେ। ପୂର୍ବ ସରକାରର ଯୋଜନା କେବଳ ରାଜ୍ୟ ଓ ରାଜ୍ୟ ବାହାରେ ହାତଗଣତି ସର୍ବମୋଟ ୯୦୦ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା ବେଳେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ କଶ୍ମୀରରୁ କନ୍ୟାକୁମାରୀ ଦେଶର ସମସ୍ତ ସ୍ଥାନରେ ୨୯,୦୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ ସାସ୍ଥ୍ୟସେବା ଯୋଜନା ହୋଇଥିବାରୁ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାରେ ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ।
”ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟା“କୁ ଆଧାରକରି ମାଲକାନଗିରିରୁ ମୟୂରଭଞ୍ଜ, କେନ୍ଦ୍ରାପଡ଼ାରୁ ନୂଆପଡ଼ା ସମସ୍ତ ରାଜ୍ୟବାସୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ଆମେ ଉଦ୍ୟମରତ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମାଧ୍ୟମରେ ସମସ୍ତଙ୍କର ସୁସ୍ଥ ଓ ସୁଖଦ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବର୍ତ୍ତମାନ ବ୍ୟବସ୍ଥା ନିର୍ମାଣ ଚାଲିଛି। ସୁସ୍ଥତାରୁ ସମୃଦ୍ଧତା ଦୃଷ୍ଟିକୋଣକୁ ପାଥେୟକରି ସୁସ୍ଥ ଓଡ଼ିଶାରୁ ହିଁ ସମୃଦ୍ଧ ଓଡ଼ିଶା ଗଠନ ପରିକଳ୍ପନାର ସାକାର ହୋଇିପାରିବ, ତେଣୁ ସମସ୍ତଙ୍କର ସୁଖୀ ଓ ରୋଗମୁକ୍ତ ଜୀବନ କାମନା ପାଇଁ ଆମ ସରକାର କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri