କମ୍ୟୁନିଟି ରେଡିଓ ମାଧ୍ୟମରେ ସଚେତନତା

କ୍ଲାଇମେଟ୍‌ ଚେଞ୍ଜ:ଦି ପାୱାର ଅଫ୍‌ ୟୁଥ୍‌

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ମଧ୍ୟପ୍ରଦେଶର ବର୍ଷା ରାଏକୱର। କମ୍ୟୁନିଟି ରେଡିଓ ମାଧ୍ୟମରେ ସେ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ନେଇ ସଚେତନତା କରାଉଛନ୍ତି। ମଧ୍ୟପ୍ରଦେଶର ଝାନ୍ସୀସ୍ଥିତ ନିୱାରି ଗ୍ରାମର ୨୫ବର୍ଷୀୟା ରେଡିଓ ଜକି ବା ଆର୍‌ଜେ ବର୍ଷା ଝାନ୍ସୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ସଙ୍ଗେ ସଙ୍ଗେ ରେଡିଓରେ ଚାକିରି କରିଥିଲେ। ତାଙ୍କ ବାପା କୃଷକ ଥିବାବେଳେ ମା’ ଗୃହିଣୀ। ବର୍ଷାଙ୍କ ୮ଭଉଣୀ ଏବଂ ଜଣେ ଭାଇ। ନିଜେ ପଢ଼ିବା ସହିତ ଘରେ ଚାଷ କାମରେ ମଧ୍ୟ ସାହାଯ୍ୟ କରୁଥିଲେ। ରେଡିଓ ବୁନ୍ଦେଲଖଣ୍ଡ ଜରିଆରେ ତୃଣମୂଳ ସ୍ତରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା ସୃଷ୍ଟି କରୁଛନ୍ତି। କ୍ୟାରିୟର ଗଢ଼ିବା ପାଇଁ ସେ ଯେତେବେଳେ ଘରୁ ବାହାରକୁ ବାହାରଥିଲେ ସେତେବେଳେ ତାଙ୍କୁ ଗ୍ରାମବାସୀଙ୍କଠାରୁ ବହୁତ କଥା ଶୁଣିବାକୁ ପଡ଼ିଥିଲା। କାରଣ ତାଙ୍କ ପୂର୍ବରୁ ତାଙ୍କ ଘରୁ କେହି ଜଣେ ବି କାମ ପାଇଁ ଘରୁ ବାହାରକୁ ବାହାରି ନ ଥିଲେ। କିନ୍ତୁ ଏବେ ବର୍ଷାଙ୍କ ସ୍ବର ସହିତ ତାଙ୍କ କାର୍ଯ୍ୟ ଲୋକପ୍ରିୟ ହେବା ପରେ ଗ୍ରାମବାସୀ ଖୁସି ହେଉଛନ୍ତି। ଏହାସହ ସେମାନଙ୍କ ପରିବାରର ଅନ୍ୟ ଝିଅମାନେ ମଧ୍ୟ ଉଚ୍ଚଶିକ୍ଷା ଏବଂ ଚାକିରି ପାଇଁ ଘରୁ ପାଦ ବାହାର କଲେଣି।
ବର୍ଷା କୁହନ୍ତି, ମୁଁ ମୋ ସ୍ବରକୁ ଭଲପାଏ ଏବଂ ତାକୁ ଏକ ସର୍ବୋତ୍ତମ ଉପାୟରେ ବ୍ୟବହାର କରିବାକୁ ଚାହୁଁଥିଲି। ତେଣୁ ରେଡିଓ ଜକି କ୍ଷେତ୍ରରେ କାମ ଆରମ୍ଭ କଲି। ମୁଁ କଲେଜରେ ପଢ଼ୁଥିବା ସମୟରେ ମୋର ଜଣେ ସାଙ୍ଗ ରେଡିଓ ବୁନ୍ଦେଲଖଣ୍ଡରେ ପଦବୀ ଖାଲି ଥିବା କହିଥିଲେ। ଏହାପରେ ସେଠାରେ ମୁଁ କାମ ଆରମ୍ଭ କଲି। ସୂଚନାଯୋଗ୍ୟ, ‘ରେଡିଓ ବୁନ୍ଦେଲଖଣ୍ଡ’ ମଧ୍ୟପ୍ରଦେଶର ପ୍ରଥମ ଏବଂ ଦେଶର ଦ୍ୱିତୀୟ କମ୍ୟୁନିଟି ରେଡିଓ ଷ୍ଟେଶନ।
ବର୍ଷାଙ୍କ କହିବାନୁଯାୟୀ, ଫସଲ ଅମଳରେ ପରିବର୍ତ୍ତନ ହୋଇଥିବା ସେ ଦେଖିଥିଲେ। ଏହାପରେ ତାଙ୍କ ମନରେ ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଥିଲା। ପୂର୍ବରୁ ତାଙ୍କର ଭଲ ଫସଲ ହେଉଥିଲା। କିନ୍ତୁ ଧୀରେ ଧୀରେ ଅମଳ ଖରାପ ହେବାରେ ଲାଗିଲା। ଆଗେ ତିନିଥର ଜଳସେଚନ କରାଯାଉଥିଲା। ଏବେ ୫ଥର ଜଳସେଚନ କରିବାକୁ ପଡ଼ୁଛି। ସେହିପରି ତାଙ୍କ ଗାଁ ପାଖରେ ଥିବା ଜଙ୍ଗଲ ବି କମିବାରେ ଲାଗିଥିଲା। ଏହିଭଳି କିଛି ପ୍ରଶ୍ନ ନେଇ ଯେତେବେଳେ ବର୍ଷା ରେଡିଓ ଜରିଆରେ ପଚାରିଥିଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ଲୋକଙ୍କ କାର୍ଯ୍ୟକଳାପ ଯୋଗୁ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦେଖାଯାଇଛି। ତେଣୁ ଏହା ଦିଗରେ ନିଜ ସ୍ବର ଉଠାଇବାକୁ ନିଷ୍ପତ୍ତିି ନେଲେ। କମ୍ୟୁନିଟି ରେଡିଓ ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ। ବର୍ଷା କୁହନ୍ତି, ରେଡିଓ ବୁନ୍ଦେଲଖଣ୍ଡରେ ୱାର୍ଲଡ ବ୍ୟାଙ୍କ ଫଣ୍ଡରେ ଭାରତରେ ପ୍ରଥମ ଥର ପାଇଁ ‘କୌନ ବନେଗା ସୁଭକାଲ ଲିଡର’ ନାମରେ ୨ବର୍ଷିଆ କ୍ୟାମ୍ପେନ ଚାଲିଥିଲା। ଏହା ରେଡିଓରେ ଦେଶର ପ୍ରଥମ ରିଆଲିଟି ଶୋ ଥିଲା। ଏଥିପାଇଁ ୧୦୦ଟି ଗଁା ଏବଂ ୧୪୦ଜଣ ଲୋକ ମନୋନୀତ ହୋଇଥିଲେ। ସେହି ୧୪୦ ଲୋକ ପୁଣି ୧୦ହଜାର ଲୋକଙ୍କୁ ସାମିଲ କରିଥିଲେ ଏବଂ ସେଥିରେ କେବଳ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେଉଥିଲା। ଏହି ଅଭିଯାନ ଏମିତି ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା ଯେ, ଅଭିଯାନ ଶେଷ ହେଲା ବେଳକୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ବନ୍ଦ ନ କରିବା ପାଇଁ ଅନୁରୋଧ କରିଥିଲେ। ସେଥିପାଇଁ ରେଡିଓ ବୁନ୍ଦେଲଖଣ୍ଡ ଉକ୍ତ କାର୍ଯ୍ୟକ୍ରମକୁ ଏବେ ବି ଜାରି ରଖିଛି ଏବଂ ଦିନକୁ ଅଧଘଣ୍ଟା ସମୟ କେବଳ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେଉଛି ବୋଲି ବର୍ଷା କହିଛନ୍ତି। ଖାଲି ଜଳବାୟୁ ସମ୍ପର୍କିତ ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା, ଚାଷ, ମହିଳା ସଶକ୍ତୀକରଣ ଦିଗରେ ମଧ୍ୟ ବର୍ଷା ସଚେତନତା ସୃଷ୍ଟି କରୁଛନ୍ତି। ସେମିନାର, ଷ୍ଟ୍ରିଟ୍‌ ପ୍ଲେ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ଜଳବାୟୁ ବିଷୟରେ ଜଣାଉଛନ୍ତି। ଆମ ବାସ୍ତବ ଜୀବନରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିପରି ପଡ଼ୁଛି ତାହା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ବର୍ଷା ମିଳିତ ଜାତିସଂଘର ୟଙ୍ଗ୍‌ କ୍ଲାଇମେଟ୍‌ ଲିଡର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri