କମ୍ୟୁନିଟି ରେଡିଓ ମାଧ୍ୟମରେ ସଚେତନତା

କ୍ଲାଇମେଟ୍‌ ଚେଞ୍ଜ:ଦି ପାୱାର ଅଫ୍‌ ୟୁଥ୍‌

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ମଧ୍ୟପ୍ରଦେଶର ବର୍ଷା ରାଏକୱର। କମ୍ୟୁନିଟି ରେଡିଓ ମାଧ୍ୟମରେ ସେ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ନେଇ ସଚେତନତା କରାଉଛନ୍ତି। ମଧ୍ୟପ୍ରଦେଶର ଝାନ୍ସୀସ୍ଥିତ ନିୱାରି ଗ୍ରାମର ୨୫ବର୍ଷୀୟା ରେଡିଓ ଜକି ବା ଆର୍‌ଜେ ବର୍ଷା ଝାନ୍ସୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ସଙ୍ଗେ ସଙ୍ଗେ ରେଡିଓରେ ଚାକିରି କରିଥିଲେ। ତାଙ୍କ ବାପା କୃଷକ ଥିବାବେଳେ ମା’ ଗୃହିଣୀ। ବର୍ଷାଙ୍କ ୮ଭଉଣୀ ଏବଂ ଜଣେ ଭାଇ। ନିଜେ ପଢ଼ିବା ସହିତ ଘରେ ଚାଷ କାମରେ ମଧ୍ୟ ସାହାଯ୍ୟ କରୁଥିଲେ। ରେଡିଓ ବୁନ୍ଦେଲଖଣ୍ଡ ଜରିଆରେ ତୃଣମୂଳ ସ୍ତରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା ସୃଷ୍ଟି କରୁଛନ୍ତି। କ୍ୟାରିୟର ଗଢ଼ିବା ପାଇଁ ସେ ଯେତେବେଳେ ଘରୁ ବାହାରକୁ ବାହାରଥିଲେ ସେତେବେଳେ ତାଙ୍କୁ ଗ୍ରାମବାସୀଙ୍କଠାରୁ ବହୁତ କଥା ଶୁଣିବାକୁ ପଡ଼ିଥିଲା। କାରଣ ତାଙ୍କ ପୂର୍ବରୁ ତାଙ୍କ ଘରୁ କେହି ଜଣେ ବି କାମ ପାଇଁ ଘରୁ ବାହାରକୁ ବାହାରି ନ ଥିଲେ। କିନ୍ତୁ ଏବେ ବର୍ଷାଙ୍କ ସ୍ବର ସହିତ ତାଙ୍କ କାର୍ଯ୍ୟ ଲୋକପ୍ରିୟ ହେବା ପରେ ଗ୍ରାମବାସୀ ଖୁସି ହେଉଛନ୍ତି। ଏହାସହ ସେମାନଙ୍କ ପରିବାରର ଅନ୍ୟ ଝିଅମାନେ ମଧ୍ୟ ଉଚ୍ଚଶିକ୍ଷା ଏବଂ ଚାକିରି ପାଇଁ ଘରୁ ପାଦ ବାହାର କଲେଣି।
ବର୍ଷା କୁହନ୍ତି, ମୁଁ ମୋ ସ୍ବରକୁ ଭଲପାଏ ଏବଂ ତାକୁ ଏକ ସର୍ବୋତ୍ତମ ଉପାୟରେ ବ୍ୟବହାର କରିବାକୁ ଚାହୁଁଥିଲି। ତେଣୁ ରେଡିଓ ଜକି କ୍ଷେତ୍ରରେ କାମ ଆରମ୍ଭ କଲି। ମୁଁ କଲେଜରେ ପଢ଼ୁଥିବା ସମୟରେ ମୋର ଜଣେ ସାଙ୍ଗ ରେଡିଓ ବୁନ୍ଦେଲଖଣ୍ଡରେ ପଦବୀ ଖାଲି ଥିବା କହିଥିଲେ। ଏହାପରେ ସେଠାରେ ମୁଁ କାମ ଆରମ୍ଭ କଲି। ସୂଚନାଯୋଗ୍ୟ, ‘ରେଡିଓ ବୁନ୍ଦେଲଖଣ୍ଡ’ ମଧ୍ୟପ୍ରଦେଶର ପ୍ରଥମ ଏବଂ ଦେଶର ଦ୍ୱିତୀୟ କମ୍ୟୁନିଟି ରେଡିଓ ଷ୍ଟେଶନ।
ବର୍ଷାଙ୍କ କହିବାନୁଯାୟୀ, ଫସଲ ଅମଳରେ ପରିବର୍ତ୍ତନ ହୋଇଥିବା ସେ ଦେଖିଥିଲେ। ଏହାପରେ ତାଙ୍କ ମନରେ ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଥିଲା। ପୂର୍ବରୁ ତାଙ୍କର ଭଲ ଫସଲ ହେଉଥିଲା। କିନ୍ତୁ ଧୀରେ ଧୀରେ ଅମଳ ଖରାପ ହେବାରେ ଲାଗିଲା। ଆଗେ ତିନିଥର ଜଳସେଚନ କରାଯାଉଥିଲା। ଏବେ ୫ଥର ଜଳସେଚନ କରିବାକୁ ପଡ଼ୁଛି। ସେହିପରି ତାଙ୍କ ଗାଁ ପାଖରେ ଥିବା ଜଙ୍ଗଲ ବି କମିବାରେ ଲାଗିଥିଲା। ଏହିଭଳି କିଛି ପ୍ରଶ୍ନ ନେଇ ଯେତେବେଳେ ବର୍ଷା ରେଡିଓ ଜରିଆରେ ପଚାରିଥିଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ଲୋକଙ୍କ କାର୍ଯ୍ୟକଳାପ ଯୋଗୁ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦେଖାଯାଇଛି। ତେଣୁ ଏହା ଦିଗରେ ନିଜ ସ୍ବର ଉଠାଇବାକୁ ନିଷ୍ପତ୍ତିି ନେଲେ। କମ୍ୟୁନିଟି ରେଡିଓ ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ। ବର୍ଷା କୁହନ୍ତି, ରେଡିଓ ବୁନ୍ଦେଲଖଣ୍ଡରେ ୱାର୍ଲଡ ବ୍ୟାଙ୍କ ଫଣ୍ଡରେ ଭାରତରେ ପ୍ରଥମ ଥର ପାଇଁ ‘କୌନ ବନେଗା ସୁଭକାଲ ଲିଡର’ ନାମରେ ୨ବର୍ଷିଆ କ୍ୟାମ୍ପେନ ଚାଲିଥିଲା। ଏହା ରେଡିଓରେ ଦେଶର ପ୍ରଥମ ରିଆଲିଟି ଶୋ ଥିଲା। ଏଥିପାଇଁ ୧୦୦ଟି ଗଁା ଏବଂ ୧୪୦ଜଣ ଲୋକ ମନୋନୀତ ହୋଇଥିଲେ। ସେହି ୧୪୦ ଲୋକ ପୁଣି ୧୦ହଜାର ଲୋକଙ୍କୁ ସାମିଲ କରିଥିଲେ ଏବଂ ସେଥିରେ କେବଳ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେଉଥିଲା। ଏହି ଅଭିଯାନ ଏମିତି ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା ଯେ, ଅଭିଯାନ ଶେଷ ହେଲା ବେଳକୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ବନ୍ଦ ନ କରିବା ପାଇଁ ଅନୁରୋଧ କରିଥିଲେ। ସେଥିପାଇଁ ରେଡିଓ ବୁନ୍ଦେଲଖଣ୍ଡ ଉକ୍ତ କାର୍ଯ୍ୟକ୍ରମକୁ ଏବେ ବି ଜାରି ରଖିଛି ଏବଂ ଦିନକୁ ଅଧଘଣ୍ଟା ସମୟ କେବଳ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେଉଛି ବୋଲି ବର୍ଷା କହିଛନ୍ତି। ଖାଲି ଜଳବାୟୁ ସମ୍ପର୍କିତ ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା, ଚାଷ, ମହିଳା ସଶକ୍ତୀକରଣ ଦିଗରେ ମଧ୍ୟ ବର୍ଷା ସଚେତନତା ସୃଷ୍ଟି କରୁଛନ୍ତି। ସେମିନାର, ଷ୍ଟ୍ରିଟ୍‌ ପ୍ଲେ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ଜଳବାୟୁ ବିଷୟରେ ଜଣାଉଛନ୍ତି। ଆମ ବାସ୍ତବ ଜୀବନରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିପରି ପଡ଼ୁଛି ତାହା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ବର୍ଷା ମିଳିତ ଜାତିସଂଘର ୟଙ୍ଗ୍‌ କ୍ଲାଇମେଟ୍‌ ଲିଡର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri