ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ଓ ସଂରକ୍ଷଣ ଲାଗି ସଚେତନତା ବୃଦ୍ଧି ସକାଶେ ପ୍ରତିବର୍ଷ ସେପ୍ଟେମ୍ବର ୨୨ରେ ପାଳିତ ହୋଇଆସୁଛି ‘ ବିଶ୍ୱ ଗଣ୍ଡା ଦିବସ’। ୨୦୧୦ ମସିହାରେ ପ୍ରଥମେ ଏହି ଦିବସକୁ ଡବ୍ଲ୍ୟୁଡବ୍ଲ୍ୟୁଏଫ୍-ଦକ୍ଷିଣ ଆଫ୍ରିକା ଦ୍ୱାରା ଘୋଷଣା କରାଯାଇଥିଲା। ତେବେ ୨୦୧୧ରେ ଏହା ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା। ଯାହାକି ଗଣ୍ଡାମାନେ ସମ୍ମୁଖୀନ ହେଉଥିବା ଶିକାର ଏବଂ ବାସସ୍ଥାନଜନିତ ବର୍ଦ୍ଧିତ ବିପଦକୁ ଉଜାଗର କରିଥିଲା।


