Posted inଜାତୀୟ

Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି। ହେଲେ କ’ଣ ବାସ୍ତବରେ ଓ୍ବେବସାଇଟ୍‌ ଜରିଆରେ ରାମ ମନ୍ଦିରର ପ୍ରସାଦ ଘରେ ଘରେ ପହଞ୍ଚାଯିବ। ଆସନ୍ତୁ ଜାଣିବା…

କିଛି ଦିନ ପୂର୍ବେ ଖଦି ଅରର୍ଗାନିକ୍‌ ନାମକ ଏକ ଓ୍ବେବସାଇଟ୍‌ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ ମାଗଣାରେ ପହଞ୍ଚାଇବା ନେଇ ଘୋଷଣା କରିଥିଲା। ଏହାକୁ ଦେଖି ଅନେକ ଭକ୍ତ ନିଜ ଲାଗି ପ୍ରସାଦ ବୁକ୍‌ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ଅନେକ ଇ କମର୍ସ ଓ୍ବେବସାଇଟ୍‌ରେ ମଧ୍ୟ ମନ୍ଦିର ପ୍ରସାଦ ପାଇଁ ବିଜ୍ଞାପନ ଦେଇଥିଲେ। କହିବାକୁ ଚାହିଁବୁ ଏସବୁ ଦାବି ମିଥ୍ୟା। କାରଣ ଶ୍ରୀ ରାମ ଜନ୍ମଭୂମି ପକ୍ଷରୁ ପ୍ରସାଦ ବଣ୍ଟନକୁ ନେଇ କୌଣସି ଘୋଷଣା କରାଯାଇନାହିଁ।

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସହ କମ୍ପାନୀମାନେ କୌଣସି ପ୍ରକାରର ଚୁକ୍ତି କରିନାହାନ୍ତି। ଟ୍ରଷ୍ଟର ‘ଏକ୍ସ’ ଆକାଉଣ୍ଟରେ ସେଭଳି କିଛି ସୂଚନା ଦିଆଯାଇନାହିଁ। ଏବେ ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଦାବି ଠାରୁ ଦୂରରେ ରହିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟ ପକ୍ଷରୁ ଏଭଳି କାମ ଲାଗି କାହାକୁ ବି ଅଧିକୃତ କରାଯାଇନାହିଁ। ଏଣୁ କୌଣସି ପ୍ରଲୋଭନରେ ଫସନ୍ତୁ ନାହିଁ। ଓ୍ବେବ୍‌ସାଇଟ୍‌ରେ ଦେଖିବାକୁ ମିଳୁଥିବା ବିଜ୍ଞାପନ ମିଥ୍ୟା। ଏହାକୁ ତୁରନ୍ତ ହଟାଯିବା ଉଚିତ। ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷେ ପ୍ରସାଦ ପହଞ୍ଚାଇବା ଦାବି କରିଥିବା ଖଦି ଅର୍ଗାନିକ୍‌ ଓ୍ବେବ୍‌ସାଇଟ୍‌ ମଧ୍ୟ ମାମଲାରେ ସଫେଇ ଦେଇଛି। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କୁହାଯାଇଛି। ଏପରିକି ସମ୍ପୃକ୍ତ ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯାଇଛି।

khadi organic


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri