ସରକାରୀ ଜମିରେ ନିର୍ମାଣ ହେଉଛି ଆବାସ

କୋରୁକୋଣ୍ଡା ୨୪ା୮(ଅବିନାଶ ବେହେରା): ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି  ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ କେତେକ ସ୍ଥାନରେ  ନିୟମ ଉଲ୍ଲଂଘନ କରାଯାଉଥିବା ନଜିର ରହିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅଧୀନ ଏମ୍‌ଭି-୩୧ ଗ୍ରାମରେ ମଧ୍ୟ ନିୟମ ଉଲ୍ଲଂଘନ କରି ସରକାରୀ ଜମିରେ ତିଆରି ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ। ଫଳରେ ଏ ବିଷୟରେ ପ୍ରଶାସନ ପାଖରେ ଖବର ନାହିଁ।
ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ୧୨ ପଞ୍ଚାୟତରେ ୩୫୬୭ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ସେଥିରୁ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅଧୀନରେ ଥିବା ୪୯୬ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ନଥିପତ୍ର ସହିତ ଅନ୍ୟାନ୍ୟ ନିୟମ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଦନ୍ତ କରିବା ପରେ ଉକ୍ତ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିିତ କରି ଆବାସ ଯୋଜନା ୱାର୍କ ଅଡର ଦିଆଯାଉଛି। ଯେଉଁ ହିତାଧିକାରୀଙ୍କୁ ଅଧିକାରୀମାନେ ଚିହ୍ନଟ କରିଛନ୍ତି ସେମାନଙ୍କ ମଧ୍ୟରେ କେତେକଙ୍କର ନିଜସ୍ବ ଘରବାଡ଼ି ଥିବା ବେଳେ ସେମାନେ ସରକାରଙ୍କ ତରଫରୁ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଅନ୍ୟତ୍ର ସରକାରୀ ଜମିରେ ନିର୍ମାଣ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଯଦି କୌଣସି ହିତାଧିକାରୀଙ୍କର ନିଜ ଜାଗା ନାହଁି ତେବେ ରାଜସ୍ବ ବିଭାଗ ତାଙ୍କୁ ଘର ପାଇଁ ଜାଗା ଯୋଗାଇ ଦେବ। ହେଲେ ଏଠି ନିଜ ଘରବାଡ଼ି ଥିଲେ ମଧ୍ୟ ଗୃହ ପାଇଥିବା ହିତାଧିକାରୀ ସରକାରୀ ଜମିରେ ଆବାସ ନିର୍ମାଣ କରୁଛନ୍ତି।
ଏନେଇ କୋରୁକୋଣ୍ଡା ଆର୍‌ଆଇ ପ୍ରଦୀପ କୁମାର ବରାଡଙ୍କୁ ପଚାରିବାରୁ ମୋ ପାଖରେ ଏନେଇ କୌଣସି ଖବର ନାହିଁ । ଯଦି ଏମିତି କିଛି ହୋଇଛି ତେବେ ଅନୁଧ୍ୟାନକରି ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ସରକାରଙ୍କ ତରଫରୁ ଆବାସ ପାଇଥିବା କେତେଜଣ ହିତାଧିକାରୀଙ୍କ ନିଜ କୋଠାଘର ରହୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ପାଇଛନ୍ତି। ଏମିତି କେତେଜଣ ହିତାଧିକାରୀ ରହିଛନ୍ତି ବିବାହ ପରେ ଅନ୍ୟ ଗ୍ରାମକୁ ପଳାଇଥିଲେ ମଧ୍ୟ ତାଙ୍କ ନାମ ଆବାସ ଯୋଜନା ତାଲିକାରେ ରହିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ଗ୍ରାମରେ ଦୀର୍ଘଦିନ ଧରି ଗୋଟିଏ ପରିବାର ନିଜର ଉତ୍ତରାଧିକାରୀ କେହି ନ ଥିବାରୁ ବୃଦ୍ଧ ଦମ୍ପତି ବହୁ ଅସୁବିଧାରେ ଚଳୁଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ। ଉକ୍ତ ଦମ୍ପତିଙ୍କର ଗତ ବର୍ଷ ବର୍ଷାଦିନେ  ଘର କାନ୍ଥ ପଡ଼ିଯିବାରୁ ସେମାନେ ସରକାରଙ୍କ ତରଫରୁ ମିଳିଥିବା ଆଦର୍ଶ ଗୁହାଳ ଘରେ ରହୁଛନ୍ତି। ହେଲେ କୌଣସି ସ୍ଥାନୀୟ ନେତା କିମ୍ବା ଅଧିକାରୀଙ୍କ  ଦୃଷ୍ଟି  ନ ପଡିବା ଦୁଃଖର ବିଷୟ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଆମେ କୋରୁକୋଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ତଦନ୍ତ ପାଇଁ ଯାଇଥିବା ଅଧିକାରୀଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗ୍ରାମର ଆବାସ ନିର୍ମାଣ ସମସ୍ୟା ନିମନ୍ତେ କୋରୁକୋଣ୍ଡା ବିଡିଓ ବେଦବ୍ୟାସ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ଅଧିକାରୀଙ୍କୁ ପଠାଇ ତଦନ୍ତକରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri