Posted inଫୁରସତ

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ ହେଉଛି- ‘ଇନ୍‌ଫର୍ମଡ ଚଏସେସ୍‌, ବେଟର ଆଉଟକମ୍‌ସ’। ଏକ ସର୍ଭେରୁ ଜଣାପଡିଛି ଯେ, ଆମ ଦେଶରେ ପ୍ରାୟ ୧୮ କୋଟି ଲୋକ ର୍ୟୁମାଟଏଡ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଏବଂ ପ୍ରତି ଚାରି ଜଣରେ ଜଣେ ଗଣ୍ଠି ରୋଗରେ ପୀଡ଼ିତ। ଦୁଇଟି ହାଡ଼ କିମ୍ବା ଏକାଧିକ ହାଡ଼ର ମିଳନ ଯହିଁରେ, ସେହି ହାଡ଼ଗୁଡ଼ିକ ବିଭିନ୍ନ ଦିଗକୁ, ତଳୁ ଉପରକୁ, ପାର୍ଶ୍ୱରୁ ପାର୍ଶ୍ୱକୁ ବୁଲି ପାରନ୍ତି ଓ ସ୍ଥଳ ବିଶେଷରେ କେବଳ ପାଖକୁ ପାଖ ଲାଗି କରି ଥାଆନ୍ତି, ତାହାକୁ ଗଣ୍ଠି ବା ଖଞ୍ଜା କୁହାଯାଏ। ଆମ ଶରୀରରେ ଜନ୍ମ ସମୟରେ ପାଖାପାଖି ୨୭୦ଟି ହାଡ଼ ବା ଅସ୍ଥି ଥାଏ। ତାହା ସମୟକ୍ରମେ ୨୦୬କୁ ହ୍ରାସ ପାଇଥାଏ। ଏହାର ଅନେକ କାରଣ ରହିଛି। ସେହିପରି ଆମ ଶରୀରରେ ପାଖାପାଖି ୩୬୦ ଖଞ୍ଜା ବା ଗଣ୍ଠି ଥାଆନ୍ତି। ମୁଣ୍ଡରେ ଗୋଟିଏ ହାଡ଼ ସହ ଆଉ ଗୋଟିଏ ହାଡ଼ ଲାଗିଥାଏ, ମାତ୍ର କୌଣସି ଚଳନ ନ ଥାଏ। ସେହିପରି ଛାତି ଓ ଅନ୍ୟ ସ୍ଥାନରେ ଥିବା ଉପାସ୍ଥିମାନଙ୍କର ଗତିଶୀଳ ଖଞ୍ଜା ନ ଥାଏ। ମେରୁଦଣ୍ଡରେ ଥିବା ଖଞ୍ଜାର ଚଳନ ମଧ୍ୟ ଖୁବ୍‌ ସୀମିତ ଯଥା ସାମାନ୍ୟ ଓ ଆଗ ପଛକୁ ଥାଏ। ମାତ୍ର କାନ୍ଧ, ଆଣ୍ଠୁ ଇତ୍ୟାଦି ଅନେକ ଦିଗକୁ ବୁଲିପାରନ୍ତି। ଆଣ୍ଠୁ କେବଳ ପଛକୁ, କହୁଣି କେବଳ ପଛକୁ ଓ ଆଗକୁ ହୋଇଥାଏ। ହାଡ଼ର ଆଙ୍ଗୁଠି ଓ ପାଦର ଆଙ୍ଗୁଠି ମଧ୍ୟ ସୀମିତ ବୁଲିପାରନ୍ତି। ହିପ୍‌ ଜଏଣ୍ଟ ବା ନିତମ୍ବ ଖଞ୍ଜା ଓ କାନ୍ଧର ଖଞ୍ଜାରେ ଦୁଇଟି ହାଡ଼ ବଲ୍‌ ଓ ସକେଟ ପରି ଥାଆନ୍ତି।
ସାଧାରଣତଃ ଆଣ୍ଠୁଗଣ୍ଠି ରୋଗ ପୁରୁଷମାନଙ୍କଠାରୁ ମହିଳାମାନଙ୍କୁ ଅଧିକ ମାତ୍ରାରେ ହୋଇଥାଏ। ପ୍ରାୟ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ମଧ୍ୟରୁ ୪୦% ଲୋକ ଏଥିରେ ପୀଡ଼ିତ ହୋଇଥାଆନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡାକ୍ତରଙ୍କ ପରାମର୍ଶ ପାଇଁ ଆସୁଥିବା ଲୋକମାନଙ୍କ ମଧ୍ୟରୁ ଚାରି ଜଣରୁ ଜଣଙ୍କର ଗଣ୍ଠିଜନିତ ରୋଗ ଥାଏ। ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ରେ ଛୋଟ ଛୋଟ ଗଣ୍ଠି ଯଥା ଆଙ୍ଗୁଠି, ପାଦ ଇତ୍ୟାଦି ଫୁଲି ଦରଜ ହୋଇଥାଏ। ସାଧାରଣତଃ ଶରୀରର ଓଜନ ବହନ କରୁଥିବା ଆଣ୍ଠୁ, ହାତରେ ଉଠାଯାଉଥିବା ସମସ୍ତ ଜିନିଷର ଭାର କାନ୍ଧ, ଶରୀରର ଓଜନ ବହନ କରୁଥିବା, ଚାଲିବା, ଦୌଡ଼ିବା, କୁଦା ମାରିବାରେ ସାହାଯ୍ୟ କରୁଥିବା ନିତମ୍ବ ବା ହିପ୍‌ ଗଣ୍ଠିବାତ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ଏଭଳି ସମସ୍ୟାଠାରୁ ଦୂରେଇ ରଖିବା ପାଇଁ ଆମକୁ ବୟସ ବୃଦ୍ଧି ସହିତ ସତର୍କ ରହିବାକୁ ପଡ଼ିବ। ଶରୀରରେ ଯଦି କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌-ଡି’ର ଅଭାବ ରହିଛି, ତାହାକୁ ପୂରଣ କରିବାକୁ ପଡ଼ିବ। ଏହା ସହ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଗୋଟିଏ ପୋଜିଶନ୍‌ରେ ଅଧିକ ସମୟ ବସିବା ଅନୁଚିତ। ଏଭଳି ସମସ୍ୟା ଥିଲେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ।
– ଡା. ରାମଚନ୍ଦ୍ର ରାଉତ, ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri