ବୋମାବର୍ଷା ବନ୍ଦ ନ କଲେ ଭୟଙ୍କର ପରିଣାମ

ତେହରାନ/ବ୍ରସେଲ୍ସ,୧୮ା୧୦: ଗାଜା ଉପରେ ଇସ୍ରାଏଲ୍‌ ବୋମାମାଡ଼ ବନ୍ଦ ନ କଲେ ଏହାକୁ ବିରୋଧ କରୁଥିବା ଶକ୍ତିକୁ କେହି ଅଟକାଇପାରିବେ ନାହିଁ ବୋଲି ମଙ୍ଗଳବାର ଇରାନର ସୁପ୍ରିମ୍‌ ଲିଡର ଆୟାତୋଲ୍ଲା ଅଲି ଖୋମିନି ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀମାନେ ଗାଜା ସୀମା ଅତିକ୍ରମ କରି ଇସ୍ରାଏଲ୍‌ରେ ଅତର୍କିତ ଆକ୍ରମଣ କରିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରିଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକାଶମାର୍ଗରୁ ବୋମାମାଡ଼ ଜାରି ରଖିଛି। ଯୁଦ୍ଧ ବନ୍ଦ କରିବା ଲାଗି ଇସ୍‌ଲାମିକ୍‌ ରିପବ୍ଲିକ୍‌ ଉକ୍ତ ଅଞ୍ଚଳର ସମସ୍ତ ସହଯୋଗୀମାନଙ୍କ ସହ ଯୋଗାଯୋଗ ଜାରି ରଖିଛି। ହମାସ୍‌ ନିୟନ୍ତ୍ରିତ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ବୋମା ଓ ରକେଟ ଆକ୍ରମଣରେ ୨,୭୫୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହେଲାଣି, ଯେଉଁଥିରୁ ଅଧିକାଂଶ ହେଉଛନ୍ତି ସାଧାରଣ ନାଗରିକ। ଏଭଳି ଜାରି ରହିଲେ ମୁସଲମାନ ଏବଂ ପ୍ରତିରୋଧୀ ଶକ୍ତି ଧାର୍ଯ୍ୟ ହରାଇବେ ଏବଂ ସେମାନଙ୍କୁ କେହି ଅଟକାଇପାରିବେ ନାହିଁ ବୋଲି ଆୟାତୋଲ୍ଲା କହିଛନ୍ତି।
ଯୁଦ୍ଧ ପରିପ୍ରେକ୍ଷୀରେ କେତେକ ରାଷ୍ଟ୍ର ଇସ୍ରାଏଲ୍‌କୁ ସମର୍ଥନ କରୁଥିବାବେଳେ ଅନ୍ୟମାନେ ପାଲେଷ୍ଟାଇନ୍‌କୁ ସମର୍ଥନ ଜଣାଇଛନ୍ତି। ଏଭଳି କୋଳାହଳ ଜାରି ରହିଥିବାବେଳେ ବ୍ରସେଲ୍ସ ୟୁରୋପୀୟ ୟୁନିୟନ(ଇୟୁ)ର ନେତାମାନଙ୍କ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ସଦ୍‌ଭାବନା ସ୍ଥାପନ ଲାଗି ଆହ୍ବାନ ଦିଆଯାଇଛି। ଏ ଦିଗରେ ବୈଶ୍ୱିକ ସ୍ତରରେ ଏକ ବଡ଼ କୂଟନୈତିକ ପ୍ରଭାବ ପକାଇବା ପାଇଁ ସେମାନେ ଉଦ୍ୟମ କରୁଛନ୍ତି। ସୋମବାର ରାତିରେ ବ୍ରସେଲ୍ସରେ ଆକ୍ରମଣ ହୋଇ ୨ ସୁଇଡେନ୍‌ ନାଗରିକଙ୍କ ମୃତ୍ୟୁ ଘଟିଥିବାରୁ ବିପଦକୁ ସମ୍ମୁଖୀନ ହେବା ଲାଗି ଏକାଠି ହେବାକୁ ଇୟୁ ନେତାମାନେ ଆହ୍ବାନ ଦେଇଛନ୍ତି। ଇୟୁ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ ଶୁକ୍ରବାର ଇସ୍ରାଏଲ୍‌ ଯାଇ ସମସ୍ୟା ସମାଧାନ ଲାଗି ଉଦ୍ୟମ କରିବାକୁ ଅଧିକାଂଶ ସଦସ୍ୟ ରାଷ୍ଟ୍ର ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri