Posted inଜାତୀୟ

Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି। ହେଲେ କ’ଣ ବାସ୍ତବରେ ଓ୍ବେବସାଇଟ୍‌ ଜରିଆରେ ରାମ ମନ୍ଦିରର ପ୍ରସାଦ ଘରେ ଘରେ ପହଞ୍ଚାଯିବ। ଆସନ୍ତୁ ଜାଣିବା…

କିଛି ଦିନ ପୂର୍ବେ ଖଦି ଅରର୍ଗାନିକ୍‌ ନାମକ ଏକ ଓ୍ବେବସାଇଟ୍‌ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ ମାଗଣାରେ ପହଞ୍ଚାଇବା ନେଇ ଘୋଷଣା କରିଥିଲା। ଏହାକୁ ଦେଖି ଅନେକ ଭକ୍ତ ନିଜ ଲାଗି ପ୍ରସାଦ ବୁକ୍‌ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ଅନେକ ଇ କମର୍ସ ଓ୍ବେବସାଇଟ୍‌ରେ ମଧ୍ୟ ମନ୍ଦିର ପ୍ରସାଦ ପାଇଁ ବିଜ୍ଞାପନ ଦେଇଥିଲେ। କହିବାକୁ ଚାହିଁବୁ ଏସବୁ ଦାବି ମିଥ୍ୟା। କାରଣ ଶ୍ରୀ ରାମ ଜନ୍ମଭୂମି ପକ୍ଷରୁ ପ୍ରସାଦ ବଣ୍ଟନକୁ ନେଇ କୌଣସି ଘୋଷଣା କରାଯାଇନାହିଁ।

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସହ କମ୍ପାନୀମାନେ କୌଣସି ପ୍ରକାରର ଚୁକ୍ତି କରିନାହାନ୍ତି। ଟ୍ରଷ୍ଟର ‘ଏକ୍ସ’ ଆକାଉଣ୍ଟରେ ସେଭଳି କିଛି ସୂଚନା ଦିଆଯାଇନାହିଁ। ଏବେ ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଦାବି ଠାରୁ ଦୂରରେ ରହିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟ ପକ୍ଷରୁ ଏଭଳି କାମ ଲାଗି କାହାକୁ ବି ଅଧିକୃତ କରାଯାଇନାହିଁ। ଏଣୁ କୌଣସି ପ୍ରଲୋଭନରେ ଫସନ୍ତୁ ନାହିଁ। ଓ୍ବେବ୍‌ସାଇଟ୍‌ରେ ଦେଖିବାକୁ ମିଳୁଥିବା ବିଜ୍ଞାପନ ମିଥ୍ୟା। ଏହାକୁ ତୁରନ୍ତ ହଟାଯିବା ଉଚିତ। ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷେ ପ୍ରସାଦ ପହଞ୍ଚାଇବା ଦାବି କରିଥିବା ଖଦି ଅର୍ଗାନିକ୍‌ ଓ୍ବେବ୍‌ସାଇଟ୍‌ ମଧ୍ୟ ମାମଲାରେ ସଫେଇ ଦେଇଛି। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କୁହାଯାଇଛି। ଏପରିକି ସମ୍ପୃକ୍ତ ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯାଇଛି।

khadi organic


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri