ଆର୍‌ବିଆଇଏଚ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୧୮।୮:ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ (ଆର୍‌ବିଆଇଏଚ୍‌) ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷ କରି ପବ୍ଲିକ୍‌ ଟେକ୍‌ ପ୍ଲାଟ୍‌ଫର୍ମ ଫର୍‌ ଫ୍ରିକ୍ସନଲେସ୍‌ କ୍ରେଡିଟ୍‌ (ପିଟିପିଏଫ୍‌ସି) ଜରିଆରେ ଦୁଇଟି ଋଣ ଉପତ୍ାଦକୁ ନିକଟରେ ଉନ୍ମୋଚନ କରାଯାଇଛି। ପିଟିପିଏଫ୍‌ସି ହେଉଛି ଭରତୀୟ ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ (ଆର୍‌ବିଆଇଏଚ୍‌) ବିକାଶ କରିଥିବା ଏକ ପ୍ଲାଟ୍‌ଫର୍ମ। ନିକଟରେ ଆର୍‌ବିଆଇ ପକ୍ଷରୁ ଉକ୍ତ ସୁବିଧାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ପ୍ଲାଟ୍‌ଫର୍ମ ଜରିଆରେ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ କିଷାନ କ୍ରେଡିଟ୍‌ କାର୍ଡ (କେସିସି) ଓ କ୍ଷୁଦ୍ର ବ୍ୟବସାୟ ଗ୍ରାହକମାନଙ୍କୁ ଅସୁରକ୍ଷିତ ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଉଭୟ ଉପତ୍ାଦ ପ୍ରଦାନ କରାଯିବ ଏବଂ ଏଥିପାଇଁ କୌଣସି କାଗଜପତ୍ର ଦାଖଲ କରିବାକୁ ପଡ଼ିବନାହିଁ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି, ଖୋଲା ବ୍ୟାଙ୍କିଙ୍ଗ୍‌ର ଶକ୍ତି ଉପରେ ଆକ୍ସିସ୍‌ ବ୍ୟାଙ୍କର ବିଶ୍ୱାସ ରହିଛି ଏବଂ ଆମେ ନିରନ୍ତର ଭାବେ ଡିଜିଟାଲ ପ୍ରଥମ ଉପତ୍ାଦରେ ନିବେଶ ଜାରି ରଖିଛୁ ଯାହା ଗ୍ରାହକ ଉପସ୍ଥାପନାରେ ପରିବର୍ତ୍ତନ ଆଣିପାରିଛି। ଆମେ ୟୁପିଆଇ,ଆକାଉଣ୍ଟ ଏଗ୍ରିଗେଟର ପ୍ଲାଟ୍‌ଫର୍ମ, ଭିଡିଓ କେୱାଇସି ଭଳି ବହୁ ଅଭିନବ ପ୍ରଯୁକ୍ତିକୁ ଆଗୁଆ ଗ୍ରହଣ କରିଛୁ ଏବଂ ରିଜର୍ଭ ବ୍ୟାଙ୍କ ଇନୋଭେସନ ହବ୍‌ର ପବ୍ଲିକ୍‌ ଟେକ୍‌ ପ୍ଲାଟ୍‌ଫର୍ମ ଫର୍‌ ଫ୍ରିକ୍ସନ୍‌ଲେସ୍‌ କ୍ରେଡିଟ୍‌ ଅଭିଯାନରେ ଅଂଶଗ୍ରହଣ କରି କିଷାନ କ୍ରେଡିଟ୍‌ କାର୍ଡ ଓ ଏମ୍‌ଏସ୍‌ଏମ୍‌ଇ ଋଣ ଶୁଭାରମ୍ଭ କରିବା ଲାଗି ଆମେ ବେଶ୍‌ ଉତ୍ସାହିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri