୮ ଦଫା ଦାବି ନେଇ ଆୟୁଷ ଛାତ୍ରୀଛାତ୍ରଙ୍କ ତାଲା ବନ୍ଦ ଆନ୍ଦୋଳନ, ଦେଲେ ଏମିତି ଚେତାବନୀ

ବଲାଙ୍ଗୀର, ୨୫।୧୧ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ମଙ୍ଗଳବାର ଦ୍ବିତୀୟ ଦିବସରେ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନର ତାଲା ବନ୍ଦ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିିଟାଲର ଆଲୁମିନି ଆସୋସିଏଶନ ସମର୍ଥନ କରିଛନ୍ତି। ଆଲୁମିନି ଆସୋସିଏଶନ ସଭାପତି ଡାକ୍ତର ବାସୁଦେବ ପତିଙ୍କ ନେତୃତ୍ୱରେ ଆଲୁମିନି ସଙ୍ଘର ସଦସ୍ୟ ମାନେ ବଲାଙ୍ଗୀର ସରକାରୀ ଆୟର୍ବେଦିକ କଲେଜ ଓ ହସ୍ପିଟାଲକୁ ଆସି ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଛାତ୍ରମାନଙ୍କ ଦାବୀକୁ ତୁରନ୍ତ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ପୁରାତନ ଛାତ୍ରମାନେ ଦାବି ଜଣାଇଛନ୍ତି । ଆୟୁଷ ଛାତ୍ରୀଛାତ୍ର ଯେଉଁ ୮ ଦଫା ଦାବି ଉପସ୍ଥାପନ କରିଛନ୍ତି, ସେଥିରେ ଓପିଏସ୍‌ସି ମାଧ୍ୟମରେ ନୂଆ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିବା, ଉଚ୍ଚ ଶିକ୍ଷା ସୁବିଧା ପାଇଁ ପିଜି ଓ ପିଏଚଡ଼ି ସିଟ ବଢ଼ାଇବା, ଆୟୁଷ ହାଉସ ସର୍ଜନମାନଙ୍କ ପାଇଁ ଡାଇନାମିକ ଷ୍ଟାଇପେଣ୍ଡ ବୃଦ୍ଧି, ଆୟୁଷ କଲେଜ ଗଭରଣିଂବଡ଼ିର ପୁନର୍ଗଠନ କରିବା , କଲେଜ ଏବଂ ଆୟୁଷ ମନ୍ତ୍ରଣାଳୟର ଗେଜେଟର ପୂର୍ଣ୍ଣ ପ୍ରୟୋଗ କରି ଉଭୟ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରିବାକୁ ଦାବି କରିଛନ୍ତି । ସମସ୍ତ ଯୋଜନା ଯଥା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯଥା ନିରାମୟ, ଗୋପବନ୍ଧୁ ଜନଆରୋଗ୍ୟ ଆଦିରେ ଆୟୁଷକୁ ସମ୍ମିଳିତ କରିବା ଓ ଆୟୁଷ ଚିକିତ୍ସାଳୟ ନିମନ୍ତେ ସଚେତନତା ଓ ପ୍ରଚାର କରିବାକୁ ଦାବି କରିଛନ୍ତି। ସ୍ବତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରି ଏହାକୁ ରାଜନୈତିକ ଓ ପ୍ରଶାସନିକ ଦ୍ବନ୍ଦ୍ବରୁ ମୁକ୍ତି ଦେବାକୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର ମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଅନିର୍ର୍ଦ୍ଦିଷ୍ଟ କାଳ ଯାଏ ମହାବିଦ୍ୟାଳୟରେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri