ଏୟାର ଇଣ୍ଡିଆ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର, ୩୦।୧୧: ଆକ୍ସିସ୍‌ ବ୍ୟାଙ୍କ ଓ ଏୟାର ଇଣ୍ଡିଆ ମଧ୍ୟରେ ଏକ ସହଭାଗିତା ସ୍ଥାପନ କରାଯାଇଛି। ବିଶେଷକରି ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌କାର୍ଡ ଗ୍ରାହକମାନଙ୍କୁ ସେମାନଙ୍କର ଆକ୍ସିସ୍‌ ଏଜ୍‌ ରିୱାର୍ଡ ପଏଣ୍ଟ ବା ଏଜ୍‌ ମାଇଲ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ନ ପଏଣ୍ଟକୁ ସ୍ଥାନାନ୍ତର କରିବା ସୁବିଧା ପ୍ରଦାନ କରିଛି। ଏପରିକି ୫ଟି ମହାଦେଶରେ ବ୍ୟାପିଥିବା ଏୟାର ଇଣ୍ଡିଆର ନେଟ୍‌ୱର୍କରେ କେବିନ ଅପ୍‌ଗ୍ରେଡ୍‌ କିମ୍ବା ଆୱାର୍ଡ ଫ୍ଲାଇଟ ପାଇଁ ଆକ୍ସିସ୍‌ ଏଜ୍‌ ରିୱାର୍ଡ ପଏଣ୍ଟ ବା ଏଜ୍‌ ମାଇଲକୁ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ନ ପଏଣ୍ଟରେ ରୂପାନ୍ତରିତ କରାଯାଇପାରିବ। ଅପରପକ୍ଷରେ ଗ୍ରାହକମାନେ ଏୟାର ଇଣ୍ଡିଆ ସହିତ ଫ୍ଲାଇଂ ରିଟର୍ନର ଅନ୍ୟ ୨୫ଟି ପାର୍ଟନର ଏୟାରଲାଇନ୍ସରେ ମଧ୍ୟ ଆୱାର୍ଡ ଫ୍ଲାଇଟ୍‌ ରିଡିମ କରିପାରିବେ। ସେହିଭଳି ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ଯଥାକ୍ରମେ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ କାର୍ଡ ଟାଇପ୍‌ ମଧ୍ୟରୁ ବରଗଣ୍ଡି ପ୍ରାଇଭେଟ୍‌ ଓ ମ୍ୟାଗ୍‌ନସ୍‌ ଫର୍‌ ବରଗଣ୍ଡି କ୍ରେଡିଟ କାର୍ଡର ଏଜଡ୍‌ ରିୱାର୍ଡ ପଏଣ୍ଟରୁ ଫ୍ଲାଇଂ ରିଟର୍ନ ପଏଣ୍ଟ ରୂପାନ୍ତରଣ ହାର ୫ ଅନୁପାତ ୪ ରହିଛି। ସେହିପରି ମ୍ୟାଗ୍‌ନସ୍‌ ଓ ରିଜର୍ଭ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୫ ଅନୁପାତ ୨ ରହିଛି, ଆଟଲାସ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୧ ଅନୁପାତ ୨ ଏବଂ ସିଲେକ୍ଟ,ପ୍ରିଭିଲେଜ ଏଣ୍ଡ ରିୱାର୍ଡସ୍‌ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୧୦ଅନୁପାତ ୧ ରହିଥିବାବେଳେ ଅନ୍ୟ ସ୍ବୀକୃତିପ୍ରାପ୍ତ କାର୍ଡସ୍‌ ଗୁଡିକର ରୂପାନ୍ତରଣ ହାର ୨୦ ଅନୁପାତ ୧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri