ଆର୍‌ବିଆଇଏଚ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୧୮।୮:ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ (ଆର୍‌ବିଆଇଏଚ୍‌) ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷ କରି ପବ୍ଲିକ୍‌ ଟେକ୍‌ ପ୍ଲାଟ୍‌ଫର୍ମ ଫର୍‌ ଫ୍ରିକ୍ସନଲେସ୍‌ କ୍ରେଡିଟ୍‌ (ପିଟିପିଏଫ୍‌ସି) ଜରିଆରେ ଦୁଇଟି ଋଣ ଉପତ୍ାଦକୁ ନିକଟରେ ଉନ୍ମୋଚନ କରାଯାଇଛି। ପିଟିପିଏଫ୍‌ସି ହେଉଛି ଭରତୀୟ ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ (ଆର୍‌ବିଆଇଏଚ୍‌) ବିକାଶ କରିଥିବା ଏକ ପ୍ଲାଟ୍‌ଫର୍ମ। ନିକଟରେ ଆର୍‌ବିଆଇ ପକ୍ଷରୁ ଉକ୍ତ ସୁବିଧାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ପ୍ଲାଟ୍‌ଫର୍ମ ଜରିଆରେ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ କିଷାନ କ୍ରେଡିଟ୍‌ କାର୍ଡ (କେସିସି) ଓ କ୍ଷୁଦ୍ର ବ୍ୟବସାୟ ଗ୍ରାହକମାନଙ୍କୁ ଅସୁରକ୍ଷିତ ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଉଭୟ ଉପତ୍ାଦ ପ୍ରଦାନ କରାଯିବ ଏବଂ ଏଥିପାଇଁ କୌଣସି କାଗଜପତ୍ର ଦାଖଲ କରିବାକୁ ପଡ଼ିବନାହିଁ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି, ଖୋଲା ବ୍ୟାଙ୍କିଙ୍ଗ୍‌ର ଶକ୍ତି ଉପରେ ଆକ୍ସିସ୍‌ ବ୍ୟାଙ୍କର ବିଶ୍ୱାସ ରହିଛି ଏବଂ ଆମେ ନିରନ୍ତର ଭାବେ ଡିଜିଟାଲ ପ୍ରଥମ ଉପତ୍ାଦରେ ନିବେଶ ଜାରି ରଖିଛୁ ଯାହା ଗ୍ରାହକ ଉପସ୍ଥାପନାରେ ପରିବର୍ତ୍ତନ ଆଣିପାରିଛି। ଆମେ ୟୁପିଆଇ,ଆକାଉଣ୍ଟ ଏଗ୍ରିଗେଟର ପ୍ଲାଟ୍‌ଫର୍ମ, ଭିଡିଓ କେୱାଇସି ଭଳି ବହୁ ଅଭିନବ ପ୍ରଯୁକ୍ତିକୁ ଆଗୁଆ ଗ୍ରହଣ କରିଛୁ ଏବଂ ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ର ପବ୍ଲିକ୍‌ ଟେକ୍‌ ପ୍ଲାଟ୍‌ଫର୍ମ ଫର୍‌ ଫ୍ରିକ୍ସନ୍‌ଲେସ୍‌ କ୍ରେଡିଟ୍‌ ଅଭିଯାନରେ ଅଂଶଗ୍ରହଣ କରି କିଷାନ କ୍ରେଡିଟ୍‌ କାର୍ଡ ଓ ଏମ୍‌ଏସ୍‌ଏମ୍‌ଇ ଋଣ ଶୁଭାରମ୍ଭ କରିବା ଲାଗି ଆମେ ବେଶ୍‌ ଉତ୍ସାହିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri