ସରକାରୀ ଜମିରେ ନିର୍ମାଣ ହେଉଛି ଆବାସ

କୋରୁକୋଣ୍ଡା ୨୪ା୮(ଅବିନାଶ ବେହେରା): ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି  ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ କେତେକ ସ୍ଥାନରେ  ନିୟମ ଉଲ୍ଲଂଘନ କରାଯାଉଥିବା ନଜିର ରହିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅଧୀନ ଏମ୍‌ଭି-୩୧ ଗ୍ରାମରେ ମଧ୍ୟ ନିୟମ ଉଲ୍ଲଂଘନ କରି ସରକାରୀ ଜମିରେ ତିଆରି ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ। ଫଳରେ ଏ ବିଷୟରେ ପ୍ରଶାସନ ପାଖରେ ଖବର ନାହିଁ।
ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ୧୨ ପଞ୍ଚାୟତରେ ୩୫୬୭ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ସେଥିରୁ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅଧୀନରେ ଥିବା ୪୯୬ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ନଥିପତ୍ର ସହିତ ଅନ୍ୟାନ୍ୟ ନିୟମ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଦନ୍ତ କରିବା ପରେ ଉକ୍ତ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିିତ କରି ଆବାସ ଯୋଜନା ୱାର୍କ ଅଡର ଦିଆଯାଉଛି। ଯେଉଁ ହିତାଧିକାରୀଙ୍କୁ ଅଧିକାରୀମାନେ ଚିହ୍ନଟ କରିଛନ୍ତି ସେମାନଙ୍କ ମଧ୍ୟରେ କେତେକଙ୍କର ନିଜସ୍ବ ଘରବାଡ଼ି ଥିବା ବେଳେ ସେମାନେ ସରକାରଙ୍କ ତରଫରୁ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଅନ୍ୟତ୍ର ସରକାରୀ ଜମିରେ ନିର୍ମାଣ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଯଦି କୌଣସି ହିତାଧିକାରୀଙ୍କର ନିଜ ଜାଗା ନାହଁି ତେବେ ରାଜସ୍ବ ବିଭାଗ ତାଙ୍କୁ ଘର ପାଇଁ ଜାଗା ଯୋଗାଇ ଦେବ। ହେଲେ ଏଠି ନିଜ ଘରବାଡ଼ି ଥିଲେ ମଧ୍ୟ ଗୃହ ପାଇଥିବା ହିତାଧିକାରୀ ସରକାରୀ ଜମିରେ ଆବାସ ନିର୍ମାଣ କରୁଛନ୍ତି।
ଏନେଇ କୋରୁକୋଣ୍ଡା ଆର୍‌ଆଇ ପ୍ରଦୀପ କୁମାର ବରାଡଙ୍କୁ ପଚାରିବାରୁ ମୋ ପାଖରେ ଏନେଇ କୌଣସି ଖବର ନାହିଁ । ଯଦି ଏମିତି କିଛି ହୋଇଛି ତେବେ ଅନୁଧ୍ୟାନକରି ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ସରକାରଙ୍କ ତରଫରୁ ଆବାସ ପାଇଥିବା କେତେଜଣ ହିତାଧିକାରୀଙ୍କ ନିଜ କୋଠାଘର ରହୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ପାଇଛନ୍ତି। ଏମିତି କେତେଜଣ ହିତାଧିକାରୀ ରହିଛନ୍ତି ବିବାହ ପରେ ଅନ୍ୟ ଗ୍ରାମକୁ ପଳାଇଥିଲେ ମଧ୍ୟ ତାଙ୍କ ନାମ ଆବାସ ଯୋଜନା ତାଲିକାରେ ରହିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ଗ୍ରାମରେ ଦୀର୍ଘଦିନ ଧରି ଗୋଟିଏ ପରିବାର ନିଜର ଉତ୍ତରାଧିକାରୀ କେହି ନ ଥିବାରୁ ବୃଦ୍ଧ ଦମ୍ପତି ବହୁ ଅସୁବିଧାରେ ଚଳୁଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ। ଉକ୍ତ ଦମ୍ପତିଙ୍କର ଗତ ବର୍ଷ ବର୍ଷାଦିନେ  ଘର କାନ୍ଥ ପଡ଼ିଯିବାରୁ ସେମାନେ ସରକାରଙ୍କ ତରଫରୁ ମିଳିଥିବା ଆଦର୍ଶ ଗୁହାଳ ଘରେ ରହୁଛନ୍ତି। ହେଲେ କୌଣସି ସ୍ଥାନୀୟ ନେତା କିମ୍ବା ଅଧିକାରୀଙ୍କ  ଦୃଷ୍ଟି  ନ ପଡିବା ଦୁଃଖର ବିଷୟ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଆମେ କୋରୁକୋଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ତଦନ୍ତ ପାଇଁ ଯାଇଥିବା ଅଧିକାରୀଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗ୍ରାମର ଆବାସ ନିର୍ମାଣ ସମସ୍ୟା ନିମନ୍ତେ କୋରୁକୋଣ୍ଡା ବିଡିଓ ବେଦବ୍ୟାସ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ଅଧିକାରୀଙ୍କୁ ପଠାଇ ତଦନ୍ତକରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri